ETV Bharat / bharat

କୋରୋନାରୁ ସୁସ୍ଥ ହେଲେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ

କୋରୋନାରୁ ସୁସ୍ଥ ହେଲେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ । ଗତ ୧୫ ତାରିଖରେ ଅସୁସ୍ଥତା ହେତୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଅଧିକ ପଢନ୍ତୁ

କୋରୋନାରୁ ସୁସ୍ଥ ହେଲେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ
କୋରୋନାରୁ ସୁସ୍ଥ ହେଲେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ
author img

By

Published : Nov 23, 2021, 9:21 AM IST

ଅମରାବତୀ: କୋରୋନାରୁ ସୁସ୍ଥ ହେଲେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ । ଗତ ୧୫ ତାରିଖରେ ଅସୁସ୍ଥତା ହେତୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତେବେ ତାଙ୍କ ନମୂନା ପରୀକ୍ଷା ପରେ ସେ କୋଭିଡରେ ସଂକ୍ରମିତ ନେଇ ସ୍ପଷ୍ଟ ହୋଇଥିବା ଆନ୍ଧ୍ର ରାଜଭବନ ପକ୍ଷରୁ ସୂଚନା ଦିଆଯାଇଥିଲା । ୮୭ ବର୍ଷୀୟ ହରିଚନ୍ଦନ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ସୁସ୍ଥ ହେବା ପରେ ସେ ଆଜି ବିଜୟଓ୍ବାଡା ଫେରିବେ । ଏନେଇ ସୂଚନା ଦେଇଛନ୍ତି ଆନ୍ଧ୍ର ସ୍ବତନ୍ତ୍ର ଶାସନ ସଚିବ ଆରପି ସିସୋଦିଆ ।

ଏନେଇ AIG ହସ୍ପିଟାଲ ତରଫରୁ ସୂଚନା ଦେଇ କୁହାଯାଇଛି ଯେ ଗତ ୧୫ ତାରିଖ ଦିନ ସେ କୋରୋନାରେ ସଂକ୍ରମିତ ହୋଇଥିଲେ । ଏହାପରେ ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ତାଙ୍କ ଚିକିତ୍ସାରେ ନିୟୋଜିତ ହୋଇଥିଲେ । ଏବେ ତାଙ୍କ ଅବସ୍ଥା ସୁସ୍ଥ ରହିଛି । ଆନ୍ଧ୍ର ରାଜ୍ୟପାଳ ଦିଲ୍ଲୀରୁ ଫେରିବା ପରେ କୋରୋନାର କିଛି ଲକ୍ଷଣ ତାଙ୍କ ନିକଟରେ ଦେଖାଦେଇଥିଲା । ତେବେ ବିଶ୍ବଭୂଷଣଙ୍କ ସ୍ବାସ୍ଥ୍ୟ ସମସ୍ୟା ସମ୍ପର୍କରେ ଖବର ପାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ତାଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.