ETV Bharat / bharat

ଜମ୍ମୁ କାଶ୍ମୀରକୁ ନେଇ ଗୃହମନ୍ତ୍ରୀ ଶାହଙ୍କ ଉଚ୍ଚସ୍ତରୀୟ ବୈଠକ - Amit Shah High-level Meeting

ଜମ୍ମୁ କାଶ୍ମୀରର ସୁରକ୍ଷା ଓ ବିକାଶ କାର୍ଯ୍ୟର ସମୀକ୍ଷା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଆଫଗାନିସ୍ତାନରେ ତାଲିବାନ ସରକାର ଗଠନ କରିସାରିଥିବାବେଳେ ଏହି ବୈଠକକୁ ବେଶ ଗୁରୁତ୍ବପୂର୍ଣ୍ଣ ଦୃଷ୍ଟିରୁ ଦେଖାଯାଇପାରେ । ଅଧିକ ପଢନ୍ତୁ...

ଜମ୍ମୁ କାଶ୍ମୀରକୁ ନେଇ ଗୃହମନ୍ତ୍ରୀ ଶାହଙ୍କ ଉଚ୍ଚସ୍ତରୀୟ ବୈଠକ

author img

By

Published : Sep 9, 2021, 8:38 PM IST

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରର ସୁରକ୍ଷା ଓ ବିକାଶ କାର୍ଯ୍ୟର ସମୀକ୍ଷା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । କେନ୍ଦ୍ର ଓ କେନ୍ଦ୍ରଶାସିତ ଅଞ୍ଚଳର ଉଚ୍ଚ ପଦସ୍ଥ ଅଧିକାରୀ ଓ ପ୍ରଶାସନ ସହିତ ଏହି ବୈଠକ ହୋଇଛି । ଆଫଗାନିସ୍ତାନରେ ତାଲିବାନ ସରକାର ଗଠନ କରିସାରିଥିବାବେଳେ ଏହି ବୈଠକକୁ ବେଶ ଗୁରୁତ୍ବପର୍ଣ୍ଣ ଦୃଷ୍ଟିରୁ ଦେଖାଯାଇପାରେ ।

ରିପୋର୍ଟ ଅନୁଯାୟୀ, ପାକିସ୍ତାନସ୍ଥିତ ଆତଙ୍କୀ ସଂଗଠନ ଜୈଶ ଏ ମହମ୍ମଦ ଓ ଲଶ୍କର-ଏ-ତୋଏବା ତାଲିବାନ ସହ ବନ୍ଧୂତ୍ବପୂର୍ଣ୍ଣ ସମ୍ପର୍କ କାରଣରୁ ନିଜ ଆଡ୍ଡା ଆଫଗାନିସ୍ତାନକୁ ସ୍ଥାନାନ୍ତର କରିଦେଇଛନ୍ତି । ଏହି ଦୁଇ ଆତଙ୍କୀ ସଙ୍ଗଠନ ଜମ୍ମୁ କାଶ୍ମୀରରେ ମଧ୍ୟ ସକ୍ରିୟ ଅଛନ୍ତି ।

ଖବର ଅନୁଯାୟୀ, ଗୃହମନ୍ତ୍ରୀ ଜମ୍ମୁ କାଶ୍ମୀରରେ ସୁରକ୍ଷା ସ୍ଥିତି ଓ ସୀମାପାର ଅନୁପ୍ରବେଶ ରୋକିବା କଣ ସବୁ ପଦକ୍ଷେପ ଗ୍ରହଣ କରାଯାଉଛି, ଏହାର ସମୀକ୍ଷା କରିଛନ୍ତି । ଆଫଗାନିସ୍ତାନର ନୂଆ ଗୃହମନ୍ତ୍ରୀ ଭାବରେ ସିରାଜୁଦ୍ଦିନ ହକାନୀଙ୍କୁ ନିଯୁକ୍ତ କରାଯାଇଛି। ସେ ଆତଙ୍କବାଦୀ ହକାନୀ ନେଟୱାର୍କର ମୁଖ୍ୟ ଏବଂ କାବୁଲରେ ଥିବା ଭାରତୀୟ ଦୂତାବାସ ସମେତ ଭାରତରେ ଅନେକ ଆକ୍ରମଣ ପଛରେ ତାର ହାତ ରହିଛି ।

ଗତ ସପ୍ତାହରେ ତାଲିବାନ ମୁଖପାତ୍ର ସୁହେଲ ଶାହିନ କହିଛନ୍ତି ଯେ ମୁସଲମାନ ଭାବରେ କାଶ୍ମୀର, ଭାରତ କିମ୍ବା ଅନ୍ୟ କୌଣସି ଦେଶରେ ମୁସଲମାନମାନଙ୍କ ପାଇଁ ଆମର ସ୍ବର ଉତ୍ତୋଳନ କରିବାର ଅଧିକାର ମଧ୍ୟ ରହିଛି। ଏହି ବୈଠକରେ ଜାମ୍ମୁ କାଶ୍ମୀରର ଲେଫ୍ଟନାଣ୍ଟ ମନୋଜ ସିହ୍ନା, ଏନଏସଏ ଅଜିତ ଡୋଭାଲ, ସେନା ମୁଖ୍ୟ ନର୍ଭାଣେ ଏଥିରେ ସାମିଲ ହୋଇଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.