ETV Bharat / bharat

ଅଯୋଦ୍ଧାରେ ଚାଲିଥିଲା ରାମଲୀଳା, ରାବଣ ଭୂମିକାରେ ଅଭିନୟବେଳେ ଟଳି ପଡ଼ିଲେ କଳାକାର

author img

By

Published : Oct 4, 2022, 11:48 AM IST

ମଞ୍ଚରେ ଛପି ରହିଥିଲା ମୃତ୍ୟୁ । ରାମଲୀଳାରେ ରାବଣ ଅଭିନୟ କରୁଥିବା ସମୟରେ ହୃତ୍‌ଘାତରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ । ଅଧିକ ପଢ଼ନ୍ତୁ

Artist playing Ravan dies of cardiac arrest during Ramlila in Ayodhya
ଏମିତି ବି ଆସେ ମୃତ୍ୟୁ ! ରାବଣ ବେଶରେ ଅଭିନୟ କରୁଥିବାବେଳେ ଟଳି ପଡ଼ିଲେ

ଲକ୍ଷ୍ନୌ: କଥାରେ ଅଛି ଜୀବନକୁ ଭରସା ନାହିଁ । ମୃତ୍ୟୁ କେଉଁ ମୁହୂର୍ତ୍ତରେ ଆସିବ, କେଉଁଠି ଛକି କି ବସିଥିବ ତାହା କେହି ଜାଣିନାହାନ୍ତି । ଲୋକଙ୍କୁ ମନୋରଞ୍ଜନ କରୁଥିବା ମଣିଷ ଯେ ଶେଷ ମୁହୂର୍ତ୍ତରେ ରହିଥିବ ତାହା ଭାବିବା କଷ୍ଟକର । ଏଭଳି ଏକ ଘଟଣା ଉତ୍ତରପ୍ରଦେଶର ଅଯୋଧ୍ୟାରେ ଦେଖିବାକୁ ମିଳିଛି । ରାମଲୀଳା କାର୍ଯ୍ୟକ୍ରମରେ ଜଣେ ବ୍ୟକ୍ତି ରାବଣ ଭୂମିକାରେ ଅଭିନୟ କରୁଥିବା ସମୟରେ ହଠାତ ଖସିପଡ଼ିଥିଲେ । ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଛି ।

ସୂଚନା ମୁତାବକ ଅଯୋଧ୍ୟାର ଅହିର ଗ୍ରାମରେ ଦଶହରା ଉତ୍ସବ ଅବସରରେ ରାମଲୀଳା କାର୍ଯ୍ୟକ୍ରମ ଚାଲୁଥିଲା । ଏଥିରେ ସୀତା ହରଣ ଅଧ୍ୟାୟ ସମୟରେ ରାବଣ ଭୂମିକାରେ ଅଭିନୟ କରୁଥିବା ଜଣେ 60 ବର୍ଷୀୟ କଳାକାର ହଠାତ ତଳେ ପଡ଼ିଯାଇଥିଲେ । ଏହାପରେ ତୁରନ୍ତ କାର୍ଯ୍ୟକ୍ରମ ବନ୍ଦ କରାଯାଇଥିଲା । ରାମଲୀଳା କମିଟି ସଦସ୍ୟ ତାଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନେଇଥିଲେ । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଉକ୍ତ ବ୍ୟକ୍ତି ଜଣକ ଦୀର୍ଘ ବର୍ଷ ଧରି ରାବଣ ଭୂମିକାରେ ଅଭିନୟ କରି ଆସୁଥିଲେ ।

ଏହା ମଧ୍ୟ ପଢ଼ନ୍ତୁ: ଏମିତି ବି ଆସେ ମୃତ୍ୟୁ ! ହନୁମାନ ବେଶରେ ନାଚୁଥିବା ବେଳେ ଟଳି ପଡିଲେ ଯୁବକ

ପୂର୍ବରୁ ମଧ୍ୟ ମଞ୍ଚରେ ଅଭିନୟ କରୁଥିବା ସମୟରେ ଜଣେ କଳାକାରଙ୍କ ମୃତ୍ୟୁ ହୋଇଥିଲା । ମୈନିପୁରରେ ଜଣେ ଯୁବକ ହନୁମାନଙ୍କ ବେଶର ପଣ୍ଡାଲରେ ନାଚୁଥିବା ବେଳେ ହଠାତ୍‌ ଖସି ପଡିଥିଲେ । ତାଙ୍କୁ ହସ୍ପିଟାଲ ନେବାପରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଥିଲା । କ୍ୟାମେରାରେ ଏହି ଦୃଶ୍ୟ କଏଦ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.