ETV Bharat / bharat

ଇନ୍ଦୋର ବିମାନବନ୍ଦରରେ ଯାତ୍ରୀଙ୍କଠାରୁ ଚିଙ୍ଗାରା ଶିଙ୍ଗ ଜବତ - ଯାତ୍ରୀଙ୍କଠାରୁ ଚିଙ୍ଗାରା ଶିଙ୍ଗ ଜବତ

ଇନ୍ଦୋର ବିମାନବନ୍ଦରୁ ଜଣେ ଯାତ୍ରୀଙ୍କଠାରୁ ବିମାନବନ୍ଦର ସୁରକ୍ଷା କର୍ମୀ ଚିଙ୍ଗାରା ଶିଙ୍ଗ ଜବତ କରିଛନ୍ତି । ଘଟଣାର ଅଧିକ ତଦନ୍ତ ଜାରି । ଅଧିକ ପଢନ୍ତୁ...

ଚିଙ୍ଗାରା ଶିଙ୍ଗ
ଚିଙ୍ଗାରା ଶିଙ୍ଗ
author img

By

Published : Mar 30, 2021, 11:46 AM IST

ଇନ୍ଦୋର: ବିମାନବନ୍ଦରରେ ଚିଙ୍ଗାରା( ହରିଣ) ଶିଙ୍ଗ ଜବତ । ଇନ୍ଦୋର ବିମାନବନ୍ଦରରୁ ଜଣେ ଯାତ୍ରୀଙ୍କଠାରୁ ବିମାନବନ୍ଦର ସୁରକ୍ଷା କର୍ମୀ ଚିଙ୍ଗାରା ଶିଙ୍ଗ ଜବତ କରିଛନ୍ତି ।

ବିନା କାଗଜପତ୍ରରେ ଜଣେ ଯାତ୍ରୀ ଏକଯୋଡା ଚିଙ୍ଗାର ଶିଙ୍ଗ ଚାଲାଣ କରୁଥିବା ନେଇ ଆମେ ଏରୋଡ୍ରୋମ ପୋଲିସ ଷ୍ଟେସନରୁ ସୂଚନା ପାଇଥିଲୁ । ସେ ଏକ ପ୍ରମାଣିକ ଚଳଚ୍ଚିତ୍ର ପ୍ରସ୍ତୁତ କରିବାକୁ ଉଜେନ ଯାଇଥିଲେ ଏବଂ ସେଠାରୁ ମୁମ୍ବାଇ ଫେରୁଥିଲେ ବୋଲି କହିଛନ୍ତି ଜଙ୍ଗଲ ବିଭାଗର ଏସଡିଓ ଏ.କେ ଶ୍ରୀବାସ୍ତବ ।

ବିମାନବନ୍ଦରରେ ତାଙ୍କୁ ଅଟକ ରଖାଯାଇଥିଲା । ସେଠାରେ ତାଙ୍କୁ ଯାଞ୍ଚ କରାଯିବା ପରେ ତାଙ୍କଠାରୁ ଏହି ଚିଙ୍ଗାରା ଶିଙ୍ଗ ଜବତ ହୋଇଛି । ଘଟଣାରେ ତାଙ୍କୁ ଏରୋଡ୍ରୋମ ପୋଲିସ ଷ୍ଟେସନ ହସ୍ତାନ୍ତର କରାଯାଇଛି । ଅଧିକ ଅନୁସନ୍ଧାନ ଜାରି ରହିଛି ବୋଲି କହିଛନ୍ତି ଏସଡିଓ ଶ୍ରୀବାସ୍ତବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.