ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ରେ ପୋଲିସ ଓ ନକ୍ସଲ ମଧ୍ୟରେ ଏନ୍କାଉଣ୍ଟର । ଏଥିରେ ୩ ନକ୍ସଲ ନିହତ ହୋଇଥିବା ଜଣାପଡିଛି । କାଙ୍କେର ଜିଲ୍ଲା ରାଓଘାଟ ଜଙ୍ଗଲରେ ଏହି ଏନ୍କାଉଣ୍ଟର ହୋଇଛି ।
![ଛତିଶଗଡ଼ରେ ପୋଲିସ ଏନକାଉଣ୍ଟର, ୩ ନକ୍ସଲ ନିପାତ](https://etvbharatimages.akamaized.net/etvbharat/prod-images/9633575_nauxal.jpg)
ମୃତ ୩ ନକ୍ସଲଙ୍କ ମଧ୍ୟରେ ଜଣେ ମହିଳା ଥିବା ସୂଚନା ମିଳିଛି । ତେବେ ନକ୍ସଲଙ୍କ ଗୁଳି ମାଡ଼ରେ ଜଣେ ଏସଏସବି ଯବାନ ମଧ୍ୟ ଆହତ ହୋଇଛନ୍ତି । ଆହତ ଯବାନଙ୍କ ଗୋଡରେ ଗଭୀର ଆଘାତ ଲାଗିଥିବା ଜଣାପଡିଛି । ଛତିଶଗଡ଼ ବସ୍ତର ପୁଲିସ୍ ଆଇଜି ପି. ସୁନ୍ଦରରାଜ ଏନେଇ ସୂଚନା ଦେଇଛନ୍ତି ।
![ଛତିଶଗଡ଼ରେ ପୁଲିସ୍ ଏନ୍କାଉଣ୍ଟର, ୩ ନକ୍ସଲ ନିପାତ](https://etvbharatimages.akamaized.net/etvbharat/prod-images/9633294_nauxal.jpg)
ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ