ETV Bharat / bharat

ଚଣ୍ଡିଗଡ ବିଶ୍ବବିଦ୍ୟାଳୟ MMS ଭାଇରାଲ ମାମଲାରେ ଯବାନ ଗିରଫ - ଚଣ୍ଡିଗଡ ବିଶ୍ବବିଦ୍ୟାଳୟ ଭିଡିଓ ମାମଲାରେ ଯବାନ ଗିରଫ

ଚଣ୍ଡିଗଡ ବିଶ୍ବବିଦ୍ୟାଳୟ ଛାତ୍ରୀଙ୍କ ଆପତ୍ତିଜନକ ଭିଡିଓ ଭାଇରାଲ ଘଟଣାରେ ଭାରତୀୟ ଯବାନ ଗିରଫ । ଅଧିକ ପଢନ୍ତୁ

ଚଣ୍ଡୀଗଡ ବିଶ୍ବବିଦ୍ୟାଳୟ MMS ଭାଇରାଲ ମାମଲାରେ ଯବାନ ଗିରଫ

author img

By

Published : Sep 25, 2022, 9:30 AM IST

ଚଣ୍ଡିଗଡ: ଚଣ୍ଡିଗଡ ବିଶ୍ବବିଦ୍ୟାଳୟ MMS ଭାଇରାଲ ମାମଲାରେ ଯବାନ ଗିରଫ । ହଷ୍ଟେଲ ଛାତ୍ରୀଙ୍କ ଆପତ୍ତିଜନକ ଭିଡିଓ ଭାଇରାଲ ଘଟଣାରେ ଲିଙ୍କ୍ ନେଇ ଅରୁଣାଚଳ ପ୍ରଦେଶରୁ ସଞ୍ଜୀବ ସିଂହ ନାମକ ଯବାନଙ୍କୁ ଗିରଫ କରାଯାଇଛି(Army jawan arrested in Chandigarh leaked video case) । ଏହି ଭାଇରାଲ ଭିଡିଓ ମାମଲାରେ ପଞ୍ଜାବ ପୋଲିସରୁ ତଦନ୍ତରୁ ଯବାନଙ୍କ ଲିଙ୍କ୍ ଘଟଣା ଜଣାପଡିଥିଲା । ଏହାପରେ ଅରୁଣାଚଳ ପ୍ରଦେଶ ପୋଲିସର ସହଯୋଗରେ ପଞ୍ଜାବ ପୋଲିସ ଅଭିଯୁକ୍ତକୁ ସେଲା ପାସ୍ ଅଞ୍ଚଳରୁ ଗିରଫ କରିଛି । ଏନେଇ ଶନିବାର ଭାରତୀୟ ସେନା ପକ୍ଷରୁ ସୂଚନା ଦିଆଯାଇଛି । ଅଭିଯୁକ୍ତକୁ ଅଧିକ ପଚରାଉଚରା ପାଇଁ ପୋଲିସ କୋର୍ଟରେ ହାଜର କରି ରିମାଣ୍ଡ ପାଇଁ ଆବେଦନ କରିବ ।

ଏନେଇ ପଞ୍ଜାବ ପୋଲିସ ଡିଜି ଟ୍ବିଟ୍ କରି କହିଛନ୍ତି, ଚଣ୍ଡିଗଡ ବିଶ୍ବବିଦ୍ୟାଳୟ ଭିଡିଓ ଭାଇରାଲ ମାମଲାରେ ଅରୁଣାଚଳ ପ୍ରଦେଶ ପୋଲିସ ସହଯୋଗରେ ଏକ ବଡ ସଫଳତା ମିଳିଛି । ଅରୁଣାଚଳ ପ୍ରଦେଶର ସେଲା ପାସରୁ ଅଭିଯୁକ୍ତ ଯବାନଙ୍କୁ ଗିରଫ କରାଯାଇ ଥିବାବେଳେ ମୋହାଲି କୋର୍ଟରେ ହାଜର କରିବାକୁ ସିଜେଏମ ବୋମଡିଲା ଠାରୁ ଟ୍ରାଞ୍ଜିଟ ରିମାଣ୍ଡ ମିଳିଛି । କହିରଖୁଛୁ କି, ବିଶ୍ବବିଦ୍ୟାଳୟ ଛାତ୍ରୀଙ୍କ ଆପତ୍ତିଜନକ ଭିଡିଓ ଭାଇରାଲ କରିବା ଘଟଣାରେ ଯବାନଙ୍କୁ ମିଶାଇ ମୋଟ ୪ ଜଣଙ୍କୁ ଗିରଫ କରାଗଲାଣି । ପୂର୍ବରୁ ମୁଖ୍ୟ ଅଭିଯୁକ୍ତ ଥିବା ଛାତ୍ରୀ ଏବଂ ହିମାଚଳ ପ୍ରଦେଶରୁ ୨ ଜଣ ଗିରଫ ହୋଇଥିଲେ ।

ଏହାମଧ୍ୟ ପଢନ୍ତୁ: ବିଶ୍ବବିଦ୍ୟାଳୟର ୬୦ ଛାତ୍ରୀଙ୍କ ଗାଧୁଆ ସମୟର ଭିଡିଓ ଭାଇରାଲ, ୮ ଜଣଙ୍କ ଆତ୍ମହତ୍ୟା ଉଦ୍ୟମ

ଏଠାରେ ଉଲ୍ଲେଖଯୋଗ୍ୟ, ଚଣ୍ଡିଗଡ ବିଶ୍ବବିଦ୍ୟାଳୟ ଜଣେ ଛାତ୍ରୀ ହଷ୍ଟେଲର ୬୦ ଜଣ ଛାତ୍ରୀଙ୍କ ଗାଧୁଆ ସମୟର ଭିଡିଓ ଉତ୍ତୋଳନ କରିଥିଲେ । ଏହାକୁ ସେ ଶିମଲା ରହୁଥିବା ଜଣେ ଯୁବକଙ୍କ ନିକଟରୁ ପଠାଇଥିଲେ । ସେହି ଯୁବକ ଭିଡିଓ ଗୁଡିକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଏହି ଲଜ୍ଜା ସହ୍ୟ କରିନପାରି ୮ ଜଣ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା । ଗତ ୧୭ ତାରିଖ ବିଳମ୍ବିତ ରାତିରେ ଏହି ଘଟଣା ସାମ୍ନାକୁ ଆସିଥିଲା । ଏହାକୁ ନେଇ ଛାତ୍ରଛାତ୍ରୀ କଲେଜ ପରିସରରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଭଙ୍ଗାରୁଜା କରିଥିଲେ । ପରେ ଏହି ସମ୍ବେଦନଶୀଳ ମାମଲାକୁ ପଞ୍ଜାବ ପୋଲିସ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.