ETV Bharat / bharat

JEE Main 2022: ଆଜିଠୁ ଆରମ୍ଭ ହେଉଛି ଜେଇଇ ମେନ୍‌ ପରୀକ୍ଷା

author img

By

Published : Jun 23, 2022, 12:06 PM IST

ଇଞ୍ଜିନିୟରିଂ ପାଠ୍ୟକ୍ରମରେ ୨୦୨୨ ଶିକ୍ଷାବର୍ଷ ପାଇଁ ଜେଇଇ ମେନ ପରୀକ୍ଷା ଜୁନ୍‌ 23ରୁ ଆରମ୍ଭ ହେଉଛି । ଏହି ପରୀକ୍ଷା ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ । ଅଧିକ ପଢନ୍ତୁ

JEE Main 2022: ଆଜିଠୁ ଦେଶରେ ଜେଇଇ ମେନ
JEE Main 2022: ଆଜିଠୁ ଦେଶରେ ଜେଇଇ ମେନ

ନୂଆଦିଲ୍ଲୀ: ଇଞ୍ଜିନିୟରିଂ ପାଠ୍ୟକ୍ରମରେ ୨୦୨୨ ଶିକ୍ଷାବର୍ଷ ପାଇଁ ଆଜିଠୁ ଜେଇଇ ମେନ(JEE Main) ପରୀକ୍ଷା ଆରମ୍ଭ ହୋଇଛି । ଏନେଇ ନ୍ୟାସନାଲ ଟେଷ୍ଟିଙ୍ଗ ଏଜେନ୍ସି (NTA) ପକ୍ଷରୁ ନିର୍ଦ୍ଦେଶନାମା ଜାରିକରାଯାଇଛି । ଏହି ପରୀକ୍ଷା ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ । ଦେଶରେ ସମୁଦାୟ ୫୦୧ଟି ଏବଂ ବିଦେଶରେ ୨୨ଟି ପରୀକ୍ଷା କେନ୍ଦ୍ର ରହିଥିବାବେଳେ, ଓଡିଶାରେ ୨୪ଟି ସହରରେ ପରୀକ୍ଷା କେନ୍ଦ୍ର କରାଯାଇଛି । ପ୍ରତିଦିନ ଦୁଇଟି ପର୍ଯ୍ୟାୟରେ ପରୀକ୍ଷା ଅନୁଷ୍ଠିତ ହେବ ।

ପ୍ରଥମ ପର୍ଯ୍ୟାୟ ୯ଟାରୁ ୧୨ଟା ଯାଏଁ ହେବାକୁ ଥିବାବେଳେ ଦ୍ବିତୀୟ ପର୍ଯ୍ୟାୟ ଅପରାହ୍ନ ୩ଟାରୁ ୬ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଶିକ୍ଷା ବିଶେଷଜ୍ଞ ଦେବ ଶର୍ମା କହିଛନ୍ତି, "ବିଜ୍ଞପ୍ତି ଅନୁଯାୟୀ ପରୀକ୍ଷା ସମୟରେ ଯଦି ଜଣେ ଛାତ୍ରଙ୍କ କମ୍ପ୍ୟୁଟର ଏବଂ ଆନୁଷଙ୍ଗିକ ଯନ୍ତ୍ରପାତି ଠିକ୍ ଭାବରେ କାମ ନକରେ କିମ୍ବା ବନ୍ଦ ହୋଇଯାଏ, ତେବେ ସେମାନଙ୍କୁ ଭୟଭୀତ କରିବାର ଆବଶ୍ୟକତା ନାହିଁ । ତାଙ୍କୁ ତୁରନ୍ତ ପରୀକ୍ଷା କେନ୍ଦ୍ରରେ ଉପସ୍ଥିତ ଥିବା ଇନଭିଜିଲେଟରଙ୍କୁ ଜଣାଇବାକୁ ପଡିବ । ତାଙ୍କ କମ୍ପ୍ୟୁଟର ଟର୍ମିନାଲ୍ କିମ୍ବା ଯନ୍ତ୍ରପାତି ବଦଳାଯିବ । ଏଥିସହ, ଏହି ପ୍ରକ୍ରିୟାରେ ସମୟ ନଷ୍ଟ ହେବା ବଦଳରେ ତାଙ୍କୁ ଅତିରିକ୍ତ ସମୟ ଦିଆଯିବ ।"

ଇଂରାଜୀ, ହିନ୍ଦୀ ଏବଂ ଉର୍ଦ୍ଦୁ ବ୍ୟତୀତ ଏହି ପରୀକ୍ଷା ଅନ୍ୟ ଆଞ୍ଚଳିକ ଭାଷାରେ ମଧ୍ୟ କରାଯିବ । ଯଦି ଏହି ଭାଷାରେ କୌଣସି ପ୍ରଶ୍ନ ଉପରେ ସନ୍ଦେହ ହେଲେ ଛାତ୍ରମାନେ ତୁରନ୍ତ ଭାଷା ବଦଳାଇ ଇଂରାଜୀ ସଂସ୍କରଣ ଅନୁସରଣ କରିପାରିବେ । NTA ଦ୍ବାରା ଜାରି କରାଯାଇଥିବା ନିର୍ଦ୍ଦେଶ ଅନୁଯାୟୀ, ପରୀକ୍ଷା କେନ୍ଦ୍ର ଭିତରକୁ ପ୍ରବେଶ କରିବା ସମୟରେ ଆର୍ଡମିଟ କାର୍ଡ ସହ ଏକ ପରିଚୟ ପତ୍ର ସାଙ୍ଗରେ ନେବା ବାଧ୍ୟତାମୂଳକ । ରୋଗ ଦ୍ବାରା ପୀଡିତ ଛାତ୍ରଛାତ୍ରୀ ପରୀକ୍ଷା କେନ୍ଦ୍ରକୁ ଓୌଷଧ ନେଇ ଯାଇପାରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.