ETV Bharat / bharat

ବଙ୍ଗାଲ ବିଜେପିକୁ ଆତ୍ମନିର୍ଭର ହେବାକୁ ଅମିତ ଶାହଙ୍କ ପରାମର୍ଶ

author img

By

Published : Apr 15, 2023, 11:03 PM IST

ରାଜ୍ୟ ଶାଖାକୁ ଆତ୍ମନିର୍ଭର ଓ ରାଜ୍ୟ ନେତାମାନଙ୍କୁ ଆତ୍ମନିର୍ଭରଶୀଳ ହେବା ପାଇଁ ପରାମର୍ଶ ଦେଇଛନ୍ତି। ଶାହ କହିଛନ୍ତି ଚଳିତ ବର୍ଷ ରାଜ୍ୟର ପଞ୍ଚାୟତ ନିର୍ବାଚନ ସହ ଆଗାମୀ ବର୍ଷ ଲୋକସଭା ନିର୍ବାଚନ ରହିଛି । ଏହି ପରପ୍ରେକ୍ଷିରେ ଦଳକୁ କଠୋର ପରିଶ୍ରମ କରିବାକୁ ପଡିବ । ନିଷ୍କ୍ରିୟ ହୋଇପଡିଥିବା ବୁଥକୁ ତୁରନ୍ତ ସକ୍ରିୟ କରାଯାଉ । ସଂଗଠନର ବ୍ୟାପକ ବୃଦ୍ଧି କରାଯାଉ । ଅଧିକ ପଢନ୍ତୁ

ବଙ୍ଗାଲ ବିଜେପିକୁ ଆତ୍ମନିର୍ଭର ହେବାକୁ  ଅମିତ ଶାହଙ୍କ ପରାମର୍ଶ
ବଙ୍ଗାଲ ବିଜେପିକୁ ଆତ୍ମନିର୍ଭର ହେବାକୁ ଅମିତ ଶାହଙ୍କ ପରାମର୍ଶ

କୋଲକାତା: ରାଜ୍ୟ ଶାଖା ଆତ୍ମନିର୍ଭର ହେଉ । ରାଜ୍ୟ ନେତା ଆତ୍ମନିର୍ଭରଶୀଳ ହୁଅନ୍ତୁ । କେନ୍ଦ୍ରୀୟ ନେତାଙ୍କ ଉପରେ ଅଧିକ ନିର୍ଭର ହୁଅନ୍ତୁ ନାହିଁ। ସ୍ଥାନୀୟ ସଂଗଠନର ଶକ୍ତି ବଢିଲେ ଦଳ ଶକ୍ତିଶାଳୀ ହେବ । ରାଜ୍ୟ ନେତା ମାନେ ଏହା ବୁଝିବା ଆବଶ୍ୟକ । ପଶ୍ଚିମବଙ୍ଗ ଗସ୍ତରୁ ପ୍ରତ୍ୟାବର୍ତ୍ତନ ପୂର୍ବରୁ ରାଜ୍ୟ ନେତା ମାନଙ୍କୁ ଏଭଳି ପରାମର୍ଶ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପିର ଚାଣକ୍ୟ ଅମିତ ଶାହ ।

ଗତକାଲି (ଶୁକ୍ରବାର) ଠାରୁ ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ବୀରଭୂମରେ ଦଳୀୟ କାର୍ଯ୍ୟାଳୟ ଉଦଘାଟନ ସହ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏତତ ବ୍ୟତୀତ ରାଜ୍ୟ ସଂଗଠନର ବିଭିନ୍ନ କାର୍ଯ୍ୟକ୍ରମ ସମୀକ୍ଷା କରିଥିଲେ । ସଂଗଠନର ସମୀକ୍ଷା କରି ଶାହ ରାଜ୍ୟ ନେତା ମାନାଙ୍କୁ ଏକାଧିକ ଟାସ୍କ ସହ ବିଭିନ୍ନ ପରାମର୍ଶ ଦେଇଛନ୍ତି ।

ଦଳୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଶାହ ରାଜ୍ୟ ଶାଖାକୁ ଆତ୍ମନିର୍ଭର ଓ ରାଜ୍ୟ ନେତାମାନଙ୍କୁ ଆତ୍ମନିର୍ଭରଶୀଳ ହେବା ପାଇଁ ପରାମର୍ଶ ଦେଇଛନ୍ତି। ଶାହ କହିଛନ୍ତି ଚଳିତ ବର୍ଷ ରାଜ୍ୟର ପଞ୍ଚାୟତ ନିର୍ବାଚନ ସହ ଆଗାମୀ ବର୍ଷ ଲୋକସଭା ନିର୍ବାଚନ ରହିଛି । ଏହି ପରପ୍ରେକ୍ଷିରେ ଦଳକୁ କଠୋର ପରିଶ୍ରମ କରିବାକୁ ପଡିବ । ନିଷ୍କ୍ରିୟ ହୋଇପଡିଥିବା ବୁଥକୁ ତୁରନ୍ତ ସକ୍ରିୟ କରାଯାଉ । ସଂଗଠନର ବ୍ୟାପକ ବୃଦ୍ଧି କରାଯାଉ । ଅଧିକରୁ ଅଧିକ ଲୋକଙ୍କୁ ଦଳ ସହ ଯୋଡାଯାଉ ।

ଶାହ ରାଜ୍ୟ ନେତୃତ୍ବକୁ ପରାମର୍ଶ ଦେଇ କହିଛନ୍ତି ରାଜ୍ୟ ସଂଗଠନକୁ ଆତ୍ମନିର୍ଭର କରାଯାଉ । ରାଜ୍ୟ ନେତା ମାନେ ଆତ୍ନନିର୍ଭଶୀଲ ହୁଅନ୍ତୁ । ଅର୍ଥାତ କୌଣସି ନିର୍ବାଚନ ତଥା ସରକାର ବିରୋଧରେ ଲଢେଇ ପାଇଁ କେନ୍ଦ୍ରୀୟ ନେତାଙ୍କ ଉପରେ ଅଧିକ ନିର୍ଭରଶୀଲ ନହୋଇ ନିଜେ ଲଢନ୍ତୁ । ଲୋକଙ୍କ ସମସ୍ୟା ସହ ସାମିଲ ହୁଅନ୍ତୁ । ବନ୍ଦ ହୋଇଥିବା ବୁଥକୁ ସକ୍ରିୟ କରାଯାଉ । ଭଲ ଛବି ଥିବା ଲୋକଙ୍କୁ ଦଳରେ ସାମିଲ କରାଯାଉ । ରାଜ୍ୟ ନେତା ମାନେ ଦିଲ୍ଲୀ ଉପରେ ଅଧିକ ନିର୍ଭର ହୁଅନ୍ତୁ ନାହିଁ । ଏକା ଲଢିବାକୁ ପ୍ରସ୍ତୁତ ହୁଅନ୍ତୁ । ଏହା ଦ୍ବାରା ନେତା ମାନଙ୍କ ଦକ୍ଷତ ବଢିବ । ସଂଗଠନ ସୁଦୃଢ ହେବ । ଟିଏମିସ ବିରୋଧରେ ଲଢେଇ ପାଇଁ ଶକ୍ତି ମିଳିବ । ଏହାସହ ପଞ୍ଚାୟତ ନିର୍ବାଚନ ପ୍ରସଙ୍ଗରେ ଶାହ କହିଛନ୍ତି ଟିକେଟ ବଣ୍ଟନ ବେଳେ ଦଳ ପ୍ରତି ଉତ୍ତରଦାୟିତ୍ବ ନିଷ୍ଠା ଓ ଭଲ ପ୍ରାର୍ଥି ନିଶ୍ଚିତ କରିବାକୁ ରାଜ୍ୟ ଶାଖାକୁ ଶାହ ନିର୍ଦ୍ଦେଶ ଦେଇଛନ୍ତି । ପଞ୍ଚାୟତ ନିର୍ବାଚନରୁ ପାର୍ଲାମେଣ୍ଟ ନିର୍ବାଚନ ପାଇଁ ପ୍ରସ୍ତୁତି ହେବାକୁ ଦଳୀୟ ନେତାଙ୍କୁ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.