ETV Bharat / bharat

Monkeypox: ଦିଲ୍ଲୀରେ ଆଉ ଜଣେ ସଂକ୍ରମିତ ଚିହ୍ନଟ, 3କୁ ବୃଦ୍ଧି ପାଇଲା ସଂଖ୍ୟା

author img

By

Published : Aug 2, 2022, 7:12 PM IST

ଦିଲ୍ଲୀରେ ଜଣେ ନାଇଜେରିଆ ନାଗରିକ ମଙ୍କିପକ୍ସରେ ସଂକ୍ରମିତ ଚିହ୍ନଟ । 3କୁ ବୃଦ୍ଧି ପାଇଲା ସଂକ୍ରମିତଙ୍କ ସଂଖ୍ୟା । ସକାଳେ କେରଳରେ ମଧ୍ୟ ଜଣେ ସଂକ୍ରମିତ ହୋଇଥିଲେ ଚିହ୍ନଟ । ଅଧିକ ପଢନ୍ତୁ

Monkeypox: ଦିଲ୍ଲୀରେ ଆଉ ଜଣେ ସଂକ୍ରମିତ ଚିହ୍ନଟ, 3କୁ ବୃଦ୍ଧି ପାଇଲା ସଂଖ୍ୟା
Monkeypox: ଦିଲ୍ଲୀରେ ଆଉ ଜଣେ ସଂକ୍ରମିତ ଚିହ୍ନଟ, 3କୁ ବୃଦ୍ଧି ପାଇଲା ସଂଖ୍ୟା

ନୂଆଦିଲ୍ଲୀ: ଦିଲ୍ଲୀରେ ଆଉ ଜଣେ ମଙ୍କିପକ୍ସ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତ ଜଣେ 35 ବର୍ଷୀୟ ନାଇଜେରିଆ ନାଗରିକ । ତେବେ ତାଙ୍କର ନିକଟ ଅତୀତରେ କୌଣସି ଅନ୍ତର୍ଜୀତୀୟ ଟ୍ରାଭେଲ ହିଷ୍ଟ୍ରି ମଧ୍ୟ ନାହିଁ । ଆଜିର ସଂଖ୍ୟାକୁ ମିଶାଇ ଜାତୀୟ ରାଜଧାନୀ ଦିଲ୍ଲୀରେ ସଂକ୍ରମିତଙ୍କ ସଂଖ୍ୟା 3କୁ ବୃଦ୍ଧି ପାଇଛି ।

ଅନ୍ୟପଟେ ଆଜି ସକାଳେ ମଧ୍ୟ କେରଳରେ ଆଉ ଜଣେ ମଙ୍କିପକ୍ସ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜିର ସଂଖ୍ୟାକୁ ମିଶାଇ କେବଳ କେରଳରେ ସଂକ୍ରମିତଙ୍କ ସଂଖ୍ୟା 5ରେ ପହଞ୍ଚିଥିବା ବେଳେ ଦେଶରେ ମୋଟ ସଂକ୍ରମଣ 8କୁ ବୃଦ୍ଧି ପାଇଛି । ସେହିପରି ଗତମାସ 30 ତାରିଖେ ଦେଶର ପ୍ରଥମ ମଙ୍କିପକ୍ସ ସମ୍ପର୍କିତ ମୃତ୍ୟୁ ମାମଲା ମଧ୍ୟ ସାମ୍ନାକୁ ଆସିଥିଲା । ଦୁବାଇରୁ କେରଳ ଫେରିଥିବା 22 ବର୍ଷୀୟ ଯୁବକଙ୍କ ପାଖରେ ମଙ୍କିପକ୍ସ ଭୂତାଣୁ ସ୍ପଷ୍ଟ ହୋଇଥିଲା । ପରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ଗତ 30 ତାରିଖରେ ମୃତ୍ୟୁ ହୋଇଥିଲା ।

ଦେଶରେ ବଢୁଥିବା ମଙ୍କିପକ୍ସ ସଂକ୍ରମଣକୁ ଦେଖି କେନ୍ଦ୍ର ସରକାର ମଧ୍ୟ ମୁକାବିଲା ରଣନୀତି ଆରମ୍ଭ କରିଛି । ଦେଶରେ ସଂକ୍ରମଣ ଓ ସ୍ଥିତି ଉପରେ ନଜର ରଖିବ ପାଇଁ ବିଶେଷଜ୍ଞଙ୍କୁ ନେଇ ଏକ ଟାକ୍ସଫୋର୍ସ ମଧ୍ୟ ଗଠନ କରାଯାଇଛି । ଏହି ଟାକ୍ସଫେର୍ସ ସଂକ୍ରମଣ ଉପରେ ନଜର ରଖିବା ସହ ଏହାର ଟିକା ଉଦ୍ଧାଭନ କରିବା ପାଇଁ ମଧ୍ୟ ସହଯୋଗ କରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.