ETV Bharat / bharat

ନିଆରା ପଶୁପ୍ରେମ, ଘର ପାଲଟିଛି ଚିଡିଆଖାନା

author img

By

Published : Jul 8, 2022, 8:39 AM IST

ଘରେ ଶହେ ପ୍ରକାର ପଶୁ । ଘରର ସଦସ୍ୟ ପାଲଟିଛନ୍ତି ସମସ୍ତ ପ୍ରକାର ପଶୁପକ୍ଷୀ । ବିଲେଇ, କୁକୁର ଷଣ୍ଢ ଓ ଭଳିକି ଭଳି ପକ୍ଷୀ ଗୋଟିଏ ଛାତ ତଳେ ରହିଛନ୍ତି । ମୋଟାମୋଟି ଭାବେ କହିବାକୁ ଗଲେ ଚିଡିଆଖାନାରେ ପରିବର୍ତ୍ତନ ହୋଇଛି ଘର । ଅଧିକ ପଢନ୍ତୁ

ନିଆରା ପଶୁପ୍ରେମ, ଘର ପାଲଟିଛି ଚିଡିଆଖାନା
ନିଆରା ପଶୁପ୍ରେମ, ଘର ପାଲଟିଛି ଚିଡିଆଖାନା

ଲକ୍ଷ୍ନୌ: ଘରେ ଶହେ ପ୍ରକାର ପଶୁ । ଘରର ସଦସ୍ୟ ପାଲଟିଛନ୍ତି ସମସ୍ତ ପ୍ରକାର ପଶୁପକ୍ଷୀ । ବିଲେଇ, କୁକୁର ଷଣ୍ଢ ଓ ଭଳିକି ଭଳି ପକ୍ଷୀ ଗୋଟିଏ ଛାତ ତଳେ ରହିଛନ୍ତି । ମୋଟାମୋଟି ଭାବେ କହିବାକୁ ଗଲେ ଚିଡିଆଖାନାରେ ପରିବର୍ତ୍ତନ ହୋଇଛି ଘର । ଆଉ ସେମାନଙ୍କ ପ୍ରତି ଏ ନିଆରା ଭଲ ପାଇବା ଦେଖାଇ ଉଦାହରଣ ସୃଷ୍ଟି କରିଛନ୍ତି ଉତ୍ତରପ୍ରଦେଶ ବାରଣାସୀର ସ୍ବାତି ବଲାନୀ । ଜୀବଜନ୍ତୁଙ୍କ ସମସ୍ତେ ଭଲ ପାଆନ୍ତି । ସେଥିପାଇଁ ଘରେ ସୋମାନଙ୍କୁ ପୋଷା ଯାଏ । ସେମାନେ କଥା କହି ପାରନ୍ତିନାହିଁ ହେଲେ ସେମାନେ ଭଲ ପାଇବାକୁ ବୁଝନ୍ତି । ତାଙ୍କୁ ସେମିିତି ଭଲ ପାଇବା ଦେଇଛନ୍ତି ସ୍ବାତି ।

ନିଆରା ପଶୁପ୍ରେମ, ଘର ପାଲଟିଛି ଚିଡିଆଖାନା

ବାରଣାସୀର ସ୍ବାତି ବଲାନୀଙ୍କ କାହାଣୀ ଟିକିଏ ଅଲଗା । ସିକରୋଲ ବାସିନ୍ଦା ସ୍ବାତିଙ୍କର ପିଲାଟିବେଳୁ ପଶୁପକ୍ଷୀଙ୍କ ପ୍ରତି ଭଲ ପାଇବା ରହିଥିଲା । ସେ ପଶୁଙ୍କୁ ଏତେ ଭଲ ପାଆନ୍ତି ଯେ ଘରକୁ ହିଁ ଚିଡିଆଖାନା କରି ନେଇଛନ୍ତି । ପଶୁମାନଙ୍କ ପ୍ରତି ତାଙ୍କର ଏତେ ଭଲପାଇବା ଅଛି ଯେ ଲୋକମାନେ ତାଙ୍କୁ 'ମୋଗଲି' କହିବା ଆରମ୍ଭ କରି ଦେଇଛନ୍ତି । ସ୍ବାତି ବଲାନୀଙ୍କ ଘରେ ଥିବା ପଶୁଙ୍କ ମଧ୍ୟରେ କାହାର ସ୍ବାସ୍ଥ୍ୟ ଖରାପ ଅଛି ତ କିଏ ଆହତ ସେହିମାନଙ୍କୁ ସାହାରା ଦେଇଛନ୍ତି ସ୍ବାତୀ । ତାଙ୍କର 2ଟି ଷଣ୍ଢ ସେଥିମଧ୍ୟରୁ ଗୋଟିଏକୁ ଦେଖାଯାଉନାହିଁ । ଖାଲି ଏତିକି ନୁହେଁ, ଏକ ଚିଲ ମଧ୍ୟ ରଖିଛନ୍ତି ସ୍ବାତି । 25 ରୁ ଅଧିକ ବୁଲା ଏବଂ ବିଦେଶୀ କୁକୁର ଅଛନ୍ତି । 13 ଟି ବିଲେଇ ମଧ୍ୟ ରଖିଛନ୍ତି ସ୍ବାତି । ସମସ୍ତଙ୍କ ଅଲଗା ଅଲଗା ନାମ ମଧ୍ୟ ଦେଇଛନ୍ତି ଡାକିବା ମାତ୍ରେ ପାଖକୁ ଦୌଡି ଆସନ୍ତି ସଭିଏଁ ।

ଯଦି ଆମେ କୁକୁରମାନଙ୍କ ନାମ ବିଷୟରେ କହିବା, ତେବେ ସୁଲତାନ, ଲଡୁ, ଚୁତ୍ରି, ଗାଟୁ, ରକ୍ସି, କାଲୁ, ରାବଣ, ଶେରା, ସବଜି, ମାଛଲି, ଝୁମୁରୁ ବାର୍ଫି, ଲିଜା, ବୁଲବୁଲ, ଜିମି, ମାଇକ୍ରୋ ଏବଂ ବେରୀ ଅଛନ୍ତି ଆଦି ନାମର କୁକୁର ଅଛନ୍ତି । ବିଲେଇମାନଙ୍କର ନାମ ହେଉଛି ଚୁଲବୁଲ, ଜ୍ୟାକି, ପିକ୍ସି, ହନି, ସୁଲି, ବିଲୁ ଏବଂ ଜୋର୍ଡାନ । ଚିଲର ନାମ ହେଉଛି ଚିଲୁ । ଏହା ସହିତ ସ୍ବାତି ଘର ନିକଟରେ ରହୁଥିବା ବାହାର ପଶୁଙ୍କୁ ମଧ୍ୟ ଖାଦ୍ୟ ଦେଇଥାନ୍ତି । କୁକୁର ବିଲେଇ ପରସ୍ପରର ଶତ୍ରୁ କିନ୍ତୁ ସ୍ବାତିଙ୍କୁ ଘରେ କୁକୁର ବିଲେଇ ଗୋଟିଏ ଘରେ ରହିବା ସମ୍ଭବ ହୋଇଛି ।

ବନ୍ଧୁ ଓ ପରିବାର ଲୋକଙ୍କ ସହାୟତାରେ ପଶୁପକ୍ଷୀଙ୍କ ଯତ୍ନ ନିଅନ୍ତି । ସ୍ବାତିଙ୍କ ମାଆ ଜଣେ ମେଡିକାଲ ଅଫିସର ଭାବେ ଅବସର ନେଇଛନ୍ତି ଓ ବାପା ବ୍ୟାଙ୍କ କର୍ମଚାରୀ । ସ୍ବାତି ମୁମ୍ବାଇରୁ ମ୍ୟାନେଜମେଣ୍ଟରେ ଶିକ୍ଷା ନେଇଛନ୍ତି । କିଛି ଦିନ ଚାକିରି ମଧ୍ୟ କରିଥିଲେ । କାମରେ ମନ ନ ଲାଗିବାରୁ ବନାରସ ଚାଲିଆସି ଥିଲେ ଏହିଠାରେ ହିଁ ରହିଗଲେ । 10 ବର୍ଷ ହେବ ପଶୁପକ୍ଷୀଙ୍କ ସେବା କରି ଆସୁଛନ୍ତି ସ୍ବାତି । କଷ୍ଟ ସହୁଥିବା ପଶୁପକ୍ଷୀଙ୍କ କଷ୍ଟ ସହିପାରନ୍ତି ନାହିଁ । ତୁରନ୍ତ ତାଙ୍କୁ ଆଣି ସେବା କରିବାରେ ଲାଗିପଡନ୍ତି ସେ ।

ସ୍ବାତିଙ୍କ ପଶୁଙ୍କ ପ୍ରତି ଏତେ ଭଲ ପାଇବା ଯେ ସେ ବିବାହ କରିନାହାନ୍ତି । ଏବାବଦରେ ସେ କୁହନ୍ତି ଯଦି ସେ ବିବାହ କରନ୍ତି ତେବେ ତାଙ୍କୁ ଶାଶୁଘର କଥା ବୁଝିବାକୁ ପଡିବ । ତେବେ ଏମାନଙ୍କ କଥା କିଏ ବୁଝିବ । ତାଙ୍କ ଭଲି ପଶୁଙ୍କୁ ଭଲ ପାଉଥିବା ମଣିଷ ମିଳିଲେ ସେ ବିବାହ କରିବେ ବୋଲି କହୁନ୍ତି । ସ୍ବାତିଙ୍କର ଏ କାର୍ଯ୍ୟକୁ ପରିବାର ଲୋକଙ୍କ ସମର୍ଥନ ମିଳିଛି । ଝିଅ ଭଲ କାମ କରୁଛି ବୋଲି କୁହନ୍ତି ସ୍ବାତିଙ୍କ ମାଆ । ବାସ୍ତବରେ ସ୍ବାତିଙ୍କ ଏ ନିଆରା ପଶୁ ସମାଜ ପାଇଁ ଉଦାହରଣ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.