ETV Bharat / bharat

ଲକଡାଉନ ସମୟରେ 1000 ଦୁର୍ଗର ପଥର ସଂଗ୍ରହ କରି ଚର୍ଚ୍ଚାରେ ଯୁବକ - ଲକଡାଉନ ସମୟରେ ପଥର ସଂଗ୍ରହ

ଲକଡାଉନ ସମୟରେ ବିଭିନ୍ନ ଦୁର୍ଗ ବୁଲି ବୁଲି ପଥର ସଂଗ୍ରହ କରି ଚର୍ଚ୍ଚାରେ ମହାରାଷ୍ଟ୍ରର ଯୁବକ । ଅଧିକ ପଢନ୍ତୁ

ଲକଡାଉନ ସମୟରେ 1000 ଦୁର୍ଗର ପତର ସଂଗ୍ରହ କରି ଚର୍ଚ୍ଚାରେ ୟୁବକ

author img

By

Published : May 11, 2022, 10:22 AM IST

ମହାରାଷ୍ଟ୍ର: ଲକଡାଉନରେ ଯେତେବେଳେ ସମସ୍ତେ ଘରେ ବସି ରହିଥିଲେ, ସେତେବେଳେ ନିଆରା ପଦକ୍ଷେପ ଗ୍ରହଣ କରି ଚର୍ଚ୍ଚାରେ ମହାରାଷ୍ଟ୍ର ପୁଣେର ଯୁବକ । ସାରା ଭାରତରେ ବୁଲି ବୁଲି ବିଭିନ୍ନ ପ୍ରକାର ପଥର ସଂଗ୍ରହ କରି ଚର୍ଚ୍ଚାରେ ନୀତିନ । ସୂଚନା ଅନୁଯାୟୀ, ନୀତିନ ଦେଶର ବିଭିନ୍ନ ସ୍ଥାନରୁ 1000ଟି ଦୁର୍ଗ ଭ୍ରମଣ କରିବା ସହ ସେଠାକାର ପଥର ସଂଗ୍ରହ କରିଛନ୍ତି ।

ତେବେ ଏହିପରି ପଥର ସଂଗ୍ରହ କରି ଗିନିଜ ବୁକ୍ ଅଫ ରେକର୍ଡ ଏବଂ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଛନ୍ତି । 12 ଡିସେମ୍ବର 2020 ରୁ ଦୁର୍ଗ ବୁଲିବା ଆରମ୍ଭ କରିଥିଲେ । ପ୍ରତ୍ୟେକ ଦୁର୍ଗ ପରିଦର୍ଶନ କରିବା ପରେ, ନୀତିନ ବିଭିନ୍ନ ପ୍ରକାରର ପଥର ସଂଗ୍ରହ କରି ତାଙ୍କ ସହିତ ଆଣିଥାଏ । ସବୁଠୁ ବଡ କଥା ହେଉଛି କି ନୀତିନ ଏସବୁ ସ୍ଥାନକୁ ବୁଲି ବୁଲି ପରିଦର୍ଶନ କରିଛନ୍ତି । ସେ ସଂଗ୍ରହ କରିଥିବା ପଥରଗୁଡ଼ିକ ସଂରକ୍ଷିତ ହେବ । ଏଥିପାଇଁ ଏକ ସଂଗଠନ ଗଠନ କରାଯିବ । ଏହିସବୁ ପଥରଗୁଡିକ ବିଭିନ୍ନ ଦୁର୍ଗ ପ୍ରତି ଲୋକଙ୍କୁ ଆକର୍ଷଣ କରିବ ବୋଲି ନୀତିନ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.