ETV Bharat / bharat

ଆଜି ଆକାଶ ମାର୍ଗରୁ ଉତ୍ତରାଖଣ୍ଡର ବନ୍ୟାଞ୍ଚଳ ପରିଦର୍ଶନ କରିବେ ଶାହ - ଅମିତ ଶାହ

ଉତ୍ତରାଖଣ୍ଡରେ ବନ୍ୟା ବିତ୍ପାତ, ମୃତ୍ୟୁସଂଖ୍ୟା ୪୫ ଛୁଇଁଲା । ଆଜି ବନ୍ୟା ଅଞ୍ଚଳ ପରିଦର୍ଶନ କରିବେ ଗୃହମନ୍ତ୍ରୀ ଅମିତ ଶାହ । ଅଧିକ ପଢନ୍ତୁ...

amit-shah-to-review-flood-situation-in-uttarakhand
ଆଜି ଉତ୍ତରାଖଣ୍ଡ ବନ୍ୟା ଅଞ୍ଚଳ ପରିଦର୍ଶନ କରିବେ ଶାହ
author img

By

Published : Oct 20, 2021, 10:32 AM IST

ଡେରାଡୁନ: ଆଜି ଉତ୍ତରାଖଣ୍ଡ ଗସ୍ତ କରିବେ ଗୃହମନ୍ତ୍ରୀ ଅମିତ ଶାହ । କାଜ୍ୟରେ ପ୍ରବଳ ବର୍ଷା କାରଣରୁ ଘଟିଥିବା କ୍ଷୟକ୍ଷତିର ସ୍ଥିତି ଅନୁଧ୍ୟାନ କରିବେ । ରାଜ୍ୟରେ ପ୍ରବଳ ବର୍ଷା କାରଣରୁ ମୃତ୍ୟୁସଂଖ୍ୟା ୪୫ରେ ପହଞ୍ଚିଥିବା ସୂଚନା ।

ଏଥିସହ ବ୍ୟାପକ ଧନ ସମ୍ପତ୍ତି ମଧ୍ୟ କ୍ଷୟକ୍ଷତି ଘଟିଛି । ସ୍ଥିତି ଅନୁଧ୍ୟାନ ପାଇଁ ଆଜି ସଂନ୍ଧ୍ୟାରେ ଡେରାଡୁନରେ ପହଞ୍ଚିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଅଧିକାରୀଙ୍କ ସହ ଡେରାଡୁନରେ ଏକ ବୈଠକରେ ଯୋଗଦେଇ ରାଜ୍ୟର ସ୍ଥିତି ବାବଦରେ ପଚାରି ବୁଝିବେ । ଏହାପରେ ଗୃହମନ୍ତ୍ରୀ ଆକାଶ ମାର୍ଗରୁ କ୍ଷତିଗ୍ରସ୍ତ ଅଞ୍ଚଳର ସ୍ଥିତି ଅନୁଧ୍ୟାନ କରିବେ ବୋଲି ସୂଚନା ମିଳିଛି ।

ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଉତ୍ତରାଖଣ୍ଡ ବନ୍ୟାରେ ମୃତକଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ କରିଛନ୍ତି । ଏଥିସହ ଟ୍ବିଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ' ପ୍ରବଳ ବର୍ଷା ଯୋଗୁଁ ପ୍ରଭାବିତ ଲୋକଙ୍କ ଉଦ୍ଧାର କାର୍ଯ୍ୟ ଚାଲିଛି । ସମସ୍ତଙ୍କ ସୁରକ୍ଷା ଏବଂ ସୁସ୍ଥତା ପାଇଁ ମୁଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି। '

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.