ETV Bharat / bharat

ଖାଇବା ସମୟରେ ଗିଳିଦେଲେ ନକଲି ଦାନ୍ତ, ହସ୍ପିଟାଲରେ ହେଲା ସଫଳ ଅସ୍ତ୍ରୋପଚାର

author img

By

Published : Jan 14, 2023, 2:21 PM IST

ପାଟନା ସ୍ଥିତ ପାରସ ହସ୍ପିଟାଲରେ ଏହି ବିରଳ ଅସ୍ତ୍ରୋପଚାର କରାଯାଇଛି । ଜଣେ ଯୁବକଙ୍କ ଛାତିରୁ ନକଲି ଦାନ୍ତ ବାହାର କରିବାରେ ସଫଳ ହୋଇଛନ୍ତି ଡାକ୍ତର । ଅଧିକ ପଢନ୍ତୁ

Tooth removed from patient heart in Patna
ଖାଇବା ସମୟରେ ନକଲି ଦାନ୍ତ ଗିଳି ଦେଲେ ଯୁବକ

ପାଟନା: ମହଙ୍ଗା ପଡିଲା ନକଲି ଦାନ୍ତ ଲଗାଇବା । ଖାଦ୍ୟ ଖାଇବା ସମୟରେ ନକଲି ଦାନ୍ତକୁ ଗିଳି ଦେଲେ ଯୁବକ। ଅସହ୍ୟ ଯନ୍ତ୍ରଣା ହେବାରୁ ହସ୍ପିଟାଲରେ ଭର୍ତ୍ତି ହେଲେ ଯୁବକ । ଅପରେସନ ପରେ ଛାତିରୁ ନକଲି ଦାନ୍ତର ପୁରା ସେଟକୁ ବାହାର କରିବାରେ ସଫଳ ହେଲେ ଡାକ୍ତର । ବିହାରର ରାଜଧାନୀ ପାଟନା ସ୍ଥିତ ପାରସ ହସ୍ପିଟାଲରେ ଏହି ବିରଳ ଅସ୍ତ୍ରୋପଚାର କରାଯାଇଛି ।

ଯୁବକଙ୍କ ଛାତିରୁ ବାହାରିଲା ନକଲି ଦାନ୍ତ: ପାରସ ହସ୍ପିଟାଲର ଡାକ୍ତରଙ୍କ କହିବାନୁସାରେ, ବିହାରରେ ଏପି ଅସ୍ତ୍ରପଚାର କରିବା ପ୍ରଥମ ଘଟଣା । ଏହି ଅପରେସନ ପ୍ରାୟ 4 ଘଣ୍ଟା ଧରି ଚାଲିଥିଲା । ପାରସ ହସ୍ପିଟାଲ ମ୍ୟାନେଜମେଣ୍ଟ ସୂଚନା ଦେଇଛି ଯେ, ବେଗୁସରାଇ ନିବାସୀ ସୁରେନ୍ଦ୍ର କୁମାର ନକଲି ଦାନ୍ତ ଲଗାଇଥିଲେ । ସେ ଖାଦ୍ୟ ଖାଉଥିବା ସମୟରେ ଦାନ୍ତକୁ ଗିଳି ଦେଇଥିଲେ । ଏହାପରେ ତାଙ୍କୁ ଅସହ୍ୟ ଯନ୍ତ୍ରଣା ହେବାରୁ ଏକ ଘରୋଇ କ୍ଲିନିକରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । ସେଠାରେ ଡାକ୍ତର ମାନେ ଏଣ୍ଡୋସ୍କୋପି ସାହାଯ୍ୟରେ ଦାନ୍ତକୁ ବାହାରକୁ ଚେଷ୍ଟା କରିଥିଲେ କିନ୍ତୁ ସଫଳ ହୋଇ ପାରିନଥିଲେ । ପରେ ଯୁବକଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପାଟନା ରେଫର କରାଯାଇଥିଲା । ଏହାପରେ ସମ୍ପର୍କୀୟମାନେ ଯୁବକଙ୍କୁ ପାରସ ହସ୍ପିଟାଲରେ ଭର୍ତ୍ତି କରିଥିଲେ ।

ପାରସ ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର: ଏନେଇ ହସ୍ପିଚାଲର ଜଣେ ଅଧିକାରୀ କହିଛନ୍ତି ଯେ, ଯୁବକଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଯେତେବେଳେ ଡାକ୍ତରମାନେ ତାଙ୍କର ଏଣ୍ଡୋସ୍କୋପି ଏବଂ ସିଟି ସ୍କାନ କରିଥିଲେ ସେତେବେଳେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ନକଲି ଦାନ୍ତରେ ଲାଗିଥିବା ହୁକ ଯୋଗୁଁ ଖାଦ୍ୟ ନଳିର ପ୍ରାୟ 10 ସେଣ୍ଟିମିଟର ଛିଣ୍ଡି ଯାଇଥିଲା । ଏହାପରେ ନକଲି ଦାନ୍ତ ସେଟଟି ଛାତିରେ ଅଟକି ରହିଥିଲା । ଫଳରେ ଯୁବକଙ୍କ ଛାତିର ବାମ ପାର୍ଶ୍ବରେ ଯନ୍ତ୍ରଣା ହୋଇଥିଲା । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏକ ସାତ ଜଣିଆ ଟିମ ଏହି ଅପରେସନ କରିଥିଲେ । ଦୀର୍ଘ ୪ ଘଣ୍ଟା ପରେ ଯୁବକଙ୍କ ଛାତିରୁ ଦାନ୍ତକୁ ବାହାର କରିବାରେ ସଫଳ ହୋଇଥିଲା ଡାକ୍ତରୀ ଦଳ । ବର୍ତ୍ତମାନ ଯୁବକ ଜଣଙ୍କ ସୁସ୍ଥ ରହିଥିବା ହସ୍ପିଟାଲ ତରଫରୁ ସୂଚନା ପ୍ରଦାନ କରାଯାଇଛି ।

ବେଗୁସରାଇର ସୁରେନ୍ଦ୍ର ପାଟିର ଉପରେ ମାଢିରେ ନକଲି ଦାନ୍ତ ଲଗାଇଥିଲେ । କିନ୍ତୁ ସେ ଖାଦ୍ୟ ଖାଇବା ସମୟରେ ହଠାତ ଦାନ୍ତକୁ ଗିଳି ଦେଇଥିଲେ । ଫଳରେ ଖାଦ୍ୟ ନଳିରେ ଅଟକି ଯାଇଥିଲା ଦାନ୍ତ । ପରେ ଛାତିରେ ଅଟକି ଯାଇଥିଲା । ପ୍ରଥମେ ସେ ଚିକିତ୍ସା ପାଇଁ ବେଗୁସରାଇର ଏକ ଘରୋଇ କ୍ଲିନିକକୁ ନିଆଯାଇଥିଲେ । ପରେ ପାଟନାର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.