ETV Bharat / bharat

ଏୟାର ଏସିଆ ବିମାନରେ ଯାନ୍ତ୍ରୀକ ତ୍ରୁଟି, କୋଚି ବିମାନବନ୍ଦରରେ ଜୁରୁରୀ ଅବତରଣ

ଉଡାଣରେ କିଛି ସମୟ ପରେ ଏୟାର ଏସିଆ ବିମାନରେ ଦେଖାଦେଲା ଯାନ୍ତ୍ରୀକ ତ୍ରୁଟି। କୋଚି ବିମାନବନ୍ଦରକୁ ଫେରି ଆସିଲା ବିମାନ। ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Sep 11, 2023, 2:17 PM IST

Updated : Sep 11, 2023, 4:36 PM IST

Air Asia flight to Bengaluru returns
Air Asia flight to Bengaluru returns

ଥିରୁଅନନ୍ତପୁରମ: କୋଚି-ବେଙ୍ଗାଲୁରୁ ଏୟାର ଏସିଆ ବିମାନରେ ଯାନ୍ତ୍ରୀକ ତ୍ରୁଟି। ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପରିବର୍ତ୍ତେ କୋଚି ବିମାନବନ୍ଦରରେ ଜରୁରୀ ଅବତରଣ କଲା ବିମାନ। ବିମାନରେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି । ଉଡାଣର କିଛି ସମୟ ପରେ ଏୟାର ଏସିଆ ବିମାନ କୋଚି ବିମାନବନ୍ଦରକୁ ଫେରିଆସିଥିଲା।

ରବିବାର ରାତିରେ କୋଚି ବିମାନବନ୍ଦରରକୁ ବେଙ୍ଗାଲୁରୁ ଅଭିମୁଖେ ଉଡାଣ ଆରମ୍ଭ କରିଥିଲା ଏୟାର ଏସିଆ ବିମାନ। ରାତି ପ୍ରାୟ 11ଟା 20 ମିନିଟ ସମୟରେ ବିମାନରେ ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହୋଇଥିଲା । ଏହାପରେ ବିମାନ କୋଚି ଫେରିଯିବା ନେଇ ଯାତ୍ରୀଙ୍କୁ ଅବଗତ କରାଯାଇଥିଲା । କିଛି ଅଘଟଣ ଘଟିବା ପୂର୍ବରୁ ପାଇଲଟ ବିମାନକୁ କୋଚିରେ ଜୁରୁରୀ ଅବତରଣ କରିଥିଲେ । ବିମାନରେ 168ଜଣ ଯାତ୍ରୀ ଥିବା ବେଳେ କାହାର କିଛି କ୍ଷୟକ୍ଷତି ହୋଇନାହିଁ । ଏନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।

ସେପ୍ଟେମ୍ବର 4 ତାରିଖରେ ଭୁବନେଶ୍ବରରୁ ଦିଲ୍ଲୀ ଅଭିମୁଖେ ଇଣ୍ଡିଗୋ ବିମାନ 6E 2065 ଉଡ଼ାଣ ଭରିଥିଲା । ଉଡ଼ାଣର ମାତ୍ର କିଛି ସମୟ ମଧ୍ୟରେ ମଝି ଆକାଶରେ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଯାଇଥିଲା । ଏହାପରେ ବିମାନକୁ ଜରୁରୀ ଅବତରଣ କରିବାକୁ ନିଷ୍ପତ୍ତି ନେଇଥିଲେ ପାଇଲଟ । ଫଳରେ ଅଧା ରାସ୍ତାରୁ ଫେରି ଆସିଥିଲା ଇଣ୍ଡିଗୋ ବିମାନ 6E 2065 । ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ଉଡ଼ାଣର ପ୍ରାୟ 20ରୁ 25 ମିନିଟ ସମୟ ପରେ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଥିଲା ।

ଏହା ମଧ୍ୟ ପଢନ୍ତୁ-ଇଣ୍ଡିଗୋ ବିମାନରେ ଯାନ୍ତ୍ରୀକ ତ୍ରୁଟି, ଚେନ୍ନାଇ ପରିବର୍ତ୍ତେ ଦିଲ୍ଲୀରେ କଲା ଅବତରଣ

ଗତ ଜୁନ ମାସ 11 ତାରିଖରେ ଦିଲ୍ଲୀ-ଚେନ୍ନାଇ ଇଣ୍ଡିଗୋ ବିମାନରେ ଯାନ୍ତ୍ରୀକ ତ୍ରୁଟି ଦେଖା ଦେଇଥିଲା । ଉଡାଣର ଏକ ଘଣ୍ଟା ପରେ ଚେନ୍ନାଇ ପରିବର୍ତ୍ତେ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଫେରି ଆସିଥିଲା ଇଣ୍ଡିଗୋ ବିମାନ । 230 ଜଣ ଯାତ୍ରୀଙ୍କୁ ନେଇ ଉଡାଣ କରିଥିବା ଏହି ବିମାନ ଜରୁରୀକାଳୀନ ଅବତରଣ କରିଥିଲା । ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ତରଫରୁ ସୂଚନା ଦିଆଯାଇଥିଲା।

ଗତ ମେ' 17 ତାରିଖରେ ବେଙ୍ଗାଲୁରୁରୁ ଭୁବନେଶ୍ବର ଇଣ୍ଡିଗୋ ଫ୍ଲାଇଟରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା । ଫଳରେ ବେଙ୍ଗାଲୁରୁ ଏୟାରପୋର୍ଟରୁ ଟେକ୍ଅଫ୍‌ କରିପାରିଲାନି ବିମାନ । ଦୀର୍ଘ ସମୟ ଧରି ବିମାନ ଅଟକି ରହିବାରୁ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ଅନେକ ସମୟ ଧରି ଅଟକି ରହିଥିଲା ବିମାନ । ବିମାନରେ ମୋଟ 190 ଯାତ୍ରୀ ରହିଥିବା ବେଳେ ସେମାନଙ୍କ ପାଇଁ କୌଣସି ବ୍ୟବସ୍ଥା ନଥିବା ଅଭିଯୋଗ ହୋଇଥିଲା ।

Last Updated : Sep 11, 2023, 4:36 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.