ଲକ୍ଷ୍ନୌ: ଆଜି(ରବିବାର) ୫୩ ତମ ରାଇଜିଂ ଡେ' ପାଳୁଛି ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ(CISF) । ଏହି ଅବସରରେ ଉତ୍ତରପ୍ରଦେଶ ଗାଜିଆବାଦର ଇନ୍ଦିରାପୁରମ ଠାରେ ଆୟୋଜିତ ସମାରୋହରେ ଯୋଗ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଶାହା ଏଠାରେ ପରେଡ ଯାଞ୍ଚ କରିବେ ବୋଲି ମଧ୍ୟ ଜଣାପଡ଼ିଛି ।
ଏହି କାର୍ଯ୍ୟକ୍ରମକୁ ନେଇ ଡିଜି ଶେଲ ବର୍ଦ୍ଧନ ସିଂ କହିଛନ୍ତି ଯେ ମହାକାଶ ତଥା ପରମାଣୁ ଶକ୍ତି କେନ୍ଦ୍ର, ବନ୍ଦର, ବିମାନବନ୍ଦର ଏବଂ ମେଟ୍ରୋ ରେଲରେ ସୁରକ୍ଷା କ୍ଷେତ୍ରରେ ଆଗରେ ରହି CISF ଦେଶର ବିକାଶରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ପ୍ରିଷ୍ଟାଇନ୍ ୟୁନିଫର୍ମ ପିନ୍ଧିଥିବା ସିଆଇଏସଏଫ କଣ୍ଟିଜେଣ୍ଟ ବଳର ବିବିଧତାକୁ ପ୍ରତିପାଦିତ କରୁଛି । ସିଆଇଏସଏଫ ହେଉଛି ଦେଶର ଏକ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ଫୋର୍ସ ଏବଂ ଭାରତର ୬ଟି ପାରାମିଲିଟାରୀ ଫୋର୍ସ ମଧ୍ୟରୁ ଅନ୍ୟତମ ।
ଏହା କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରିଥାଏ । 1969 ମାର୍ଚ୍ଚ 10 ତାରିଖରେ ଭାରତ ସଂସଦର ଅଧିନିୟମ ଅନୁଯାୟୀ CISF ପ୍ରତିଷ୍ଠା କରାଯାଇଥିଲା । ସେହିଦିନ ଠାରୁ ପ୍ରତିବର୍ଷ ମାର୍ଚ୍ଚ 10 ତାରିଖରେ CISF ରାଇଜିଂ ଡେ' ଦିବସ ଭାବେ ପାଳନ କରାଯାଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ