ETV Bharat / bharat

ଭାରତ ବାୟୋଟେକ ବ୍ୟତୀତ ଅନ୍ୟ କମ୍ପାନୀ କରିପାରିବେ କୋଭାକ୍ସିନ ଉତ୍ପାଦନ - ଭାରତ ବାୟୋଟେ

ଖୁବ ଶୀଘ୍ର ଭାରତ ବାୟୋଟେକ ବ୍ୟତୀତ ଅନ୍ୟ କମ୍ପାନୀ ମଧ୍ୟ ସ୍ବଦେଶୀ ଟିକା କୋଭ୍ୟାକ୍ସିନ ତିଆରି କରିପାରିବେ । ଭାରତ ବାୟୋଟେକ ହିଁ କୋଭାକ୍ସିନର ନିର୍ମାତା କମ୍ପାନୀ । ଅଧିକ ପଢନ୍ତୁ...

ଭାରତ ବାୟୋଟେକ ବ୍ୟତୀତ ଅନ୍ୟ କମ୍ପାନୀ କରିପାରିବେ କୋଭାକ୍ସିନ ଉତ୍ପାଦନ

author img

By

Published : May 13, 2021, 9:00 PM IST

ନୂଆଦିଲ୍ଲୀ: ଭ୍ୟାକ୍ସିନ ନିର୍ମାଣକୁ ନେଇ ଗୁରୁବାର ସାମ୍ନାକୁ ଆସିଛି ଏକ ସକାରାତ୍ମକ ଖବର । ଖୁବ ଶୀଘ୍ର ଭାରତ ବାୟୋଟେକ ବ୍ୟତୀତ ଅନ୍ୟ କମ୍ପାନୀ ମଧ୍ୟ ସ୍ବଦେଶୀ ଟିକା କୋଭ୍ୟାକ୍ସିନ ତିଆରି କରିପାରିବେ । ଯଦି ଏପରି ହୁଏ ତେବେ ଦେଶରେ ଟିକା ଅଭାବର ସଙ୍କଟ ଦୂର ହୋଇପାରିବ ।

ନୀତି ଆୟୋଗର ସଦସ୍ୟ ଭିକେ ପଲ ଗୁରୁବାର କହିଛନ୍ତି, ଅନ୍ୟ କମ୍ପାନୀ ଦ୍ବାରା କୋଭାକ୍ସିନ ତିଆରି କରିବା ବିଷୟକୁ ଭାରତ ବାୟୋଟେକ କରିଛି ସ୍ବାଗତ । ଭାରତ ବାୟୋଟେକ ହିଁ କୋଭାକ୍ସିନର ନିର୍ମାତା କମ୍ପାନୀ ।

କୋଭାସିନ ହେଉଛି ଏକ ସ୍ୱଦେଶୀ ଟିକା ଏବଂ ଦେଶରେ ଚାଲିଥିବା ଟୀକାକରଣ ଅଭିଯାନରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରୁଛି ।

ଭି.କେ ପଲ କହିଛନ୍ତି, ଦାବି ହେଉଛି ଯେ କୋଭାସାଇନ ତିଆରି ପାଇଁ ଅନ୍ୟ କମ୍ପାନୀଗୁଡିକୁ ମଧ୍ୟ ଦାୟିତ୍ବ ଦିଆଯିବା ଉଚିତ। କୋଭାକ୍ସିନ (ଭାରତ ବାୟୋଟେକ୍)ର ନିର୍ମାତା ସହିତ ଆଲୋଚନା କରାଯାଇଥିବାବେଳେ ସେମାନେ ଏହାକୁ ସ୍ୱାଗତ କଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.