ETV Bharat / bharat

ଏୟାର ଇଣ୍ଡିଆ ଉପରେ ବଡ ଧରଣର ସାଇବର ଆଟାକ - ଏୟାର ଇଣ୍ଡିଆ ଉପରେ ସାଇବର ଆକ୍ରମଣ

ଏୟାର ଇଣ୍ଡିଆ ବିମାନ କମ୍ପାନୀ ଉପରେ ଏକ ବଡ ଧରଣର ସାଇବର ଆକ୍ରମଣ ହୋଇଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ...

ଏୟାର ଇଣ୍ଡିଆ ଉପରେ ବଡ ଧରଣର ସାଇବର ଆକ୍ରମଣ
ଏୟାର ଇଣ୍ଡିଆ ଉପରେ ବଡ ଧରଣର ସାଇବର ଆକ୍ରମଣ
author img

By

Published : May 22, 2021, 12:11 PM IST

ନୂଆଦିଲ୍ଲୀ: ବିମାନ ସେବା ଯୋଗାଉଥିବା ଏୟାର ଇଣ୍ଡିଆ କମ୍ପାନୀ ଉପରେ ଏକ ବଡ ଧରଣର ସାଇବର ଆକ୍ରମଣ ହୋଇଛି । ସାଇବର ଠକମାନେ ଏହି ବିମାନରେ 2011 ମସିହା 26 ଅଗଷ୍ଟଠାରୁ 2021 ଫେବୃଆରୀ 3 ପର୍ଯ୍ୟନ୍ତ ଯାତ୍ରା କରିଥିବା ବିମାନ ଯାତ୍ରୀଙ୍କ ସମସ୍ତ ବ୍ୟକ୍ତିଗତ ତଥ୍ୟ ଚୋରି ହୋଇଥିବା ଜଣାପଡିଛି ।

ବିମାନଯାତ୍ରୀଙ୍କ ଜନ୍ମ ତାରିଖ, ଫୋନ ନମ୍ବର, ପାସପୋର୍ଟ ତଥ୍ୟ, ଟିକେଟ, କ୍ରେଡ଼ିଟ କାର୍ଡ ତଥ୍ୟ ଆଦି ଚୋରି ହୋଇଛି । ଏୟାର ଇଣ୍ଡିଆର ଯାତ୍ରୀଙ୍କ ତଥ୍ୟ ପାଇଁ ବ୍ୟବହାର କରାଯାଉଥିବା ପ୍ରୋସେସର SITA PSS ଉପରେ ଏହି ଆକ୍ରମଣ ହୋଇଛନ୍ତି । ଏହି ସାଇବର ଆକ୍ରମଣ ଦ୍ବାରା ବିଶ୍ବର ପ୍ରାୟ 45 ଲକ୍ଷ ତଥ୍ୟ ବିଷୟବସ୍ତୁ ପ୍ରଭାବିତ ହୋଇଛି । ତେବେ ଏହି ଏୟାରଇଣ୍ଡିଆ କମ୍ପାନୀରେ ବିମାନ ଯାତ୍ରୀଙ୍କ କ୍ରେଡିଟ କାର୍ଡର CVV/CVC ନମ୍ବରକୁ ଷ୍ଟୋର କରାଯାଇନଥାଏ ।

ଏୟାର ଇଣ୍ଡିଆ ଉପରେ ବଡ ଧରଣର ସାଇବର ଆକ୍ରମଣ
ଏୟାର ଇଣ୍ଡିଆ ଉପରେ ବଡ ଧରଣର ସାଇବର ଆକ୍ରମଣ

ଏହି ଘଟଣା ପରେ ଏୟାରଲାଇନ ପକ୍ଷରୁ ଘଟଣାର ତଦନ୍ତ କରାଯିବା ସହିତ ସମସ୍ତ ସର୍ଭରକୁ ସୁରକ୍ଷିତ କରାଯାଉଛି । କ୍ରେଡିଟ କାର୍ଡ ତଥ୍ୟକୁ ସାଇବର ଠକଙ୍କଠାରୁ ରକ୍ଷା କରିବା ପାଇଁ ଏୟାର ଲାଇନ ଅନ୍ୟ ସାଇବର ବିଶେଷଜ୍ଞଙ୍କୁ ନିୟୋଜିତ କରିଛି ବୋଲି ଜଣାପଡିଛି । ଏୟାର ଇଣ୍ଡିଆ ଫ୍ରିକ୍ବେଣ୍ଟ ଫ୍ଲାୟର ପ୍ରୋଗ୍ରାମର ପାସୱାର୍ଡକୁ ପୁଣି ଏୟାରଲାଇନ ସେଟ କରୁଥିବା ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.