ନୂଆଦିଲ୍ଲୀ : କେନ୍ଦ୍ର କୃଷି ଆଇନ ବିରୋଧରେ ଦିଲ୍ଲୀ ସୀମାରେ ଜାରି ରହିଛି କୃଷକ ଆନ୍ଦୋଳନ । ଶୀତ କାକରରେ ପଡି ରହି ନିଜ ଦାବିରେ ଅଟଳ ରହିଛନ୍ତି କୃଷକ । ଏହି ଆନ୍ଦୋଳନ ମଧ୍ୟରେ ଅନେକ ଚାଷୀଙ୍କ ଜୀବନ ଗଲାଣିତ । ଗାଜିପୁର ବର୍ଡରରେ ବସିଥିବା ଜଣେ ଆନ୍ଦୋଳନରତ ଚାଷୀଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଧରମବୀର କୋଟନିଆ । ତେବେ ଥଣ୍ତା ଯୋଗୁଁ କୃଷକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
ଧରମବୀର ଜଣେ ସଫଳ କପା ଚାଷୀ ଥିଲେ । ସେ ଭାରତୀୟ କୃଷକ ସଂଘରେ ଅନେକ ପଦବୀରେ ମଧ୍ୟ କରିଥିଲେ । ସୂଚନା ଅନୁସାରେ, ସେ ଦୀର୍ଘ 52 ଦିନ ଧରି ଆନ୍ଦୋଳନରେ ବସିଥିଲେ । ଆନ୍ଦୋଳନ ଚାଲିଥିବା ଯୋଗୁଁ ଖୋଲା ଆକାଶ ତଳେ ବସିଥିଲେ ସେ । ଫଳରେ ଅତ୍ୟଧିକ ଥଣ୍ତା ଯୋଗୁଁ ତାଙ୍କ ସ୍ବାସ୍ଥ୍ୟ ଖରାପ ହୋଇଯାଇଥିଲା । ସେ 16 ତାରିଖ ଦିନ ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ତାଙ୍କର ମୃତଦେହ ନିଜ ଗାଁରେ ପହଞ୍ଚିବା ପରେ ଶୋକ ଛାୟା ଖେଳି ଯାଇଥିଲା । ସେଠାରେ ତାଙ୍କର ଶେଷକୃତ୍ୟ କରାଯାଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ