ETV Bharat / bharat

ଆଉ ଏକ ସୀମା ପାର୍ ଲଭ ଷ୍ଟୋରୀ: ଫେସବୁକରେ ହେଲା ପ୍ରେମ, ଭାରତ ଆସି ବିବାହ କଲେ ଶ୍ରୀଲଙ୍କା ଯୁବତୀ

7ବର୍ଷର ପ୍ରେମ ସମ୍ପର୍କ ପରେ ସାତ ଦରିଆ ପାର ହୋଇ ଭାରତ ଆସି ପ୍ରେମିକକୁ ବିବାହ କରିଛନ୍ତି ଶ୍ରୀଲଙ୍କାର ଯୁବତୀ । ଫେସବୁକରେ ପ୍ରେମ ପରେ ବୟଫ୍ରେଣ୍ଡକୁ ବିବାହ କରିବାକୁ ବିଘ୍ନେଶ୍ବରୀ ଶ୍ରୀଲଙ୍କାରୁ ଭାରତ ଆସିଛନ୍ତି ।

author img

By

Published : Jul 29, 2023, 4:37 PM IST

ଭାରତ ଆସି ବିବାହ କଲେ ଶ୍ରୀଲଙ୍କାର ବିଘ୍ନେଶ୍ବରୀ

ବିଶାଖାପାଟଣା: ଭାରତୀୟ ଯୁବକଙ୍କ ପ୍ରେମରେ ଶ୍ରୀଲଙ୍କା ଯୁବତୀ। ଫେସବୁକରେ ପ୍ରେମ ପରେ ବୟଫ୍ରେଣ୍ଡକୁ ବିବାହ କରିବାକୁ ଶ୍ରୀଲଙ୍କାରୁ ଭାରତ ଆସିଛନ୍ତି ବିଘ୍ନେଶ୍ବରୀ। ପାକିସ୍ତାନୀ ମହିଳା ସୀମା ହାଇଦର ଘଟଣା ପରେ ଦିନକୁ ଦିନ ନୂଆ ନୂଆ ଖବର ସାମନାକୁ ଆସିଛି। ଏହାରି ଭିତରେ ଆଉ ଏକ ବର୍ଡର ପାର୍ ଲଭ ଷ୍ଟୋରୀ ଦେଖିବାକୁ ମିଳିଛି। 7 ବର୍ଷର ପ୍ରେମ ସମ୍ପର୍କ ପରେ ସାତ ଦରିଆ ପାର ହୋଇ ଭାରତ ଆସି ପ୍ରେମିକକୁ ବିବାହ କରିଛନ୍ତି ଶ୍ରୀଲଙ୍କାର ଯୁବତୀ।

ସୂଚନା ଅନୁସାରେ, ଶ୍ରୀଲଙ୍କାର ଜଣେ ଯୁବତୀଙ୍କ ସହ ଆନ୍ଧ୍ରପ୍ରଦେଶର ଜଣେ ଯୁବକଙ୍କର ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକରେ ପରିଚୟ ହୋଇଥିଲା। ଧୀରେ ଧୀରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢିଉଠିଥିଲା। ଯୁବକ ଜଣକ ହେଉଛନ୍ତି ଆନ୍ଧ୍ରପ୍ରଦେଶ ଚିତ୍ତୋର ଜିଲ୍ଲାର ଅରିମାକୁଲାପଲ୍ଲେ ଅଞ୍ଚଳର ଲକ୍ଷ୍ମଣ। ଶ୍ରୀଲଙ୍କାର ବିଘ୍ନେଶ୍ବରୀଙ୍କ ସହ ଫେସବୁକରେ ପ୍ରେମ ହୋଇଥିଲା। ଦୀର୍ଘ 7 ବର୍ଷର ପ୍ରେମ ସମ୍ପର୍କ ପରେ ଉଭୟେ ବିବାହ କରିବାକୁ ସ୍ଥିର କରିଥିଲେ। ଆଉ ଶେଷରେ ପରସ୍ପରର ହାତ ଧରି ନିଜ ସମ୍ପର୍କକୁ ଏକ ନୂଆ ରୂପ ଦେଇଛନ୍ତି ଏହି ପ୍ରେମୀ ଯୁଗଳ।

ବିଘ୍ନେଶ୍ବରୀଙ୍କ ଘର ଶ୍ରୀଲଙ୍କାର ବେଲାଙ୍ଗୁଡୁରେ ହୋଇଥିବାବେଳେ ସେ ବିଧିବଦ୍ଧ ଭାବେ ଟୁରିଷ୍ଟ ଭିସା ଆବେଦନ କରିଥିଲେ। ଭିସା ମିଳିବା ପରେ ସମସ୍ତ ନିୟମ କାନୁନର ଅନୁପାଳନ କରି ଗତ 8 ତାରିଖରେ ଭାରତରେ ପହଞ୍ଚିଛନ୍ତି। ଭାରତରେ ପହଞ୍ଚିବା ପରେ ଲକ୍ଷ୍ମଣ ତାଙ୍କୁ ପାଚ୍ଛୋଟି ନେଇଥିଲେ। ଏହାପରେ ଗତ 20ତାରିଖରେ ଉଭୟଙ୍କ ବିବାହ ଭି କୋଟା ମଣ୍ଡଳ ସ୍ଥିତ ଏକ ସାଇ ମନ୍ଦିରରେ ହୋଇଥିଲା। ଏହାପରେ ଲକ୍ଷ୍ମଣଙ୍କ ପରିବାରବର୍ଗ ମଧ୍ୟ ନବବଧୂଙ୍କୁ ନିଜ ପରିବାରର ସଦସ୍ୟ ଭାବେ ସ୍ବିକୃତୀ ଦେଇଥିବା ଜଣାପଡିଛି।

ଏହା ବି ପଢନ୍ତୁ...ପ୍ରେମ ପାଇଁ ସୀମା ପାର ଅଞ୍ଜୁଙ୍କ ଭିଡିଓ ମେସେଜ, କହିଲେ 2 ଦିନରେ ଫେରିବି

ଏନେଇ ଚିତ୍ତୋର ଏସପି କହିଛନ୍ତି, "ଗତ 3 ଦିନ ପୂର୍ବେ ଆମେ ଏହି ଘଟଣା ବିଷୟରେ ଜାଣିବାକୁ ପାଇଛୁ । ଅଗଷ୍ଟ 6 ତାରିଖରେ ଶ୍ରୀଲଙ୍କା ଯୁବତୀ ବିଘ୍ନେଶ୍ବରୀଙ୍କ ଟୁରିଷ୍ଟ ଭିସାର ଅବଧି ଶେଷ ହେଉଛି। ତେଣୁ 6 ତାରିଖ ପରେ ଏନେଇ ତାଙ୍କୁ ସ୍ବଦେଶ ଫେରି ଯିବାକୁ ନୋଟିସ ଜାରି କରାଯିବ।"

ତେବେ ପାକିସ୍ତାନୀ ମହିଳା ଏବଂ ସଚିନଙ୍କ ଲଭଷ୍ଟୋରୀ ପରେ ଭାରତୀୟ ମହିଳା ଅଞ୍ଜୁଙ୍କ ଲଭଷ୍ଟୋରୀକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ବୟଫ୍ରେଣ୍ଡକୁ ବିବାହ କରିବାକୁ ଅଞ୍ଜୁ ପାକିସ୍ତାନ ଯାଇଥିବାବେଳେ ତାଙ୍କୁ ଫେରାଇ ଆଣିବା ସପକ୍ଷେ ନାହାନ୍ତି ପରିବାର। ତେବେ ପ୍ରେମ ପାଇଁ ଭାରତ ଆସିଥିବା ବିଘ୍ନେଶ୍ବରୀ ନାଗରିକତା ପାଇଁ ଆବେଦନ କରିବେ ନାଁ ପୁଣି ଥରେ ଶ୍ରୀଲଙ୍କା ଫେରିଯିବେ ତାହାରି ଉପରେ ସମସ୍ତଙ୍କ ନଜର ରହିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.