ETV Bharat / bharat

Margadarsi Chit Groups Case: ରେଜିଷ୍ଟ୍ରାରଙ୍କ ନିଲମ୍ବନ ଆଦେଶକୁ ଆନ୍ଧ୍ର ହାଇକୋର୍ଟରେ ଚ୍ୟାଲେଞ୍ଜ କଲା ସଂସ୍ଥା

author img

By

Published : Aug 8, 2023, 8:19 PM IST

ରେଜିଷ୍ଟ୍ରାରଙ୍କ ନିଲମ୍ବନ ଆଦେଶକୁ ଆନ୍ଧ୍ର ହାଇକୋର୍ଟରେ ଚ୍ଯାଲେଞ୍ଜ କଲା ମାର୍ଗଦର୍ଶୀ ଚିଟ୍‌ ଫଣ୍ଡ । ତ୍ରୁଟି ସଂଶୋଧନ ପାଇଁ ନୋଟିସ ପ୍ରଦାନ କରାଯାଇନଥିବାରୁ ଏହି ନିଲମ୍ବନ ନୋଟିସକୁ ସ୍ଥଗିତାଦେଶ ଲଗାଇବା ପାଇଁ ଆବେଦନ । ଅଧିକ ପଢନ୍ତୁ

ମାର୍ଗଦର୍ଶୀ ଚିଟଫଣ୍ଡ ମାମଲା
ମାର୍ଗଦର୍ଶୀ ଚିଟଫଣ୍ଡ ମାମଲା

ଅମରାବତୀ: ମାର୍ଗଦର୍ଶୀ ଚିଟଫଣ୍ଡ ବିରୋଧରେ ରେଜିଷ୍ଟ୍ରାର ଜାରି କରିଥିବା ନିଲମ୍ବନ ଆଦେଶକୁ ଚ୍ୟାଲେଞ୍ଜ କରି ଆନ୍ଧ୍ର ପ୍ରଦେଶ ଉଚ୍ଚନ୍ୟାୟଳୟରେ ଦ୍ବାରସ୍ଥ ହୋଇଛି ସଂସ୍ଥା । ଗତକାଲି ଏହି ମାମଲାରେ ଆନ୍ଧ୍ର ପ୍ରଦେଶ ଉଚ୍ଚ ନ୍ୟାୟାଳୟରେ ଶୁଣାଣି ହୋଇଛି । ମାର୍ଗଦର୍ଶୀ ଚିଟଫଣ୍ଡ କମ୍ପାନୀ ପକ୍ଷରୁ ବରିଷ୍ଠ ଓକିଲ ନାଗାମୁଥୁ ଏବଂ ଦାମଲପତି ଶ୍ରୀନିବାସ ହାଇକୋର୍ଟରେ ପକ୍ଷ ରଖିଥିଲେ । ଆବେଦନକାରୀ ପକ୍ଷ କହିଥିଲେ, ଯଦି ସହକାରୀ ରେଜିଷ୍ଟ୍ରାର ଚିଟ୍ ଫଣ୍ଡ ଶାଖାଗୁଡ଼ିକୁ ଯାଞ୍ଚ କରୁଥିବା ସମୟରେ କୌଣସି ତ୍ରୁଟି ଦେଖାଦିଏ, ତେବେ ସେ ଚିଟ୍ ଆକ୍ଟର ଧାରା 46 (3) ଅନୁଯାୟୀ ସଂଶୋଧନ କରିବାକୁ ସଂସ୍ଥାକୁ ଏକ ନୋଟିସ ଦେବା ଉଚିତ । ଏହି ମାମଲାରେ ସେପରି କିଛି ନୋଟିସ ପ୍ରଦାନ କରାଯାଇନାହିଁ ।

ଆବେଦନକାରୀ ଓକିଲ ଏହା ମଧ୍ୟ କହିଛନ୍ତି ଯେ, ଯଦି ନୋଟିସ ପାଇବା ପରେ ତ୍ରୁଟି ସଂଶୋଧନ କରାଯାଏ ନାହିଁ,ତେବେ ସେହିକ୍ଷେତ୍ରରେ ଧାରା 48(H) ଅଧୀନରେ ଥିବା ଚିଟ୍ ଗୋଷ୍ଠୀକୁ ନିଲମ୍ବିତ କରିବା ପାଇଁ ପଦକ୍ଷେପ ନିଆଯାଇପାରେ । କିନ୍ତୁ, ସହକାରୀ ରେଜିଷ୍ଟ୍ରାର ସଂସ୍ଥାକୁ ନୋଟିସ ଦେଇନାହାଁନ୍ତି । ଏହି ପରିପ୍ରେକ୍ଷୀରେ, ଚିଟ୍ ଗ୍ରୁପ୍ ନିଲମ୍ବନ ଉପରେ ଚିଟ ରେଜିଷ୍ଟ୍ରାର / ଡେପୁଟି ରେଜିଷ୍ଟ୍ରାରଙ୍କଠାରୁ କୌଣସି ଆପତ୍ତି ଗ୍ରହଣ କରାଯିବାର ପ୍ରଶ୍ନ ଉଠୁନାହିଁ । ଆପତ୍ତି ଦର୍ଶାଇ ଚିଟ୍‌ ରେଜିଷ୍ଟ୍ରାରଙ୍କ ଦ୍ବାରା ଜାରି କରାଯାଇଥିବା ସର୍ବସାଧାରଣ ବିଜ୍ଞପ୍ତି ଅବୈଧ ବୋଲି ଆବେଦନକାରୀ ଓକିଲ କହିଛନ୍ତି ।

ବରିଷ୍ଠ ଆଇନଜୀବୀ ନାଗାମୁଥୁ ଯୁକ୍ତି କରିଛନ୍ତି ଯେ, ଗ୍ରାହକଙ୍କ ସ୍ୱାର୍ଥ ରକ୍ଷା ପାଇଁ ଚିଟ୍ ଫଣ୍ଡ ଆକ୍ଟରେ ବ୍ୟବସ୍ଥା ରହିଛି । ଚିଟ୍ ଫଣ୍ଡ ଆକ୍ଟର ଧାରା 46 (3) ଚିଟ୍ ଗୋଷ୍ଠୀଗୁଡିକର ତ୍ରୁଟି ସଂଶୋଧନ ପାଇଁ ନିୟମାବଳୀ ରହିଛି । ଆଇନ ଅନୁଯାୟୀ ଗ୍ରାହକଙ୍କୁ 100% ସୁରକ୍ଷା ଯୋଗାଇ ଦିଆଯାଉଛି । ତେଣୁ ସେମାନଙ୍କ ସୁରକ୍ଷାରେ କୌଣସି ଅସୁବିଧା ହେବ ନାହିଁ । ଏଥିରେ ସାମାନ୍ୟ ଧରଣର ତ୍ରୁଟି ପରିଲଖିତ ହେଲେ ନିଲମ୍ବନ ରଖାଯିବାର ନିୟମ ନାହିଁ । ଯଦି ଚିଟ୍ ରେଜିଷ୍ଟ୍ରାର୍ ସେପରି କୌଣସି ବ୍ୟତିକ୍ରମ ଅନୁଭବ କରନ୍ତି, ସେ ନୋଟିସ ଜାରି କରିବା କଥା । ହେଲେ ଏହି କ୍ଷେତ୍ରରେ ସେପରି କିଛି ନୋଟିସ ଜାରି କରାଯାଇନାହିଁ । ତେଣୁ ଏହି ନିଲମ୍ବନ ନୋଟିସ ସମ୍ପୂର୍ଣ୍ଣ ଅବୈଧ ଓ କୋର୍ଟ ଏହା ଉପରେ ରୋକ ଲଗାଇବାର ଆବଶ୍ୟକତା ରହିଛି ।

ରେଜିଷ୍ଟ୍ରାରଙ୍କ ଦ୍ବାରା ଜାରି କରାଯାଇଥିବା ଜନ ବିଜ୍ଞପ୍ତିର କାର୍ଯ୍ୟକାରିତାକୁ ସ୍ଥଗିତ ରଖିବା ଏବଂ କର୍ତ୍ତୃପକ୍ଷଙ୍କୁ ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ କୋର୍ଟ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଜାରି କରିବାକୁ ଆବେଦନରେ ଦର୍ଶାଯାଇଥିଲା । ସୋମବାର ଅନୁଷ୍ଠିତ ଶୁଣାଣିରେ ଆବେଦନକାରୀ ଚିଟ୍‌ଫଣ୍ଡ ସଂସ୍ଥା ପକ୍ଷରୁ ବରିଷ୍ଠ ଓକିଲଙ୍କ ଯୁକ୍ତି ଶେଷ ହେବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏ.ଜି ଶ୍ରୀରାମଙ୍କ ଯୁକ୍ତି ପାଇଁ ଏହି ଶୁଣାଣିକୁ ଆଜି (ମଙ୍ଗଳବାର) ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା । ଗତକାଲି (ସୋମବାର) ହାଇକୋର୍ଟର ବିଚାରପତି ଜଷ୍ଟିସ ଏନ.ଜୟସୁରିଆ ଏହି ନିର୍ଦ୍ଦେଶ ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ:-Relief to Margadarshi: ଆନ୍ଧ୍ର ସରକାରଙ୍କୁ ଝଟକା, ତେଲେଙ୍ଗାନା ହାଇକୋର୍ଟଙ୍କ ରାୟରେ ହସ୍ତକ୍ଷେପ କରିବେନି ସୁପ୍ରିମକୋର୍ଟ

ମାର୍ଗଦର୍ଶୀ ଚିଟଫଣ୍ଡ କମ୍ପାନୀର ଅଧିକୃତ ପ୍ରତିନିଧି ପି.ରାଜଜୀ ଚିଟ୍ ଗ୍ରୁପ ସମ୍ପର୍କରେ ଚଳିତ ବର୍ଷ ଜୁଲାଇ 30 ତାରିଖରେ ରେଜିଷ୍ଟ୍ରାର୍ ଅଫ୍ ଚିଟ୍ ଦ୍ବାରା ଜାରି କରାଯାଇଥିବା ଏକ ସାଧାରଣ ବିଜ୍ଞପ୍ତି ଆଧାରରେ ଚିଟ୍ ଗ୍ରୁପକୁ ସ୍ଥଗିତ ରଖିବାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଆନ୍ଧ୍ରର ଗୁଣ୍ଟୁର, କ୍ରିଷ୍ଣା ଏବଂ ପ୍ରକାଶମ ଜିଲ୍ଲାର ଚିଟ୍ ଗୋଷ୍ଠୀ ମାମଲାରେ ଜାରି କରାଯାଇଥିବା ସର୍ବସାଧାରଣ ବିଜ୍ଞପ୍ତିକୁ ଚ୍ୟାଲେଞ୍ଜ କରି ତିନୋଟି ପୃଥକ ମକଦ୍ଦମା ଦାୟର କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.