ETV Bharat / bharat

Ankita Bhandari Murder case: ମୁଖ୍ୟ ଅଭିଯୁକ୍ତ ଓ ଅଙ୍କିତା ବନ୍ଧୁଙ୍କ ଅଡ଼ିଓ ଭାଇରାଲ

ଉତ୍ତରାଖଣ୍ଡ ନିଖୋଜ ରିସେପସନିଷ୍ଟ ଅଙ୍କିତା ଭଣ୍ଡାରୀ(Ankita Bhandari Murder case) ହତ୍ୟା ଘଟଣା । ଅଙ୍କିତାଙ୍କ ବନ୍ଧୁ ଓ ମୁଖ୍ୟ ଅଭିଯୁକ୍ତ ପୁଲକିତ ଆର୍ଯ୍ୟଙ୍କ ଅଡ଼ିଓ ଭାଇରାଲ । ଅଧିକ ପଢନ୍ତୁ

Ankita Bhandari Murder case: ମୁଖ୍ୟ ଅଭିଯୁକ୍ତ ଓ ଅଙ୍କିତା ବନ୍ଧୁଙ୍କ ଅଡ଼ିଓ ଭାଇରାଲ
Ankita Bhandari Murder case: ମୁଖ୍ୟ ଅଭିଯୁକ୍ତ ଓ ଅଙ୍କିତା ବନ୍ଧୁଙ୍କ ଅଡ଼ିଓ ଭାଇରାଲ
author img

By

Published : Sep 25, 2022, 11:03 PM IST

ଡେରାଡୁନ: ରିସେପନିଷ୍ଟ ଅଙ୍କିତା ଭଣ୍ଡାରୀ ହତ୍ୟା ମାମଲା (Ankita Bhandari Murder case)ରେ କ୍ରମାଗତ ଭାବେ ଗୋଟିଏ ପରେ ଗୋଟିଏ ନୂଆ ଖୁଲାସା ହେଉଛି । ହ୍ବାଟ୍ସଆପ ଚାଟ୍ ପରେ ବର୍ତ୍ତମାନ ଅଙ୍କିତାଙ୍କ ବନ୍ଧୁ ପୁଷ୍ପ ଏବଂ ମୁଖ୍ୟ ଅଭିଯୁକ୍ତ ପୁଲକିତ ଆର୍ଯ୍ୟଙ୍କ ମଧ୍ୟରେ କଥାବାର୍ତ୍ତାର ଅଡିଓ ସାମ୍ନାକୁ ଆସିଛି (Pushp And Pulkit Arya Audio Viral) । ପୁଷ୍ପ ପୁଲକିତଙ୍କୁ ଅଙ୍କିତା କୁଆଡ଼େ ଗଲା ବୋଲି ପ୍ରଶ୍ନ କରୁଥିବା ବେଳେ ପୁଲକିତ ତାଙ୍କୁ ବିଭ୍ରାନ୍ତ କରୁଥିବା ଶୁଣିବାକୁ ମିଳୁଛି । ଏହା ସହିତ ଅଭିଯୁକ୍ତ ଅଙ୍କିତାଙ୍କୁ ଖୋଜିବାକୁ ମଧ୍ୟ କହିଛନ୍ତି ।

ଅଙ୍କିତା ଭଣ୍ଡାରୀ ତାଙ୍କ ବନ୍ଧୁ ପୁଷ୍ପଙ୍କୁ କହିଥିଲେ ଯେ ପୁଲକିତଙ୍କ ସମେତ ଅନ୍ୟମାନେ ତାଙ୍କୁ ଅତିରିକ୍ତ ସେବା ଯୋଗାଇବାକୁ କହୁଛନ୍ତି । ସେ ନିଜ ବନ୍ଧୁଙ୍କୁ ଅନେକ ଘଟଣା ସମ୍ପର୍କରେ ମଧ୍ୟ କହିଥିଲେ । ଆହୁରି ମଧ୍ୟ ଅଙ୍କିତା ତାଙ୍କ ସାଙ୍ଗକୁ ୮ଟା ୩୦ରେ ଫୋନ କରିବାକୁ କହିଥିଲେ, କିନ୍ତୁ ଏହା ପରେ ହଠାତ ଅଙ୍କିତାଙ୍କ ଫୋନ ବନ୍ଦ ହୋଇଯାଇଥିଲା । ଏହାପରେ ପୁଷ୍ପଙ୍କୁ ସନ୍ଦେହ ହୋଇଥିଲା । ପୁଷ୍ପ ଅଭିଯୁକ୍ତକୁ ଫୋନରେ ଅଙ୍କିତାଙ୍କ ବିଷୟରେ ପଚରାଉଚରା କରିଥିଲେ । ଯେଉଁଥିରେ ଅଭିଯୁକ୍ତ ତାଙ୍କୁ ବିଭ୍ରାନ୍ତ କରି ଚାଲିଥିଲେ ।

ଏହା ବି ପଢନ୍ତୁ- Ankita Bhandari Murder Case: ମୁଖ୍ୟ ଅଭିଯୁକ୍ତର ବାପା ଓ ଭାଇଙ୍କୁ ଦଳରୁ ବହିଷ୍କାର କଲା BJP

ଭାଇରାଲ ଅଡିଓରେ ପୁଷ୍ପ ଅଙ୍କିତା ବିଷୟରେ ପଚାରିଛନ୍ତି । ଯେଉଁଥିରେ ପୁଲକିତ ଆର୍ଯ୍ୟ କୁହନ୍ତି ଯେ, "ଆମେ ଅଙ୍କିତାଙ୍କ ସହ ସନ୍ଧ୍ୟାରେ ଋଷିକେଶକୁ ଯାଇ ରାତି ୯ଟାରେ ରିସର୍ଟକୁ ଫେରିଥିଲୁ । ଅଙ୍କିତା ମଧ୍ୟ ରିସର୍ଟକୁ ଆସିଥିଲେ, ଏହା ପରେ ଅଙ୍କିତା ରାତ୍ରିଭୋଜନ କରିଥିଲେ । କିନ୍ତୁ ସକାଳେ ସେ ନିଜ ରୁମରେ ନଥିଲେ । ଆମେ ସମସ୍ତେ ତାଙ୍କୁ ଖୋଜୁଛୁ । ମୁଁ ଅଙ୍କିତାଙ୍କୁ ରାତିସାରା ମୋ ଫୋନ୍ ଦେଇଥିଲି । ହତ୍ୟାକାଣ୍ଡ ପୂର୍ବରୁ ଅଙ୍କିତା ଏବଂ ମୋ ମଧ୍ୟରେ ଝଗଡା ବେଳେ ଫୋନକୁ କେନାଲରେ ଫୋପାଡି ଦିଆଯାଇଥିଲା ।"

ଏହା ବି ପଢନ୍ତୁ-ଅଙ୍କିତା ଭଣ୍ଡାରୀ ହତ୍ୟା: ତଦନ୍ତ ଉପରେ ସନ୍ଦେହ, ଅନ୍ତିମ ସଂସ୍କାର କରିବାକୁ ମନା କଲେ ପରିବାର

ଏହାପରେ ପୁଷ୍ପ ପୁଲକିତଙ୍କୁ ପ୍ରଶ୍ନ କରିଥିଲେ ଯେ, ଅଙ୍କିତା ତୁମ ସହିତ କୌଣସି ସ୍ଥାନକୁ ଯାଇନି ତ ? ଏହାର ଉତ୍ତରରେ ପୁଲକିତ କହିଥିଲେ ଯେ, ସେ ବହୁତ ଦୂରରେ ଅଛନ୍ତି । ଅଙ୍କିତା ତାଙ୍କ ନିକଟରୁ ଆସିପାରିବ ନାହିଁ । ତେବେ ସୂଚନା ଥାଉ କି ମୁଖ୍ୟ ଅଭିଯୁକ୍ତ ପୁଲକିତଙ୍କ ରିସର୍ଟରେ କାମ କରୁଥିବା ୧୯ ବର୍ଷୀୟ ଯୁବତୀ ଅଙ୍କିତା ପ୍ରଥମେ ନିଖୋଜ ଥିବାବେଳେ ତାଙ୍କ ମୃତଦେହ ରିସର୍ଟ ନିକଟରେ ଥିବା ଏକ କେନାଲରୁ ଉଦ୍ଧାର ହୋଇଥିଲା । ଅଙ୍କିତାଙ୍କ ବାପା ଓ ଭାଇ ତାଙ୍କର ମୃତଦେହ ଚିହ୍ନଟ କରିଥିଲେ ।

ଅଙ୍କିତାଙ୍କୁ ହତ୍ୟା କରାଯାଇଥିବା ଜଣାପଡିବା ପରେ ଶନିବାର ସକାଳ ୭ଟାରୁ ରିସର୍ଟ ପାଖ କେନାଲରେ ମୃତଦେହ ଖୋଜାଖୋଜି ଆରମ୍ଭ ହୋଇଥିଲା । ମୃତଦେହ ମିଳିବା ପରେ ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ପୁଲକିତ ଆର୍ଯ୍ୟଙ୍କୁ ଶୁକ୍ରବାର ଗିରଫ କରାଯାଇଥିଲା । ମିଳିଥିବା ସୂଚନା ଅନୁସାରେ ଅଭିଯୁକ୍ତ ପୁଲକିତ ଆର୍ଯ୍ୟକୁ ପଚରାଉଚରା ସମୟରେ ପ୍ରଥମେ ସେ ପୋଲିସକୁ ଭ୍ରମିତ କରିବାକୁ ଚେଷ୍ଟା କରିଥିଲା । ହେଲେ ପରେ ନିଜର ଦୋଷ ସ୍ବୀକାର କରିଥିଲା । ସେ ଅଙ୍କିତାଙ୍କୁ ବେଶ୍ୟାବୃତ୍ତି ପାଇଁ ବାଧ୍ୟ କରୁଥିଲେ । ତେବେ ଅଙ୍କିତା ଏଥିରେ ରାଜି ନଥିଲେ । ଏଥିଯୋଗୁଁ ଉଭଯଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ତେବେ ଅଙ୍କିତା ବାହାରେ କାଳେ ଏହିକଥା ପ୍ରଘଟ କରିଦେବ ସେହି ଆଶଙ୍କାରେ ଥିଲା ଅଭିଯୁକ୍ତ ପୁଲକିତ ।

ଏହାପରେ ସେପ୍ଟେମ୍ବର ୧୮ ତାରିଖରେ ଅଭିଯୁକ୍ତ ପୁଲକିତ ନିଜ ରିସର୍ଟ ମ୍ୟାନେଜର ସୌରଭ ଭାସ୍କର ଏବଂ ଆସିଷ୍ଟାଣ୍ଟ ମ୍ୟାନେଜର ଅଙ୍କିତ ଗୁପ୍ତାଙ୍କ ସହ ଅଙ୍କିତାକୁ ସାଙ୍ଗରେ ନେଇ ଋଷିକେଶ ଯାଇଥିଲେ । ପୁଲକିତ ଦୁଇ ଜଣଙ୍କ ସହଯୋଗରେ ଅଙ୍କିତାଙ୍କୁ ହତ୍ୟା କରିଥିଲେ । ଋଷିକେଶରେ ମଧ୍ୟ ପୂର୍ବ ପ୍ରସଙ୍ଗ ଦୋହରାଇ ଥିଲେ । ଅଙ୍କିତା ପୁଣି ଥରେ ମନା କରିଥିଲେ । ଏହାପରେ ମୃତଦେହକୁ ଚିଲା କେନାଲ(Cheela Canal) ମଧ୍ୟକୁ ଠେଲି ଦେଇଥିବା ମାନିଥିଲେ । ସମସ୍ତ ୩ ଅଭିଯୁକ୍ତଙ୍କୁ ୧୪ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି କୋର୍ଟ । ନିଜ ରୁମ୍‌ରେ ଅଙ୍କିତା ନଥିବାରୁ ଗତ ସୋମବାର ସକାଳେ ସ୍ଥାନୀୟ ରେଭେନ୍ୟୁ ପୋଲିସ ଆଉଟପୋଷ୍ଟରେ ପରିବାର ଲୋକେ ଏକ ନିଖୋଜ FIR କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.