ETV Bharat / bharat

Rajasthan Budget: ବିଧାନସଭାରେ ପୁରୁଣା ବଜେଟ ପଢିଲେ ମୁଖ୍ୟମନ୍ତ୍ରୀ, ହସିଲେ ବିରୋଧି

author img

By

Published : Feb 10, 2023, 1:30 PM IST

Updated : Feb 10, 2023, 2:00 PM IST

ବିଧାନସଭାରେ ପୁରୁଣା ବଜେଟ ପଢିଲେ କଲେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ପ୍ରବଳ ହଙ୍ଗମା କଲେ ବିରୋଧି । ଅଧିକ ପଢନ୍ତୁ

ବିଧାନସଭାରେ ପୁରୁଣା ବଜେଟ ପଢିଲେ କଲେ ମୁଖ୍ୟମନ୍ତ୍ରୀ

ଜୟପୁର: ଆଜି ରାଜସ୍ଥାନ ବିଧାନସଭାରେ ଚାଲିଥିଲା ବଜେଟ ଉପସ୍ଥାପନ । ବଜେଟ ଉପସ୍ଥାପନ କରୁଥିଲେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ହେଲେ ବଜେଟ ଭାଷଣ ଆରମ୍ଭ କରିବା ବେଳେ ମୁଖ୍ୟମନ୍ତ୍ରୀ ଭୁଲବଶତଃ କିଛି ମିନିଟ୍‌ ପଢିଥିଲେ ଗତବର୍ଷର ବଜେଟ । ଗତବର୍ଷ ଠାରୁ କାର୍ଯ୍ୟକାରୀ ହୋଇସାରିଥିବା ସହର ବିକାଶ ଯୋଜନା ଭଳି କେତେକ ଉନ୍ନୟନମୂଳକ ଯୋଜନା ଘୋଷଣା କରିଥିଲେ । ଏହା ଜଣାପଡିବା ପରେ ବିଧାନସଭାରେ ବିରୋଧି ମୁଖ୍ୟମନ୍ତ୍ରୀଙ୍କୁ ଉପହାସ କରିବା ସହ ଗୃହରେ ହଙ୍ଗାମା କରିଛନ୍ତି ।

  • Rajasthan CM Ashok Gehlot, who also holds the Finance portfolio, while presenting this year’s budget, starts reading an old one. The Chief Whip had to step in and stop him. Embarrassing as it is, also shows how callous and poorly invested Congress is, in matters of governance… pic.twitter.com/I6a4RnqcKr

    — Amit Malviya (@amitmalviya) February 10, 2023 " class="align-text-top noRightClick twitterSection" data=" ">

ମୁଖ୍ୟମନ୍ତ୍ରୀ ଗେହଲଟ ନିଜ ଭୁଲ ପାଇଁ କ୍ଷମା ମାଗିଥିଲେ ହେଁ ବିରୋଧି ଶାନ୍ତ ହୋଇନଥିଲେ । ୫ ମିନିଟ୍ ଯାଏଁ ବିରୋଧି ଦଳ ନେତା ହୋହଲ୍ଲା କରିଥଲେ । ପ୍ରବଳ ହଟ୍ଟଗୋଳ ଯୋଗୁଁ ଶେଷରେ ଅଧା ଘଣ୍ଟା ଯାଏଁ ଗୃହକାର୍ଯ୍ୟ ସ୍ଥଗିତ ରଖାଯାଇଛି । ବଜେଟ ଭଳି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ଏଭଳି ଦାୟିତ୍ବହୀନତାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ଜୋର ଧରିଛି ।

ସୂଚନା ମୁତାବକ, ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଆଜି ଦିନ ୧୧ଟାରେ ନିଜ ଶାସନ କାଳର ଶେଷ ବଜେଟ ଉପସ୍ଥାପନ ଆରମ୍ଭ କରିଥିଲେ । ସେ କିଛି ସମୟ ଯାଏଁ ଗତବର୍ଷର ସହର ବିକାଶ ଯୋଜନା ସମ୍ପର୍କରେ ପଢିଥିଲେ । ଏହା ହୃଦୟଙ୍ଗମ କରିବା ପରେ କଂଗ୍ରେସ ନେତା ମହେଶ ଯୋଶୀ ସଙ୍ଗେ ସଙ୍ଗେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଥିଲେ । ଏହାପରେ ଗେହଲଟ ବଜେଟ ଭାଷଣ ବନ୍ଦ କରିଥିଲେ ଏବଂ କ୍ଷମା ମାଗିଥିଲେ । ବିରୋଧି ଏ ସମ୍ପର୍କରେ ଜାଣିବା ପରେ ଗୃହରେ ହଙ୍ଗମା କରିଥିଲେ ।

ବିଜେପି ନେତା ତଥା ପୂର୍ବତନ ରାଜ୍ୟସ୍ଥାନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ମୁଖ୍ୟମନ୍ତ୍ରୀଙ୍କ ଏଭଳି ଭୁଲ୍‌କୁ କଡା ନିନ୍ଦା କରିଛନ୍ତି । ସେ କହିଛନ୍ତି, ''ମୁଁ ମୁଖ୍ୟମନ୍ତ୍ରୀ ଥିବା ବେଳେ ବଜେଟ ଉପସ୍ଥାପନ ପୂର୍ବରୁ ଏହାକୁ ବାରମ୍ବାର ପଢେ ଓ ଯାଞ୍ଚ କରେ । ପୁରୁଣା ବଜେଟ ପଢୁଥିବା ମୁଖ୍ୟମନ୍ତ୍ରୀଙ୍କ ହାତରେ ରାଜ୍ୟ କେତେ ସୁରକ୍ଷିତ ଏଥିରୁ କଳ୍ପନା କରିପାରୁଥିବେ ।''

Last Updated : Feb 10, 2023, 2:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.