ଡେରାଡୁନ: ପଞ୍ଜାବ ଓ ଦିଲ୍ଲୀରେ କ୍ଷମତାରେ ଥିବା ଆମ୍ ଆଦମି ପାର୍ଟିକୁ ଉତ୍ତରାଖଣ୍ଡରୁ ଜୋରଦାର ଝଟକା ଲାଗିଛି । ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଚେହେରା ଥିବା ଅଜୟ କୋଠିୟାଲ ଆପ୍ ହାତ ଛାଡି ବିଜେପିରେ ମିଶିଛନ୍ତି । ଗତ ମଇ 18 ତାରିଖରେ ସେ ଆମ ଆଦମି ପାର୍ଟିରୁ ଇସ୍ତଫା ଦେଇଥିଲେ ।
ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ସାଜିଥିବା ଅଜୟ କୋଠିୟାଲ ବିଜେପିରେ ସାମିଲ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମିଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଛନ୍ତି ଅଜୟ । ପୂର୍ବତନ ସେନା ଅଧିକାରୀ ତଥା ବରିଷ୍ଠ ନେତା ଆପରୁ ଇସ୍ତଫା ଦେବା ନେଇ ଟ୍ବିଟରେ ପୋଷ୍ଟ କରିଥିଲେ । ଏପ୍ରିଲ 19 , 2021ରେ ସେ ଆପ ଦଳରେ ସାମିଲ ହୋଇଥିଲେ । ମଇ 18, 2022ରେ ଦଳ ଛାଡିଥିଲେ । ପାଖାପାଖି 13 ମାସ ଧରି ଦଳରେ ରହିଥିଲେ ।
ଏହା ବି ପଢନ୍ତୁ... ମୁଖ୍ୟମନ୍ତ୍ରୀ ଚେହେରା ଥିଲେ, ହେଲେ AAPକୁ ଅଲବିଦା କହିଲେ ଅଜୟ
ପ୍ରକାଶ ଥାଉ କି, ଅଜୟ କୋଠିୟାଲ ବିଧାନସଭା ନିର୍ବାଚନରେ ଗଙ୍ଗୋତ୍ରୀ ଆସନରୁ ନିର୍ବାଚନ ଲଢି ହାରିଥିଲେ । ସେଠାରୁ ଭାଜପାର ସୁରେଶ ଚୌହାନ ଜିତିଥିଲେ । ଅଜୟଙ୍କୁ ମାତ୍ର 5 ହଜାର ଭୋଟ ମିଳିଥିଲା । ଭାରତୀୟ ସେନାର ଜଣେ ଅବସରପ୍ରାପ୍ତ ଅଧିକାରୀ ରହିଛନ୍ତି ଅଜୟ । 26 ବର୍ଷ ଦେଶ ସେବାରେ ବିତାଇଛନ୍ତି । ବିଧାନସଭା ନିର୍ବାଚନରେ ଉତ୍ତରାଖଣ୍ଡରେ ବିଜେପି ସର୍ବାଧିକ 47 ଆସନ ଅକ୍ତିଆର କରି ସରକାର ଗଠନ କରିଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ