ETV Bharat / bharat

IAF chopper crash: ତଦନ୍ତ ନେତୃତ୍ବ ନେବେ ଏୟାର ମାର୍ଶାଲ ମନଭେନ୍ଦ୍ର ସିଂ

author img

By

Published : Dec 9, 2021, 1:21 PM IST

ତାମିଲନାଡୁ କୁନ୍ନୁର ନୀଳଗିରି ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ (Coonoor helicopter Crash) ହୋଇଥିବା ବାୟୁସେନା ହେଲିକପ୍ଟର ଘଟଣାରେ ତ୍ରିସ୍ତରୀୟ ତଦନ୍ତ ନିର୍ଦ୍ଦେଶ ହୋଇଛି । ଦନ୍ତର ନେତୃତ୍ବ ନେବେ ଏୟାର ମାର୍ଶାଲ ମନଭେନ୍ଦ୍ର ସିଂ (Air Marshal Manvendra Singh) । ଅଧିକ ପଢନ୍ତୁ

IAF chopper crash: ତଦନ୍ତ ନେତୃତ୍ବ ନେବେ ଏୟାର ମାର୍ଶାଲ ମନଭେନ୍ଦ୍ର ସିଂ
IAF chopper crash: ତଦନ୍ତ ନେତୃତ୍ବ ନେବେ ଏୟାର ମାର୍ଶାଲ ମନଭେନ୍ଦ୍ର ସିଂ

ନୂଆଦିଲ୍ଲୀ: ତାମିଲନାଡୁ କୁନ୍ନୁର ନୀଳଗିରି ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ (Coonoor helicopter Crash) ହୋଇଥିବା ବାୟୁସେନା ହେଲିକପ୍ଟର ଘଟଣାରେ ତ୍ରିସ୍ତରୀୟ ତଦନ୍ତ ନିର୍ଦ୍ଦେଶ ହୋଇଛି । ଦନ୍ତର ନେତୃତ୍ବ ନେବେ ଏୟାର ମାର୍ଶାଲ ମନଭେନ୍ଦ୍ର ସିଂ (Air Marshal Manvendra Singh) । ଏ ନେଇ ଆଜି ଉଭୟ ଗୃହରେ ବିବୃତ୍ତି ରଖିବା ସମୟରେ ସ୍ପଷ୍ଟ କରିଛନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ (Defence Minister rajanath singh) । ।

ହେଲିକପ୍ଟରରେ ମୋଟ ୧୪ଜଣ ଥିଲେ । ଦୁର୍ଘଟଣାରେ CDS ବିପିନ ରାୱତ ତାଙ୍କ ପତ୍ନୀଙ୍କ ସମେତ ୧୩ଜଣଙ୍କର ଦେହାନ୍ତ ହୋଇଛି । ଗ୍ରୁପ କ୍ୟାପଟେନ ବରୁଣ କ୍ୟାପଟେନ ବରୁଣ ସିଂ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ହେଲିକପ୍ଟରଟି କେତେବଳେ ଏୟାରବେସ୍‌ରୁ ଉଡାଣ ଭରିଥିଲା ଏବଂ କ’ଣ ଘଟିଥିଲା ସେ ନେଇ ଗୃହରେ ଆଜି ସବୁ ତଥ୍ୟ ରଖିଥିଲେ ପ୍ରତିରକ୍ଷା ମନ୍ତ୍ରୀ। ତଦନ୍ତର ନେତୃତ୍ବ ଏୟାର ମାର୍ଶାଲ ମନଭେନ୍ଦ୍ର ସିଂ ନେବେ ବୋଲି ସ୍ପଷ୍ଟ କରିଛନ୍ତି । ସେ ଭାରତୀୟ ବାୟୁସେନାର କମାଣ୍ଡର । ଗତକାଲିଠୁ ଦୁର୍ଘଟଣାର ତଦନ୍ତ ଆରମ୍ଭ ହୋଇଛି । ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ସାରିଛି ।

ସିଡିଏସ ବିପିନ ରାୱତ ସୁଲୁର ଏୟାରବେସରୁ ୧୧ଟା ୪୮ ଉଡାଣ ଭରିଥିଲେ । ୧୨ଟା ୮ରେ ହେଲିକପ୍ଟର ସହ ସମ୍ପର୍କ ଛିନ୍ନ ହୋଇଥିଲା । ୧୨ଟା ୧୫ରେ ୱେଲିଂଟନରେ ହେଲିକପ୍ଟର ଲ୍ୟାଣ୍ଡିଂ କରିବାର ଥିଲା । ଅବତରଣର ୭ମିନିଟ ପୂର୍ବରୁ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ସଙ୍ଗେ ସଙ୍ଗେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ଏଥିରେ ସିଡିଏସ ବିପିନ ରାୱତଙ୍କ ସମେତ ୧୩ଜଣଙ୍କ ଦେହାନ୍ତ ହୋଇଛି । ସେନା ମର୍ଯ୍ୟାଦା ସହ ସମସ୍ତ ଶହୀଦଙ୍କ ଶେଷକୃତ୍ୟ ସମ୍ପୂର୍ଣ୍ଣ ହେବ ବୋଲି ଗୃହରେ କହିଥିଲେ ପ୍ରତିରକ୍ଷାମନ୍ତ୍ରୀ ।

ଆହୁରି ପଢନ୍ତୁ...IAF helicopter crash: ଅବତରଣର ୭ ମିନିଟ୍‌ ପୂର୍ବରୁ ଘଟିଥିଲା ଦୁର୍ଘଟଣା

ପ୍ରକାଶ ଥାଉ କି, ଗତକାଲି ତାମିଲନାଡୁର କୁନ୍ନୁର ନୀଳଗିରି ଜିଲ୍ଲାରେ ସେନା ହେଲିକପ୍ଟର Mi-17V5 ଦୁର୍ଘଟଣାଗ୍ରସ୍ତ (Coonoor helicopter Crash) ହୋଇଥିଲା । ଆଜି(ଗୁରୁବାର) ସିଡିଏସଙ୍କ ସମେତ ସମସ୍ତଙ୍କ ପାର୍ଥିବ ଶରୀରକୁ ଦିଲ୍ଲୀ ନିଆଯିବ । ଗତକାଲି ଅର୍ଥାତ ଶୁକ୍ରବାର ଶେଷକୃତ୍ୟ ସମ୍ପର୍ଣ୍ଣ ହେବ । ଭାରତର ପ୍ରଥମ CDS ହେଉଛନ୍ତି ବିପିନ ରାୱତ । ସେ ୱିଲିଙ୍ଗଟନରେ ଥିବା ଡିଫେନ୍ସ ସର୍ଭିସ ଷ୍ଟାଭ କଲେଜ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିଲେ । ହେଲିକପ୍ଟର ଲ୍ୟାଣ୍ଡ କରିବାର ମାତ୍ର ୭ ମିନିଟ ପୂର୍ବରୁ ସବୁ କିଛି ଛାରଖାର ହୋଇଗଲା ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.