ETV Bharat / bharat

ଶ୍ମଶାନରେ ମିଳୁନି ସ୍ଥାନ, ଗଙ୍ଗା କୂଳରେ ଜଳୁଛି 100 ଚିତା - ଗଙ୍ଗାନଦୀ

ଉତ୍ତରପ୍ରଦେଶ ପ୍ରୟାଗରାଜ ଜିଲ୍ଲାରେ ଥିବା ଗଙ୍ଗାନଦୀ କୂଳରେ 100 ମୃତଦେହ ଅନ୍ତିମ ସଂସ୍କାର ହୋଇଛି । ଯାହାକୁ ଦେଖି ଭୟଭୀତ ହୋଇପଡିଛନ୍ତି ସ୍ଥାନୀୟ ଲୋକେ । ଅଧିକ ପଢନ୍ତୁ...

ଶ୍ମଶାନରେ ମିଳୁନି ସ୍ଥାନ, ଗଙ୍ଗାନଦୀରେ ଜଳୁଛି 100 ମୃତଦେହ

author img

By

Published : May 23, 2021, 11:20 AM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶର ପ୍ରୟାଗରାଜ ଜିଲ୍ଲା ଦେବରାଖ ଘାଟରେ ଦେଖିବାକୁ ମିଳିଛି ଅଣଦେଖା ଦୃଶ୍ୟ । ଦେବରାଖ ଘାଟ ଗଙ୍ଗାନଦୀ କୂଳରେ ଜଳୁଛି 100 ମୃତଦେହ । ଶ୍ମଶାନରେ ସ୍ଥାନ ନ ମିଳିବାରୁ ଏହି ଘାଟରେ ଏତେ ସଂଖ୍ୟକ ମୃତଦେହ ଜଳୁଥିବା ଦେଖି ସ୍ଥାନୀୟ ଲୋକମାନେ ଭୟଭୀତ ହୋଇପଡିଥିବା ସୂଚନା ମିଳିଛି ।

ଶ୍ମଶାନରେ ମିଳୁନି ସ୍ଥାନ, ଗଙ୍ଗାନଦୀରେ ଜଳୁଛି 100 ମୃତଦେହ

ରାଜ୍ୟର ପ୍ରୟାଗରାଜ ଜିଲ୍ଲାରେ ଥିବା ଦେବରାଖ ଘାଟରେ ପ୍ରତିଦିନ ଜୁଇ ଜଳୁଛି । କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ପରେ ଏଠାରେ ସେମାନଙ୍କ ଅନ୍ତିମ ସଂସ୍କାର କରାଯାଉଛି । ଏତେ ସଂଖ୍ୟକ ଲୋକଙ୍କ ମୃତଦେହର ଅନ୍ତିମ ସଂସ୍କାର ଦେଶରେ କୋରୋନା ମହାମାରୀର ଭୟାବହତାକୁ ଦର୍ଶାଉଛି । ଜୁଇ ଜଳୁଥିବାରୁ ସେଠାରେ ଅରୁଚିକର ଗନ୍ଧ ହେଉଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି । ପୂର୍ବରୁ ଘାଟରେ ଥିବା ଗଙ୍ଗାନଦୀରେ ପବିତ୍ର ବୁଡ ପକାଉଥିବା ଲୋକମାନେ ଗନ୍ଧ ଯୋଗୁଁ ସେଠାକୁ ଆସୁନଥିବା ଦେଖିବାକୁ ମିଳିଛି ।

ସମାନ ଦୃଶ୍ୟ ଶ୍ରୀଙ୍ଗଭରପୁର ଘାଟରେ ମଧ୍ୟ ଦେଖିବାକୁ ମିଳୁଛି । ଗଙ୍ଗାନଦୀ କୂଳରେ ପୂର୍ବରୁ ଏଭଳି ଦୃଶ୍ୟ କେବେ ବି ଦେଖିନଥିବା ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି । ମୃତଦେହଗୁଡିକ କୋରୋନା ଆକ୍ରାନ୍ତଙ୍କର କି ନୁହେଁ ତାହା ସ୍ପଷ୍ଟ କରାଯାଉନଥିବା ବେଳେ ମହାମାରୀର ଦ୍ବିତୀୟ ଲହର ପରେ ହିଁ ଏଠାରେ ଏତେ ସଂଖ୍ୟକ ମୃତଦେହର ଅନ୍ତିମ ସଂସ୍କାର କରାଯାଉଛି । ଘାଟରେ ଏତେ ସଂଖ୍ୟକ ମୃତଦେହର ଅନ୍ତିମ ସଂସ୍କାର ହେବାର ଦୃଶ୍ୟ ଇଣ୍ଟରନେଟରେ ଭାଇରାଲ ହେବା ପରେ ସ୍ଥାନୀୟ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇଛି ।

ସ୍ଥାନୀୟ ପ୍ରଶାସନ ଘାଟରେ ମୃତଦେହର ଅନ୍ତିମ ସଂସ୍କାରକୁ ବନ୍ଦ କରିଥିବା ବେଳେ କାଠ ଦ୍ବାରା ଅନ୍ତିମ ସଂସ୍କାର କରିବା ପାଇଁ ବ୍ୟବସ୍ଥା କରିଛି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁସାରେ ଉତ୍ତରପ୍ରଦେଶରେ ବର୍ତ୍ତମାନ 1 ଲକ୍ଷ 93 ହଜାର 815 ସକ୍ରିୟ ମାମଲା ରହିଥିବା ବେଳେ 13 ଲକ୍ଷ 85 ହଜାର 855 ଜଣ ରୋଗୀ ସୁସ୍ଥ ହୋଇଛନ୍ତି ଏବଂ ମୋଟ 16 ହଜାର 957ଜଣଙ୍କର ମୃତ୍ୟୁ ଘଟିଛି । ଏହାସହିତ ଶନିବାର 165ଟି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 521 ଜଣ ସୁସ୍ଥ ହୋଇଛନ୍ତି ଓ 9 ଜଣଙ୍କର ମୃତ୍ୟୁ ଘଟିଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.