ETV Bharat / bharat

ଭାରତ ଆସିବା ପାଇଁ ଆଫଗାନୀଙ୍କୁ ଲୋଡା ଇ-ଭିସା

author img

By

Published : Aug 25, 2021, 2:45 PM IST

Updated : Aug 25, 2021, 3:56 PM IST

ଆଫଗାନିସ୍ତାନର ସଂକଟ ମଧ୍ୟରେ କେନ୍ଦ୍ର ସରକାର ଆଜି (ବୁଧବାର) ଆଉ ଏକ ବଡ ପଦକ୍ଷେପ ନେଇଛନ୍ତି । ବିଗୁଡି ଥିବା ସ୍ଥିତିକୁ ଦେଖିବା ପରେ ଏବେ ଆଫଗାନ ନାଗରିକଙ୍କ ପାଇଁ ଜାରି ହୋଇଛି ଇ-ଭିସା ନିୟମ । ଅଧିକ ପଢନ୍ତୁ...

ଭାରତ ଆସିବା ପାଇଁ ଆଫଗାନୀଙ୍କୁ ଲୋଡା ଇ-ଭିସା
ଭାରତ ଆସିବା ପାଇଁ ଆଫଗାନୀଙ୍କୁ ଲୋଡା ଇ-ଭିସା

ନୂଆଦିଲ୍ଲୀ: ଆଫଗାନିସ୍ତାନର ସଂକଟ ମଧ୍ୟରେ କେନ୍ଦ୍ର ସରକାର ଆଜି ( ବୁଧବାର) ଆଉ ଏକ ବଡ ପଦକ୍ଷେପ ନେଇଛନ୍ତି । ବିଗୁଡି ଥିବା ସ୍ଥିତିକୁ ଦେଖିବା ପରେ ଏବେ ଆଫଗାନ ନାଗରିକଙ୍କ ପାଇଁ ଜାରି ହୋଇଛି ଇ-ଭିସା । ଇ-ଭିସା ଥିଲେ ହିଁ ଭାରତରେ ଓହ୍ଲାଇ ପାରିବେ ଆଫଗାନ ନାଗରିକ ।

ଖବର ଅନୁସାରେ ବିଭିନ୍ନ ଗଣମାଧ୍ୟମନରେ ଖବର ପ୍ରକାଶ ପାଇଥିଲା କି ଆଫଗାନ ନାଗରିକଙ୍କ ଭିସା ହଜି ଯାଇଛି ବା ନଷ୍ଟ ହୋଇଯାଇଛି । ଫଳରେ ସରକାର ଏହାକୁ ଧ୍ୟାନରେ ରଖି ଏଭଳି ନିଷ୍ପତି ନେଇଛନ୍ତି । ଫଳରେ ଯେଉଁ ଆଫଗାନ ନାଗରିକ ଏବେ ଭାରତରେ ନାହାଁନ୍ତି କିନ୍ତୁ ପୂର୍ବରୁ ତାଙ୍କର ଭିସା ଜାରି ହୋଇଛି ତାହା ତତ୍କାଳ ଅକାମୀ ହୋଇଯିବ । କିମ୍ବା ପୂର୍ବରୁ ଜାରି ହୋଇଥିବା କୌଣସି ଭିସା ରଦ୍ଦ କରାଯାଇଛି । ଏହାସହ ଯେଉଁ ଆଫଗାନ ନାଗରିକ ଭାରତରେ ନାହାଁନ୍ତି କିମ୍ବା ଭାରତ ଭିସା ଅଛି ତାହା ମଧ୍ୟ ଅକାମୀ ହୋଇଯାଇଛି ।

ଏହା ପୂର୍ବରୁ ଭାରତ ସରକାର ସ୍ଥିତି ଦେଖି ଏକ ସ୍ବତନ୍ତ୍ର ଇ-ଭିସା କାଟାଗୋରୀ ଘୋଷଣା କରିଛନ୍ତି । ଏହା ଦ୍ବାରା ଆଫଗାନ ନାଗରିକଙ୍କ ଭିସା ଆବେଦନ ଅଗ୍ରାଧିକାର ଭିତ୍ତିରେ ଦେଖାଯିବ । ଅନ୍ୟପଟେ ତାଲିବାନ ପଞ୍ଝାରୁ ପ୍ରବାସୀ ଭାରତୀୟଙ୍କ ସମେତ ଆଫଗାନ ନାଗରିକଙ୍କୁ ଉଦ୍ଧାର ପ୍ରକ୍ରିୟା ଜାରି ରହିଛି । ତେବେ ଭାରତ ନିଜ ଦୂତାବାସ କାବୁଲରେ ବନ୍ଦ କରିଦେଇଥିବା ବେଳେ ନିଜ ଅଧିକାରୀ କର୍ମଚାରୀଙ୍କୁ ଫେରାଇ ଆଣିଛି । ଏହାସହ ସେଠାରେ ଥିବା ପ୍ରବାସୀ ଭାରତୀୟ ଓ ଆଫଗନ ଛାଡିବାକୁ ଚାହୁଁଥିବା ନାଗରିକଙ୍କୁ ନୂଆଦିଲ୍ଲୀ ଅଣାଯାଉଛି । ତେବେ ଭାରତ ଆସିବାକୁ ଚାହୁଁଥିବା କିମ୍ବା ଭାରତରେ ଶରଣ ନେବାକୁ ଚାହୁଁଥିବା ଆଫଗାନିସ୍ତାନୀଙ୍କୁ ଏବେ ଇ-ଭିସା ଜରୁରୀ କରିଛନ୍ତି କେନ୍ଦ୍ର ସରକାର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 25, 2021, 3:56 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.