ETV Bharat / bharat

Kheri Violence: ଫେରିଲେ ରାହୁଲ, ଆଜି ବହରାଇଚରେ ଚାଷୀଙ୍କ ପରିବାକୁ ଭେଟିବେ ପ୍ରିୟଙ୍କା - ଲଖିମପୁର

ଲଖିମପୁର ଖେରୀ ହିଂସା ଘଟଣାରେ ମୃତ ଚାଷୀଙ୍କ ପରିବାକୁ ଭେଟିବା ପରେ ଦିଲ୍ଲୀ ଫେରିଲେ ରାହୁଲ, ଆଜି ବହରାଇଚରେ ଚାଷୀଙ୍କ ପରିବାକୁ ଭେଟିବେ ପ୍ରିୟଙ୍କା । ଅଧିକ ପଢନ୍ତୁ...

ଲଖିମପୁର ପରେ ଆଜି ବହରାଇଚରେ ଚାଷୀଙ୍କ ପରିବାକୁ ଭେଟିବେ ପ୍ରିୟଙ୍କା
ଲଖିମପୁର ପରେ ଆଜି ବହରାଇଚରେ ଚାଷୀଙ୍କ ପରିବାକୁ ଭେଟିବେ ପ୍ରିୟଙ୍କାଲଖିମପୁର ପରେ ଆଜି ବହରାଇଚରେ ଚାଷୀଙ୍କ ପରିବାକୁ ଭେଟିବେ ପ୍ରିୟଙ୍କା
author img

By

Published : Oct 7, 2021, 11:00 AM IST

Updated : Oct 7, 2021, 11:13 AM IST

ଲକ୍ଷ୍ନୌ: ଲଖିମପୁର ଖେରୀ ହିଂସା ଘଟଣାରେ ମୃତ ଚାଷୀଙ୍କ ପରିବାକୁ ଭେଟିଛନ୍ତି ରାହୁଲ ଓ ପ୍ରିୟଙ୍କା । ଏନେଇ ଗତକାଲି ଖେରୀ ଅଭିମୁଖେ ବାହାରିଥିଲେ ଉଭୟ । ଆଜି ସକାଳେ ଲକ୍ଷ୍ନୌ ଫେରିଥିବା ପରେ ରାହୁଲ ଦିଲ୍ଲୀ ଅଭିମୁଖେ ବାହାରିଥିବା ବେଳେ ପ୍ରିୟଙ୍କା ଗାନ୍ଧୀ ବହରାଇଚ ଅଭିମୁଖେ ଯାଇ କୃଷକଙ୍କ ପରିବାରକୁ ଭେଟିବେ ।

ସୂଚନାଅନୁଯାୟୀ, ଖେରୀ ହିଂସା ଘଟଣାରେ ୮ଜଣ ଚାଷୀଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତକଙ୍କ ପରିବାକୁ ଭେଟିବାକୁ ପୂର୍ବରୁ ଲଖିମପୁର ଅଭିମୁଖେ ବାହାରିଥିଲେ ପ୍ରିୟଙ୍କା । କିନ୍ତୁ ଲଖିମପୁରରେ ପହଞ୍ଚିବା ପୂର୍ବରୁ ବିନା FIRରେ ପୋଲିସ ତାଙ୍କୁ ଗିରଫ କରି ସୀତାପୁରରେ ଗୃହବନ୍ଦୀ କରିଥିଲା ।

ଗତକାଲି ରାହୁଲ ଗାନ୍ଧୀ ଲଖିମପୁର ଗସ୍ତରେ ଯିବା ପାଇଁ ଲକ୍ଷ୍ମୌ ବିମାନବନ୍ଦର ପହଁଞ୍ଚିଥିଲେ । ସେଠି ରାହୁଲଙ୍କୁ ଅଟକାଇଥିଲା ଉତ୍ତରପ୍ରଦେଶ ପୋଲିସ । କାରଣ ରାହୁଲ ନିଜ ଗାଡିରେ ଲଖିମପୁର ଯିବାକୁ ଜିଦ ଧରିବସିଥିଲେ। ହେଲେ ପ୍ରଶାସନର ଅନୁମତି ନମିଳିବାରୁ ଧାରଣାରେ ବସିଥିଲେ ରାହୁଲ । ଏହା ପରେ ଲକ୍ଷ୍ମୌରୁ ସିଧା ସୀତାପୁରରୁ ଆସି ଭଉଣୀ ପ୍ରିୟଙ୍କାଙ୍କ ସହ ଲଖିମପୁର ଖେରୀ ଗସ୍ତ କରି ଦୁର୍ଘଟଣାରେ ମୃତ ଚାଷୀଙ୍କ ପରିବାରକୁ ଭେଟିଥିଲେ । ଭାଇ ଭଉଣୀଙ୍କ ସହ ପଞ୍ଜାବ ଓ ଛତିଶଗଡ ମୁଖ୍ୟମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 7, 2021, 11:13 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.