ETV Bharat / bharat

ଖାଇବା ତେଲ ସମ୍ପର୍କରେ କିଛି ଜାଣିବା କଥା - ଖାଇବା ତେଲ

ରୋଷେଇ ପାଇଁ କେଉଁ ତେଲ ଭଲ, କେଉଁ ତେଲ ସ୍ୱାସ୍ଥ୍ୟ ପାଇଁ ଭଲ, କଣ ଖରାପ, କେତେ ପରିମାଣର ତେଲ ଆମେ ଖାଇବା ଉଚିତ, ସେ ବାବଦରେ ଆମେ ଅନେକ ଥର ଆଲୋଚନା କରୁ । ବଜାରର ଅନେକ ପ୍ରକାର ଖାଇବା ତେଲ ଉପଲବ୍ଧ ହୁଏ ।

ଖାଇବା ତେଲ
ଖାଇବା ତେଲ
author img

By

Published : Nov 3, 2020, 5:22 PM IST

ରୋଷେଇ ପାଇଁ କେଉଁ ତେଲ ଭଲ, କେଉଁ ତେଲ ସ୍ୱାସ୍ଥ୍ୟ ପାଇଁ ଭଲ, କଣ ଖରାପ, କେତେ ପରିମାଣର ତେଲ ଆମେ ଖାଇବା ଉଚିତ, ସେ ବାବଦରେ ଆମେ ଅନେକ ଥର ଆଲୋଚନା କରୁ । ବଜାରର ଅନେକ ପ୍ରକାର ଖାଇବା ତେଲ ଉପଲବ୍ଧ ହୁଏ । ଏସବୁଥିରୁ ଆମର ସ୍ୱାସ୍ଥ୍ୟ ପାଇଁ କେଉଁ ତେଲ ଭଲ,ତାହା ବାଛିବା ବେଶ୍ ଗୁୁରୁତ୍ୱପୂର୍ଣ୍ଣ । ପ୍ରତ୍ୟେକ ରନ୍ଧନ ତେଳର ଅଲଗା ଅଲଗା ଉପାଦାନ ରହିଥାଏ । ରନ୍ଧନ ତେଲ ସଂପର୍କରେ ବିସ୍ତୃତ ଜାଣିବା ପାଇଁ ଆମେ ଇନ୍ଦୋର ସ୍ଥିତ ଏମଜିଏମ୍ ମେଡିକାଲ କଲେଜ ଓ ନେହେରୁ ଶିଶୁ ହସପିଟାଲ ଏବଂ ଗବେଷଣା କେନ୍ଦ୍ରର ନ୍ୟୁଟ୍ରନିଷ୍ଟ ଡକ୍ଟର ସଂଗୀତା ମାଲୁଙ୍କ ସହ ଆଲୋଚନା କରିଥିଲୁ । ତେଲ ସଂପର୍କରେ ଆପଣ କ’ଣ ଜାଣନ୍ତି ? ଡକ୍ଟର ସଂଗୀତା ରନ୍ଧନ ତେଲ ସହ ଜଡିତ ଥିବା କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂପର୍କରେ ଅବଗତ କରିଥିଲେ ।

ରିଫାଇନଡ ବା ଅନରିଫାଇନଡ୍ ?

  • ମଂଜିରୁ ସାଧାରଣତଃ ତେଲ ବାହାର କରାଯାଏ ।
  • ପୂର୍ବରୁ ତେଲ ଥିଲା ଅନରିଫାଇନ୍‌ଡ ବା କଚ୍ଚି ଘନି,ଯାହା କି ଅଧିକ ଦିନ ଧରି ସଂରକ୍ଷିତ ରଖାଯାଇପାରିବ ନାହିଁ ।
  • ବଜାରରେ ଆଜିକାଲି ମିଳୁଥିବା ତେଲ ରିଫାଇନ୍‌ଡ ବା ଡବଲ୍ ଫିଲଟରଡ୍ ହୋଇଥାଏ । ଏ ପ୍ରକାର ତେଲ ବେଶୀ ଦିନ ଧରି ରହିପାରେ । ସମୟ ହୋଇଗଲେ ବି ତେଲର ବାସ୍ନା ବଦଳେ ନାହିଁ ।
  • ତେଲ ରିଫାଇନିଂ ପ୍ରକ୍ରିୟାରେ ଏସିଡଫିକେସନ ହୋଇଥାଏ । ତେଣୁ ଅନରିଫାଇନଡ୍ ଖାଇବା ତେଲ ହିଁ ବ୍ୟବହାର କରିବା ଉଚିତ । ଏହା ପ୍ରାକୃତିକ ହୋଇଥାଏ । କୌଣସି କେମିକାଲ ଏଥିରେ ମିଶାଯାଇ ନ ଥାଏ । ଏହାଛଡା କମ୍ ଫିଲଟର ହୋଇଥିବା ତେଲ ବି ଆପଣ ବ୍ୟବହାର କରିପାରିବେ ।

ଅଲଗା ନା ମିଶ୍ରିତ ?

ବଜାରରେ ଅନେକ ମିଶ୍ରିତ ବା କମ୍ବିନେସନ ତେଲ ବି ମିଳେ । ପୋଷଖ ମାତ୍ରା ବଢାଇବା ପାଇଁ ଗୋଟିଏ ତେଲରେ ଆଉ ଏକ ପ୍ରକାର ତେଲ ମିଶାଯାଇଥାଏ । କିନ୍ତୁ ଏ ପ୍ରକାର ତେଲରୁ ଦୂରେଇ ରହିବା ଦରକାର । ଏସବୁ ତେଳ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ ।

ଫ୍ୟାଟି ଏସିଡ୍

  • ପ୍ରତି ତେଲରେ ବିଭିନ୍ନ ପ୍ରକାର ଫ୍ୟାଟି ଏସିଡ ଥାଏ ।
  • ଆମେ ତେଲ କଥା କହିଲେ ଏଥିରେ ମିଳେଇ ହୋଇପାରୁ ନଥିବା ଫ୍ୟାଟି ଏସିଡ ଥାଏ । ନଡିଆ ତେଲକୁ ଛାଡିଦେଲେ ସେଗୁଡିକ ଦ୍ରବୀଭୂତ ହୋଇପାରେ ନାହିଁ ।
  • ଫ୍ୟାଟି ଏସିଡ ସାଧାରଣତଃ ଦୁଇ ପ୍ରକାରର । ପରିପୂର୍ଣ୍ଣ ଓ ଅପରିପୂର୍ଣ୍ଣ ।
  • ପରିପୂର୍ଣ୍ଣ ଏସିଡକୁ ମୋନୋ-ଅନସାଚ୍ୟୁରେଟେଡ୍ ଫ୍ୟାଟି ଏସିଡ୍ ଓ ପଲି-ଅନସାଚ୍ୟୁରେଟେଡ୍ ଫ୍ୟାଟି ଏସିଡରେ ବିଭକ୍ତ କରାଯାଇଛି । ପଲି-ଅନସାଚ୍ୟୁରେଟେଡ୍ ଫ୍ୟାଟି ଏସିଡରେ ଓମେଗା- ୩ ଓ ଓମେଗା -୬ ଥାଏ କୌଣସି ଖାଇବା ତେଲରେ ଯଦି ଓମେଗା ଫ୍ୟାଟି ଏସିଡ୍ ଅଧିକ ଥାଏ, ତାହା ହେଲେ ଏହା ସ୍ୱାସ୍ଥ୍ୟ ପାଇଁ ଭଲ । କାରଣ ଏଥିରେ ଅଧିକ ପରିମାଣରେ ଆଂଟିଅକ୍ସିଡେଟିଭ ରହିଥାଏ । କୋଲେଷ୍ଟରଲ ସ୍ତର ହ୍ରାସ କରେ ଏହି ତେଲ । ଶରୀର ପାଇଁ ମାତ୍ର ୧୦ ପ୍ରତିଶତ ସାଚ୍ୟୁରେଟେଡ୍ ଫ୍ୟାଟି ଏସିଡ ଦରକାର, ଯାହା କି ଦୈନନ୍ଦିନ ଖାଦ୍ୟରୁ ମିଳିଯାଏ । ଯଦି ଆମେ ଏହି ଉପାଦାନ ଥିବା ତେଲ ଅଧିକ ଖାଇବା , ତାହା ହେଲେ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପଡିବ । କେଉଁ ତେଲ ବ୍ୟବହାର କରିବା ?
  • ଜୀବନବ୍ୟାପୀ ବ୍ୟବହାର କରିବା ପାଇଁ କେବଳ ଗୋଟିଏ ପ୍ରକାର ତେଲ ନାହିଁ ।
  • ବହୁ ପରିମାଣରେ ଅନସାଚ୍ୟୁରେଟେଡ୍ ଫ୍ୟାଟି ଏସିଡ ଥିବା ତେଲ ବ୍ୟବହାର କରିବା ଦରକାର ।
  • ସବୁ ତେଲରେ କିଛି ନା କିଛି ପୋଷକ ମୂଲ୍ୟ ଥାଏ । ଆଉ ସେଗୁଡିକ ଆମ ଶରୀର ପାଇଁ ଦରକାର ହୋଇଥାଏ ।
  • ତେଲରେ ସଲ୍ୟୁବଲ ଭିଟାମିନ ରହିଥାଏ, ଯାହା କି ଆମ ଯକୃତରେ ଜମା ହୋଇଯାଏ । ତେଣୁ ପ୍ରତି ତିନିମାସରେ ଆମେ ଖାଇବା ତେଲ ବଦଳାଇବା ଜରୁରୀ । ବଜାରରେ ମିଳୁଥିବା ଭିନ୍ନ ଭିନ୍ନ ତେଲ

୧. ନଡିଆ ତେଲ –ଛୋଟ ଛୋଟ ପିଲାଙ୍କ ଲାଗି ନଡିଆ ତେଲ ହିତକର ହୋଇଥାଏ । ଏଥିରେ ମିଡିୟମ ଚେନ୍ ଟ୍ରିଗଲିସେରିଡେସ୍ (ଏମସିଟି ) ରହିଥାଏ , ଯାହା କି ହଜମ କ୍ରିୟା ପାଇଁ ଭଲ । କିନ୍ତୁ ବୟସ୍କମାନେ ଏହା ବ୍ୟବହାର କରିବା ନିଷେଧ । କାରଣ ଏଥିରେ ଅଧିକ ପରିମାଣରେ ସାଚ୍ୟୁରେଟେଡ୍ ଏସିଡ୍ ଥାଏ ।

୨. ମକା ତେଲ – ମକା ତେଲ ମକାର ଅବଶେଷରୁ ବାହାର କରାଯାଏ । ଏଥିରେ ହାଇ ସ୍ମୋକିଂ ପଏଂଟ୍ ଥାଏ , ଯାହା କି ସ୍ୱାସ୍ଥ୍ୟ ପାଇଁ ଭଲ ରହିଥାଏ । ମକା ତେଲ ହୃଦୟ ପାଇଁ ବେଶ ହିତକର ।

୩. ଅଳସୀ ତେଲ - ଅଳସୀ ମଞ୍ଜିରୁ ଏହି ତେଲ ବାହାର କରାଯାଏ । ଏହାର ଅକ୍ସିଡେସନ ରେଟ୍ ଉଚ୍ଚ ଥାଏ । ଏମୟୁଏଫଏ ଓ ଓମେଗା-୩ ଫ୍ୟାଟି ଏସିଡ ବି ବହୁ ପରିମାଣରେ ଥାଏ । ଏହା ଶରୀରର ଲୋ ଡେନସିଟି ଲିପୋପ୍ରୋଟିନ-ଏଲଡିଏଲ୍ ଓ ହାଇ ଡେନସିଟି ଲିପୋପ୍ରୋଟିନ-ଏଚଡିଏଲ୍ ହ୍ରାସ କରିଥାଏ ।

୪. ଅଲିଭ ତେଲ –ଏହି ତେଲ ଅନ୍ୟ ତେଲଠାରୁ ଟିକେ ଭିନ୍ନ । ଏହାର ବାସ୍ନା ଓ ସ୍ୱାଦ ସୋରିଷ ତେଲ ଭଳି ତୀବ୍ର । ଅଲିଭ ତେଲରେ ଓମେଗା-୬ ଫ୍ୟାଟି ଏସିଡ ବହୁ ପରିମାଣରେ ଥାଏ, ଯାହା କି ସ୍ୱାସ୍ଥ୍ୟ ପାଇଁ ଭଲ ରହେ ।

୫. ସୋରିଷ ତେଲ – ସୋରିଷ ତେଲର ବାସ୍ନା ଓ ସ୍ୱାଦ ତୀବ୍ର । ସୋରିଷ ତେଲ ଶୀତଦିନେ ହିଁ ବ୍ୟବହାର କରିବା ଉଚିତ । ଏଥିରେ ଉଚ୍ଚ ପରିମାଣର ଓମେଗା-୩ ଫ୍ୟାଟି ଏସିଡ ଥାଏ,ଯାହା କି ସ୍ୱାସ୍ଥ୍ୟ ପକ୍ଷେ ଭଲ ।

ବହୁ ପରିମାଣରେ ଅନସାଚ୍ୟୁରେଟେଡ୍ ଫ୍ୟାଟି ଏସିଡ୍ ଥିବା ଅନ୍ୟ ତେଲ ସବୁ ହେଲା – ୧. ସୋୟାବିନ ତେଲ, ୨.ସୂର୍ଯ୍ୟମୁଖୀ ତେଲ, ୩. କାନୋଲା ଅଏଲ, ୪. ବାଦାମ ତେଲ, ୫. ରାଶି ତେଲ । ଓମେଗା-୩ ଫ୍ୟାଟି ଏସିଡ ଥିବା ତେଲ କ୍ୟାନସର ସେଲ୍ ବିରୋଧରେ ସଂଗ୍ରାମ କରନ୍ତି । ଋତୁ ଅନୁସାରେ ଆପଣ ବିଭିନ୍ନ ତେଲ ବ୍ୟବହାର କରିପାରିବେ । ଶୀତ ଋତୁରେ ସୋରିଷ ବା ଅଲିଭ ତେଲ, ଗ୍ରୀଷ୍ମ ଦିନେ ମକା ଓ ସୂର୍ଯ୍ୟମୁଖୀ ତେଲ,ବର୍ଷା ଦିନେ ସୋୟାବିନ ଓ ବାଦାମ ତେଲ ବ୍ୟବହାର କରାଯାଇପାରିବ । ପ୍ରତି ତିନିମାସକୁ ଥରେ ଖାଇବା ତେଲ ବଦଳାଇବାକୁ ପଡିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.