ETV Bharat / bharat

Air India Urination Case: ଅଭିଯୁକ୍ତ ଶଙ୍କର ମିଶ୍ରାଙ୍କୁ ମିଳିଲା ଜାମିନ

author img

By

Published : Jan 31, 2023, 7:33 PM IST

ଜାମିନ ପାଇଲେ ବିମାନରେ ମହିଳା ସହଯାତ୍ରୀଙ୍କ ଉପରେ ପରିସ୍ରା କରିଥିବା ଅଭିଯୁକ୍ତ ଶଙ୍କର ମିଶ୍ରା । ଦିଲ୍ଲୀର ଏକ ସେସନ କୋର୍ଟ ଦେଲେ ବେଲ । ଡିସେମ୍ବର ୨୬ରେ ନ୍ୟୁୟର୍କ-ଦିଲ୍ଲୀ ଏୟାର ଇଣ୍ଡିଆ ବିମାନରେ ଘଟିଥିଲା ଘଟଣା । ଅଧିକ ପଢନ୍ତୁ

ଅଭିଯୁକ୍ତ ଶଙ୍କର ମିଶ୍ରାଙ୍କୁ ମିଳିଲା ଜାମିନ
ଅଭିଯୁକ୍ତ ଶଙ୍କର ମିଶ୍ରାଙ୍କୁ ମିଳିଲା ଜାମିନ

ହାଇଦ୍ରାବାଦ: ନ୍ୟୁୟର୍କ-ଦିଲ୍ଲୀ ଏୟାର ଇଣ୍ଡିଆ ବିମାନରେ ମହିଳା ସହଯାତ୍ରୀଙ୍କ ଉପରେ ପରିସ୍ରା କରି ଗିରଫ ହୋଇଥିବା ଅଭିଯୁକ୍ତ ଶଙ୍କର ମିଶ୍ରାଙ୍କୁ ଶେଷରେ ଜାମିନ ମିଳିଛି । ଦିଲ୍ଲୀର ଅତିରିକ୍ତ ସେସନ କୋର୍ଟରୁ ଏହି ଜାମିନ ପାଇଛନ୍ତି ଅଭିଯୁକ୍ତ ଶଙ୍କର ମିଶ୍ରା । ଆଜି (ମଙ୍ଗଳବାର) ସେସନ ଜଜ ହରଜୌତ ସିଂ ଏହି ମାମଲାର ଶୁଣାଣି କରିଥିଲେ । ଏକ ଲକ୍ଷ ଟଙ୍କା ବ୍ୟକ୍ତିଗତ ମୁଚାଲିକାରେ ଅଭିଯୁକ୍ତଙ୍କୁ ଏହି ଜାମିନ ପ୍ରଦାନ କରାଯାଇଛି ।

ପୂର୍ବରୁ ଅଭିଯୁକ୍ତ ଶଙ୍କର ମିଶ୍ରାଙ୍କ ବେଲ ଆବେଦନ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟଙ୍କ କୋର୍ଟରେ ଖାରଜ ହୋଇଯାଇଥିଲା । ଯାହାକୁ ଅତିରିକ୍ତ ସେସନ କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ଅଭିଯୁକ୍ତଙ୍କ ଓକିଲ । ଚଳିତ ମାସ (ଜାନୁଆରୀ) 11ରେ ଅଭିଯୁକ୍ତଙ୍କ ଜାମିନ ଆବେଦନର ଶୁଣାଣି ଦିଲ୍ଲୀର ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ କୋର୍ଟରେ ହୋଇଥିଲା । ଏହାକୁ ଅତି ଘୃଣ୍ୟ କାର୍ଯ୍ୟ କହି କୋର୍ଟ ଭର୍ତ୍ସନା କରିବା ସହ ଜାମିନ ପ୍ରଦାନ କରିବା ପାଇଁ ମନା କରିଦେଇଥିଲେ । ଏହି ରାୟକୁ ସେସନ କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ଅଭିଯୁକ୍ତ ପକ୍ଷ ।

ଗତବର୍ଷ ଡିସେମ୍ବର ୨୬ ତାରିଖରେ ନ୍ୟୁୟର୍କରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆ ବିମାନ AI-102 ରେ ଏପରି ଅପ୍ରୀତିକର ଘଟଣା ସାମ୍ନାକୁ ଆସିଥିଲା । ବିମାନର ବିଜନେସ କ୍ଲାସରେ ଯାତ୍ରା କରୁଥିବା ଜଣେ ମହିଳା ଯାତ୍ରୀ ଅଭିଯୁକ୍ତ ଶଙ୍କର ମିଶ୍ରାଙ୍କ ବିରୋଧରେ ତାଙ୍କ ଉପରେ ପରିସ୍ରା କରିଥିବା ଅଭିଯୋଗ ଆଣିଥିଲେ । ଅଭିଯୁକ୍ତ ନିଶାସକ୍ତ ଅବସ୍ଥାରେ ତାଙ୍କ ଉପରେ ପରିସ୍ରା କରିଥିବା ମହିଳାଜଣଙ୍କ ଅଭିଯୋଗ କରିବା ପରେ ସମଗ୍ର ଦେଶରେ ଚର୍ଚ୍ଚା ସୃଷ୍ଟି ହୋଇଥିଲା ।

ଏହି ଘଟଣାକୁ ନେଇ ମହିଳା ଯାତ୍ରୀଜଣକ ଏୟାର ଇଣ୍ଡିଆର ମୂଳ କମ୍ପାନୀ ଟାଟା ସନ୍ସର ଚେୟାରମ୍ୟାନ ଏନ.ଚନ୍ଦ୍ରଶେଖରନଙ୍କୁ ଚିଠି ମଧ୍ୟ ଲେଖି ଘଟଣାରେ ବିମାନ କ୍ରୁ ସଦସ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ଅଭିଯୋଗ କରିଥିଲେ । ଗତ ଜାନୁଆରୀ ୪ ତାରିଖରେ ଏନେଇ ଏୟାର ଇଣ୍ଡିଆ ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା । ପରେ ଅଭିଯୁକ୍ତ ଶଙ୍କର ମିଶ୍ରାଙ୍କୁ ଦିଲ୍ଲୀ ପୋଲିସ ବେଙ୍ଗାଲୁରୁରୁ ଗିରଫ କରି ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ହାଜର କରିଥିଲା । ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା । ଆମେରିକାର ଏକ କମ୍ପାନୀରେ କାର୍ଯ୍ୟରତ ମିଶ୍ରାଙ୍କୁ ଚାକିରିରୁ ମଧ୍ୟ ବହିସ୍କାର କରାଯାଇଥିଲା । ତେବେ ସେ ଏକାଧିକ ଥର ଆବେଦନ କରି ବିଫଳ ହେବା ପରେ ଆଜି ଜାମିନ ପାଇବାରେ ସଫଳ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.