ETV Bharat / bharat

Assam Flood Update: ସୁଧୁରୁଛି ବନ୍ୟା ସ୍ଥିତି, ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି

author img

By

Published : Jun 2, 2022, 7:12 AM IST

ଆସାମରେ ସୁଧୁରୁଛି ବନ୍ୟା ସ୍ଥିତି । ବନ୍ୟା ଓ ଭୂସ୍ଖଳନ ଜନିତ ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି ପାଇଛି । ଅଧିକ ପଢନ୍ତୁ

Assam Flood Update;ସୁଧୁରୁଛି ବନ୍ୟା ସ୍ଥିତି,ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି

ଗୌହାଟୀ: ଆସାମରେ ସୁଧୁରୁଛି ବନ୍ୟା ସ୍ଥିତି । ହେଲେ କମିନି ଲୋକଙ୍କ ଦୁର୍ଦ୍ଦଶା । ବନ୍ୟା ଓ ଭୂସ୍ଖଳନ ଜନିତ ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି ପାଇଛି । ଏନେଇ ASDMA (Assam State Disaster Management Authority) ପକ୍ଷରୁ ବୁଲେଟିନ ଜାରି କରାଯାଇଛି । ତେବେ ରାଜ୍ୟରେ ବୁଧବାର ଦିନ ବନ୍ୟା ଯୋଗୁଁ ଆଉ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 1.02 ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି ।

ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ASDMA)ର ସୂଚନା ଅନୁଯାୟୀ, ବନ୍ୟା ଯୋଗୁଁ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ନାଓଗାଓ (Nagaon) । ଏହି ଜିଲ୍ଲାରେ ପ୍ରାୟ 47,200 ହଜାର ଲୋକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ମୋରିଗାଓରେ (Morigaon) 40,700ରୁ ଅଧିକ ଓ ଚାଚରରେ (Cachar) ପାଖାପାଖି 14,000 ହଜାର ଲୋକେ ପ୍ରଭାବିତ ହୋଇଛନ୍ତି । ବନ୍ୟା ଯୋଗୁଁ କାଟିଗୋରାହ ଓ ଚାଚର ଜିଲ୍ଲାର ସୋନାଇରେ ୨ ଜଣଙ୍କର ମୃତ୍ୟୁ ଘଟିଛି।

ଚାଚର(Cachar), ଡିମା ହସାଓ(Dima Hasao), ମୋରିଗାଓଁ(Morigaon ) ଏବଂ ନାଗାଓଁ( Nagaon districts) ଜିଲ୍ଲାରେ ଗୁଡିକରେ ବନ୍ୟା ଯୋଗୁଁ 1,01,926 ଲୋକ ଦୁର୍ଦ୍ଦଶା ଭୋଗୁଛନ୍ତି । 171ଟି ଗାଁ ଏବେବି ଜଳ ଘେରରେ ରହିଥିବା ବେଳେ 6,892.42 ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି । ଚାରୋଟି ଜିଲ୍ଲାରେ ୧୨ଟି ରିଲିଫ କ୍ୟାମ୍ପ ଖୋଲାଯାଇଛି । ଯେଉଁଠାରେ 2,560 ଲୋକେ ଆଶ୍ରୟ ନେଇଥିବା ବେଳେ ସେମାନଙ୍କ ମଧ୍ୟରୁ 578 ଶିଶୁ ରହିଛନ୍ତି ।

ପ୍ରଶାସନ ପକ୍ଷରୁ 243.87 କ୍ବିଣ୍ଟାଲ ଚାଉଳ, ଡାଲି ଏବଂ ଲୁଣ, 50 କ୍ବିଣ୍ଟାଲ ଗୋଖାଦ୍ୟ ଓ ଅନ୍ୟାନ୍ୟ ରିଲିଫ୍ ସାମଗ୍ରୀ ବଣ୍ଟନ କରାଯାଇଛି । ଚାଚର, କରିମଗଞ୍ଜ ଓ ନାଗାଓଁରେ ବନ୍ୟା ଯୋଗୁଁ ନଦୀବନ୍ଧ, ରାସ୍ତା ଓ ବ୍ରିଜ ଧୋଇ ହୋଇଯାଇଛି । ନଅଟି ଜିଲ୍ଲାରେ ସମୁଦାୟ 96,721 ପଶୁପକ୍ଷୀ ପ୍ରଭାବିତ ହୋଇଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.