ETV Bharat / bharat

ଆଜି ସ୍ବାମୀ ବିବେକାନନ୍ଦଙ୍କ ଶ୍ରାଦ୍ଧବାର୍ଷିକୀ, ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ କେନ୍ଦ୍ରମନ୍ତ୍ରୀ - ଅମିତ ଶାହା

ସ୍ବାମୀ ବିବେକାନନ୍ଦଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ଅମିତ ଶାହା ଓ ନୀତିନ ଗଡକରୀ । ଅଧିକ ପଢନ୍ତୁ...

ଆଜି ସ୍ବାମୀ ବିବେକାନନ୍ଦଙ୍କ ଶ୍ରାଦ୍ଧବାର୍ଷିକ, ଶ୍ରଦ୍ଧାଞ୍ଜଳୀ ଅର୍ପଣ କଲେ କେନ୍ଦ୍ର ଗୃହମନ୍ତ୍ରୀ

author img

By

Published : Jul 4, 2021, 10:41 AM IST

ନୂଆଦିଲ୍ଲୀ: ଦେଶର ଜଣେ ବିଖ୍ୟାତ ବିଦ୍ବାନ, ସନ୍ୟାସୀ , ଦୁରଦର୍ଶୀ ଯୁବବର୍ଗଙ୍କ ମାର୍ଗଦର୍ଶକ ସ୍ବାମୀ ବିବେକାନନ୍ଦଙ୍କ ଆଜି ହେଉଛି ଶ୍ରାଦ୍ଧବାର୍ଷିକୀ । ଏହି ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ସେ କହିଛନ୍ତି ଯେ ବିବେକାନନ୍ଦ ଭାରତର ସଂସ୍କୃତିକୁ ବିଶ୍ବରେ ପ୍ରତିଫଳନ କରିଛନ୍ତି ।

  • युगप्रवर्तक स्‍वामी विवेकानंद जी मात्र एक व्‍यक्ति नहीं बल्कि एक अमर विचार, एक समृद्ध जीवनशैली हैं। वें राष्ट्रनिर्माण में अस्पर्शयता व जातिवाद को बड़ी बाधा मानते थे। उन्होंने युवाओं में नई चेतना जागृत कर उन्हें सशक्त भारत के निर्माण में अपना योगदान देने के लिए प्रेरित किया। pic.twitter.com/N0iULMnAqU

    — Amit Shah (@AmitShah) July 4, 2021 " class="align-text-top noRightClick twitterSection" data=" ">

ଏନେଇ ଅମିତ ଶାହା ଟ୍ବିଟ କରି କହିଛନ୍ତି ଯେ, ସ୍ବାମୀ ବିବେକାନନ୍ଦ ଭାରତୀୟତାର ଅସୀମ ଜ୍ଞାନ ଏବଂ ସକରାତ୍ମକ ଶକ୍ତି ସହିତ ସମକକ୍ଷ । ସେ ମାନବଜାତିର ଉନ୍ନତି ତଥା କଲ୍ୟାଣ ପାଇଁ ପଥ ଉନ୍ମୋଚିତ କରିଥିଲେ। ତାଙ୍କର ଶିକ୍ଷା, ପ୍ରେରଣାଦାୟକ ଚିନ୍ତାଧାରା ଏବଂ ପ୍ରୟାସ ଦେଶର ବିକାଶରେ ସହାୟକ ହୋଇଥିଲା। ଭାରତର ଦର୍ଶନ ଏବଂ ସଂସ୍କୃତିକୁ ବିଶ୍ବରେ ପ୍ରତିଫଳନ କରିଛନ୍ତି ସେ । ମୁଁ ଏହି ମହାନ ବ୍ୟକ୍ତିତ୍ବଙ୍କୁ ସାଷ୍ଟାଙ୍ଗ ପ୍ରଣାମ କରୁଛି। କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀ ମଧ୍ୟ ଏହି ଅବସରରେ ସ୍ବାମୀ ବିବେକାନନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଛନ୍ତି ଯେ ବିବେକାନନ୍ଦ 'ଯୁବକଙ୍କ ପ୍ରେରଣା' ତଥା ମହାନ ଚିନ୍ତକ ।

1893 ମସିହାରେ ଶିକାଗୋରେ ଓ୍ବାଲ୍ଡ ପାଲ୍ୟାମେଣ୍ଟ ଅଫ ରିଲିଜିଅନରେ ତାଙ୍କର ଭାଷଣ ପରେ ସ୍ବାମୀ ବିବେକାନନ୍ଦ ପାଶ୍ଚାତ୍ୟ ଜଗତରେ ଲୋକପ୍ରିୟ ହୋଇଥିଲେ। ସେ ଉନବିଂଶ ଶତାବ୍ଦୀରେ ରାମକୃଷ୍ଣଙ୍କର ମୁଖ୍ୟ ଶିଷ୍ୟ ତଥା ରାମକୃଷ୍ଣ ମିଶନର ପ୍ରତିଷ୍ଠାତା ଥିଲେ। ସେ ବେଦାନ୍ତ ଓ ଏବଂ ପାଶ୍ଚାତ୍ୟ ଜଗତରେ ପରିଚିତ କରାଇଥିଲେ । ସ୍ବାମୀ ବିବେକାନନ୍ଦ 1863 ଜାନୁଆରୀ 12ରେ ଜନ୍ମଗ୍ରହଣ କରିଥିଲେ ଓ 1902 ଆଜିରେ ଦିନରେ ସେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ । ତାଙ୍କ ଜନ୍ମଦିନକୁ ଜାତୀୟ ଯୁବ ଦିବସ ଭାବେ ପାଳନ କରାଯାଏ |

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.