ETV Bharat / bharat

Owaisi challenges Rahul Gandhi: କହିଲେ ଦମ ଅଛି ତ ହାଇଦ୍ରାବାଦରୁ ନିର୍ବାଚନ ଲଢ଼ - ରାହୁଲ ଗାନ୍ଧୀଙ୍କୁ ଏଆଇଏମଆଇଏମ ମୁଖ୍ୟଙ୍କ ଚ୍ୟାଲେଞ୍ଜ

AIMIM ମୁଖ୍ୟ ଅସାଦୁଦ୍ଦିନ ଓୱେସି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଚ୍ୟାଲେଞ୍ଜ କରିଛନ୍ତି । ଆସନ୍ତା ଲୋକସଭା ନିର୍ବାଚନରେ ୱାଇନାଡରୁ ନୁହେଁ ହାଇଦ୍ରାବାଦରୁ ନିର୍ବାଚନ ଲଢିବାକୁ ଚ୍ୟାଲେଞ୍ଜ କରିଛନ୍ତି ଅସାଦୁଦ୍ଦିନ । ଅଧିକ ପଢନ୍ତୁ

Owaisi challenges Rahul Gandhi
ରାହୁଲଙ୍କୁ AIMIM ମୁଖ୍ୟ ଆସାଦୁଦ୍ଦିନ ଓୱେସିଙ୍କ ଚ୍ୟାଲେଞ୍ଜ
author img

By ETV Bharat Odisha Team

Published : Sep 25, 2023, 10:53 AM IST

ହାଇଦ୍ରାବାଦ: ରାହୁଲଙ୍କୁ ଟାର୍ଗେଟ କରି ବର୍ଷିଲେ ପୁଣି ନିର୍ବାଚନ ଲଢିବା ନେଇ ଚ୍ୟାଲେଞ୍ଜ ଦେଲେ AIMIM ମୁଖ୍ୟ । କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଚ୍ୟାଲେଞ୍ଜ କରିଛନ୍ତି ଏଆଇଏମଆଇଏମ ମୁଖ୍ୟ ଅସାଦୁଦ୍ଦିନ ଓୱେସି । ଆସନ୍ତା ଲୋକସଭା ନିର୍ବାଚନରେ ୱାଇନାଡା ନୁହେଁ ହାଇଦ୍ରାବାଦରୁ ନିର୍ବାଚନ ଲଢିବାକୁ ରାହୁଲଙ୍କୁ ଚ୍ୟାଲେଞ୍ଜ କରିଛନ୍ତି ଅସାଦୁଦ୍ଦିନ ଓୱେସି । ହାଇଦ୍ରାବାଦରେ ସଂସଦୀୟ ନିର୍ବାଚନମଣ୍ଡଳୀରେ ଏକ ଜନସଭାକୁ ସମ୍ବୋଧିତ କରି ଏହା କହିଛନ୍ତି AIMIM ମୁଖ୍ୟ ।

  • #WATCH | Hyderabad, Telangana: AIMIM chief Asaduddin Owaisi says "I am challenging your leader (Rahul Gandhi) to contest elections from Hyderabad and not Wayanad. You keep giving big statements, come to the ground and fight against me. People from Congress will say a lot of… pic.twitter.com/TXANRLWtjJ

    — ANI (@ANI) September 24, 2023 " class="align-text-top noRightClick twitterSection" data=" ">

AIMIM ମୁଖ୍ୟ ଆସାଦୁଦ୍ଦିନ ଓୱେସି କହିଛନ୍ତି, "ଉତ୍ତରପ୍ରଦେଶର ଅଯୋଧ୍ୟାରେ ଥିବା ବାବ୍ରୀ ମସଜିଦ ଏହି ପୁରାତନ ରାଜନୈତିକ ଦଳ ପାଇଁ ଭାଙ୍ଗିଛି । ମୁଁ ତୁମ ନେତା ରାହୁଲ ଗାନ୍ଧୀଙ୍କୁ ଚ୍ୟାଲେଞ୍ଜ କରୁଛି ସେ ୱାଇନାଡ ନୁହେଁ ହାଇଦ୍ରାବାଦକୁ ନିର୍ବାଚନ ଲଢନ୍ତୁ । କଂଗ୍ରେସ ଲୋକ ବହୁତ ଆସିବେ । ଏଥର ୱାଇନାଡ ନୁହେଁ ହାଇଦ୍ରାବାକୁ ମୁକାବିଲା କର । ମୁଁ ଚ୍ୟାଲେଞ୍ଜ କରୁଛି ଦମ ଅଛି ତ ଆସ ହାଇଦ୍ରାବାଦରୁ ଲଢ । ବଡ ବଡ କଥା କହୁଛ ଖାଲି କଥା କାହିଁକି କହୁଛ ଏହି ମାଟି ଉପରକୁ ଆସ । ମୋ ସହ ମୁକାବିଲା କର । ସେରୱାନୀ ଦାଢି ଟୋପି ବାଲା ସହ ମୁକାବିଲା କର । ପାର୍ଲାମେଣ୍ଟ୍‌ରେ ଜଣେ ମୁସଲାମାନେ ସାଂସଦଙ୍କୁ ଏଣୁତେଣୁ କହିଥିଲେ ମୁଁ ତାଙ୍କୁ କହିଥିଲି ବସିଯାଅ ମୋ ସହ ମୁକାବିଲା କରିପାରିବ ନାହିଁ ।"

ଆସାଦୁଦ୍ଦିନ ଓୱେସି ଆହୁରି କହିଛନ୍ତି, "ହାଇଦ୍ରାବାଦରେ ଆମ ଦଳକୁ ମଜଭୁତ କରିବାକୁ ବହୁତ କଷ୍ଟ କରିବାକୁ ପଡ଼ିଛି । ଏହି କଂଗ୍ରେସ ସରକାର ଥିଲା ଯେବେ ବାବ୍ରି ମସଜିଦକୁ ଭାଙ୍ଗି ଦିଆଯାଇଥିଲା । ସଂସଦରେ ଜଣେ ବିଜେପି ସାଂସଦ ଜଣେ ମୁସଲିମ ସାଂସଦଙ୍କୁ ଗାଳି ଦେଇଥିଲେ । ଲୋକ କହିଲେ ପାର୍ଲାମେଣ୍ଟରେ ଏପରି କହିବାର ନଥିଲା । ମୁସଲମାନଙ୍କୁ ଗାଳି ଦିଆଯାଉଛି । ମୋ ବୟସ 8-9 ବର୍ଷ ଥିଲା ସେବେଠୁ ଆମକୁ ଗାଳି ହେଉଥିବା ଶୁଣିଛି । ସେବେ ମୁଁ ଶୁଣୁଥିଲି ଆଜି ମୋ ପିଲା ଶୁଣୁଛନ୍ତି । ସମୟ ଆସିବ ପାର୍ଲାମେଣ୍ଟରେ ମୁସଲିମଙ୍କୁ ଅତ୍ୟାଚାର ଶିକାର ହେବାକୁ ପଡ଼ିବ । ସବକା ସାଥ୍‌ ସବକା ବିକାଶ କେଉଁଠି ? ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୋଟିଏ ବି ଶଦ୍ଦ କହିବେ ନାହିଁ ।"

ଏହା ବି ପଢନ୍ତୁ...ଯଦି ରାହୁଲଙ୍କ ମୃତ୍ୟୁ ହୋଇଛି, ଭାରତ ଯୋଡ଼ ଯାତ୍ରାରେ କଣ ଭୂତ ବୁଲୁଛି: ଓୱେସି

ତେଲେଙ୍ଗାନାରେ କଂଗ୍ରେସ ଦଳ ବିଆରଏସ ବିପକ୍ଷରେ ଲଢୁନାହିଁ । ମାତ୍ର ବିଆରଏସ, ବିଜେପି ଓ ଏଆଇଏମଆଇଏମ ମିଳିତ ଭାବେ ଲଢୁଛନ୍ତି । ସେମାନେ ଭିନ୍ନ କହୁଥିଲେ ବି ପରସ୍ପର ସହ ମିଳିତ ଭାବେ କାର୍ଯ୍ୟ କରୁଥିବା ପୂର୍ବରୁ ରାହୁଲ ଗାନ୍ଧୀ କହିଥିଲେ । ଏହା ସହିତ ୱାଇନାଡ ସାଂସଦ ରାହୁଲ ଗାନ୍ଧୀ ଆହୁରି କହିଥିଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଓ AIMIM ମୁଖ୍ୟ ଆସାଦୁଦ୍ଦିନ ଓୱେସିଙ୍କ ବିରୋଧରେ କୌଣସି ସିବିଆଇ କିମ୍ବା ଇଡି ମାମଲା ନାହିଁ ତେଣୁ ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ନିଜର ଲୋକ ବୋଲି ବିବେଚନା କରିଛନ୍ତି ।

ଏହା ବି ପଢନ୍ତୁ...Telangana: କଂଗ୍ରେସର 6 ଗ୍ୟାରେଣ୍ଟି ଘୋଷଣା, ମହିଳାଙ୍କୁ ମାସିକ 2500 ଟଙ୍କା, 5ଶହ ଟଙ୍କାରେ LPG ସିଲିଣ୍ଡର

ପ୍ରକାଶ ଥାଉ କି, ଦକ୍ଷିଣ ରାଜ୍ୟ ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଶାସକ BRS ତାର ପ୍ରାର୍ଥୀ ତାଲିକା ଜାରି କରି ସାରିଛି । କଂଗ୍ରେସ କ୍ଷମତାକୁ ଆସିଲେ 6ଟି ଗ୍ୟାରେଣ୍ଟି ପୂରଣ କରିବ ବୋଲି ଘୋଷଣା କରିଛି । ଏନେଇ ଗ୍ୟାରେଣ୍ଟି କାର୍ଡ ଘୋଷଣା କରିଛି ଦଳ । ଯେଉଁଥିରେ ମହିଳାଙ୍କୁ ମାସିକ 2500 ଟଙ୍କା ଓ 5ଶହ ଟଙ୍କାରେ ଏଲ୍‌ପିଜି ସିଲିଣ୍ଡର ଦେବ ବୋଲି ଗ୍ୟାରେଣ୍ଟି ଦେଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.