ETV Bharat / bharat

ଉତ୍ତରାଖଣ୍ଡରେ ହିମସ୍ଖଳନ, ଉତ୍ତରପ୍ରଦେଶରେ ହାଇଆଲର୍ଟ

author img

By

Published : Feb 7, 2021, 4:28 PM IST

ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାର ରୈନି ଠାରେ ବରଫ ଅତଡା ଧସିବା ଦ୍ବାରା ବନ୍ୟାକୁ ଲକ୍ଷ୍ୟ କରି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗଙ୍ଗା ନଦୀ ଉପକୂଳରେ ଥିବା ସମସ୍ତ ଜିଲ୍ଲାର ଅଧିକାରୀ ଜିଲ୍ଲାର ଅଧିକାରୀ ଓ ପୋଲିସ ଅଧିକାରୀଙ୍କ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢନ୍ତୁ...

after glacier burst in uttarakhand uttar pradesh officers on high alert
ଗ୍ଲେସିୟର ଫାଟିବା ଦ୍ୱାରା ୟୁପିରେ ହାଇ ଆଲର୍ଟ

ଲକ୍ଷ୍ନୌ: ଉତ୍ତରାଖଣ୍ଡର ଚମୋଲିରେ ହିମସ୍ଖଳନକୁ ନେଇ ଉତ୍ତରପ୍ରଦେଶରେ ହାଇଆଲର୍ଟ । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗଙ୍ଗା ନଦୀ ଉପକୂଳରେ ଥିବା ସମସ୍ତ ଜିଲ୍ଲାର ଅଧିକାରୀ ଜିଲ୍ଲାଧିକାରୀ ଓ ପୋଲିସ ଅଧିକାରୀଙ୍କ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯୋଗୀ ଆଦିତ୍ୟନାଥ ରାଜ୍ୟ ସମ୍ବନ୍ଧିତ ସମସ୍ତ ବିଭାଗ ଏବଂ ଅଧିକାରୀଙ୍କୁ ସତର୍କ ରହିବାକୁ କହିଛନ୍ତି । ଏହାସହ ସ୍ଥିତି ଉପରେ ସମ୍ପୂର୍ଣ୍ଣ ନଜର ରଖିବା ସହିତ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପରିସ୍ଥିତିକୁ ଲକ୍ଷ୍ୟ କରି ଏନଡିଆରଏଫକୁ ମଧ୍ୟ ସତର୍କ କରାଯାଇଛି ।

ସେହିପରି ବିଜନୋର ଜନପଦର ସୋସିଆଲ ମିଡିଆ ସେଲ ଦ୍ବାରା ଗଙ୍ଗା ନଦୀରେ ବନ୍ୟା ସମ୍ଭାବନା ଥିବା କୁହାଯାଉଛି । ଉତ୍ତରପ୍ରଦଦେଶର ଗଙ୍ଗା ଉପକୂଳ ଜିଲ୍ଲା ଉନ୍ନାଓ, କନ୍ନୌଜ, ବିଜନୋର, ଫତେହଗଡ, ପ୍ରୟାଗରାଜ, କାନପୁର, ମିର୍ଜାପୁର, ଗଢମୁକ୍ତେଶ୍ବର, ଗାଜୀପୁର ଓ ବାରଣାସୀରେ ହାଇ ଆଲର୍ଟ ଜାରି କରାଯାଇଛି । ସତର୍କତା ଆଦେଶ ଆସିବା କ୍ଷଣି ଗଙ୍ଗା ଉପକୂଳରେ ଥିବା ଗାଁ ଗୁଡିକରେ ଅଧିକାରୀ ମାନେ ଗସ୍ତ ଆରମ୍ଭ କରିଛନ୍ତି । ଏପଟେ ଗଙ୍ଗା ନଦୀରେ ଜଳସ୍ତର ବଢିବା ନେଇ ଆଶଙ୍କା କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.