ETV Bharat / bharat

Manipur Women Paraded Naked: ଆଉ ଜଣେ ଅଭିଯୁକ୍ତ ଗିରଫ, ଗିରଫଦାରୀ ସଂଖ୍ୟା 7କୁ ବୃଦ୍ଧି - କୁକି ଓ ମୈତେଇ ସମ୍ପ୍ରଦାୟ ମଧ୍ୟରେ ସଂଘର୍ଷ

ମଣିପୁରରେ ଦୁଇ ଜଣ ମହିଳାଙ୍କୁ ନିର୍ବସ୍ତ୍ର କରି ବୁଲାଇବା ଘଟଣା । ଆଉ ଜଣେ ଅଭିଯୁକ୍ତକୁ ଗିରଫ କଲା ପୋଲିସ। ଅଧିକ ପଢନ୍ତୁ

Manipur Viral Video Case
Manipur Viral Video Case
author img

By

Published : Jul 25, 2023, 11:47 AM IST

ଇମ୍ଫାଲ: କୁକି ଓ ମୈତେଇ ସମ୍ପ୍ରଦାୟ ମଧ୍ୟରେ ସଂଘର୍ଷକୁ ନେଇ ମଣିପୁରରେ ସ୍ଥିତି ଅଣାୟତ ହୋଇଛି । ଦୁଇ ଜଣ ମହିଳାଙ୍କୁ ନିର୍ବସ୍ତ୍ର କରି ରାସ୍ତାରେ ବୁଲାଇବା ଘଟଣାରେ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ସୋମବାର(ଜୁଲାଇ 24 ) ସନ୍ଧ୍ୟାରେ ଅଭିଯୁକ୍ତକୁ ଥୋଉବାଲ ଜିଲ୍ଲାରୁ ଗିରଫ କରାଯାଇଛି ।

ଏନେଇ ମଣିପୁର ପୋଲିସ ଟ୍ବିଟ୍‌ କରି କହିଛି ଯେ, ମେ' 4 ତାରିଖରେ ଦୁଇ ମହିଳାଙ୍କୁ ନିର୍ବସ୍ତ୍ର କରି ରାସ୍ତାରେ ଚଳାଇବା ଭିଡିଓ ଭାଇରାଲ ଘଟଣାରେ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି । ବର୍ତ୍ତମାନ ସୁଦ୍ଧା ମୋଟ 7 ଜଣ ଗିରଫ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଜଣେ ନାବାଳକ ରହିଛି । ଭାଇରାଲ ଭିଡିଓରୁ ପୋଲିସ 14 ଜଣଙ୍କୁ ଚିହ୍ନଟ କରିଥିଲା । ସୋମବାର ସାତ ନମ୍ବର ଅଭିଯୁକ୍ତକୁ ଗିରଫ କରାଯାଇଛି । ପୂର୍ବରୁ ଏହି ଘଟଣାରେ 5ଜଣ ମୁଖ୍ୟ ଅଭିଯୁକ୍ତ ଓ ଜଣେ ନାବାଳକ ସମେତ 6 ଜଣଙ୍କୁ ପୋଲିସ ଗିରଫ କରିଥିଲା । ଅଭିଯୁକ୍ତଙ୍କ ବିରୋଧରେ ଅପହରଣ, ଗଣଦୁଷ୍କର୍ମ ଓ ହତ୍ୟା ମାମଲା ରୁଜୁ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ-Manipur case: 5ମ ଅଭିଯୁକ୍ତ ଗିରଫ, ପୂର୍ବରୁ ଗିରଫ 4 ଅଭିଯୁକ୍ତ ଏବେ 11 ଦିନିଆ ରିମାଣ୍ଡରେ

ମଣିପୁର ପୋଲିସ ଆହୁରି ମଧ୍ୟ କହିଛି ଯେ, ଏହି ଘଟଣାରେ ଜଡିତ ଅନେକ ଅପରାଧୀ ଏବେ ବିଭିନ୍ନ ସ୍ଥାନରେ ଲୁଚି ରହିଛନ୍ତି । ସେମାନଙ୍କୁ ଗିରଫ ପାଇଁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଉଛି । ଖୁବଶୀଘ୍ର ସେମାନନଙ୍କୁ ଗିରଫ କରାଯିବ । ମଣିପୁରର ବିଭିନ୍ନ ଜିଲ୍ଲାର ମୋଟ 125ଟି ଚେକ୍‌ ପଏଣ୍ଟ କରାଯାଇଛି । ବିଭିନ୍ନ ସ୍ଥାନରେ ହିଂସା ଘଟଣାରେ ପୋଲିସ 369 ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ଭାଇରାଲ ହୋଇଥିବା ଭିଡିଓରେ ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ପତ୍ନୀ ରହିଛନ୍ତି । ମହିଳାଙ୍କ ସ୍ବାମୀ ଆସାମ ରେଜିମେଣ୍ଟରେ ସୁବେଦାର ଭାବେ କାର୍ଯ୍ୟ କରୁଥିଲେ ଏବଂ କାର୍ଗିଲ ଯୁଦ୍ଧରେ ମଧ୍ୟ ଦେଶ ମାତୃକା ପାଇଁ ଲଢ଼ିଥିଲେ ।

ଏହା ମଧ୍ୟ ପଢନ୍ତୁ-Manipur Violence: ଜଳୁଛି ମଣିପୁର, 10 ପରିତ୍ୟକ୍ତ ଓ ସ୍କୁଲ ଘର ଜାଳି ଦେଲେ

ଗତ ମେ ମାସ 4 ତାରିଖରେ ମଣିପୁରରେ ଦୁଇ ମହିଳାଙ୍କୁ ନିର୍ବସ୍ତ୍ର କରି ରାସ୍ତାରେ ଚଳାଇ ଚଳାଇ ନେବା ଓ ସଂଘବଦ୍ଧ ଯୌନ ନିର୍ଯାତନା ଦିଆଯାଇଥିଲା । ଯାହାର ଭିଡିଓ ଜୁଲାଇ 19 ତାରିଖରେ ଭାଇରାଲ ହୋଇଥିଲା। ଏପରି ସ୍ପର୍ଶକାତର ଘଟଣାକୁ ନେଇ ସାରା ଦେଶରେ ତୀବ୍ର ବିରୋଧ କରାଯାଉଛି । ମେ' ମାସ 3 ତାରିଖରେ ମଣିପୁରରେ ସୂତ୍ରପାତ ହୋଇଥିବା ହିଂସାରେ ଏପର୍ଯ୍ୟନ୍ତ ପ୍ରାୟ 160 ଲୋକଙ୍କ ମୃତ୍ୟୁ ହୋଇସାରିଥିବା କୁହାଯାଉଛି । ସରକାରୀ ଭାବେ ମୃତ୍ୟୁ ସଂଖ୍ୟାକୁ କମ ବୋଲି ଦର୍ଶାଯାଉଥିବା ମଧ୍ୟ ଅଭିଯୋଗ ହୋଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.