ETV Bharat / bharat

Mission Aditya-L1: ସେପ୍ଟେମ୍ବରରେ ଲଞ୍ଚ ହେବ ମିଶନ ସୂର୍ଯ୍ୟ ‘ଆଦିତ୍ୟ ଏଲ-1’ ! - ମିଶନ ଆଦିତ୍ୟ ଏଲ 1

ଚନ୍ଦ୍ର ଅଭିଯାନ ସଫଳ ହେବା ପରେ ଇସ୍ରୋ ମିଶନରେ ଏବେ ସୂର୍ଯ୍ୟ । ସେପ୍ଟେମ୍ବର ପ୍ରଥମ ଭାଗରେ ଲଞ୍ଚ ହେବ ସୂର୍ଯ୍ୟ ମିଶନ ‘ଆଦିତ୍ୟ ଏଲ-1’ । ସୂଚନା ଦେଲେ ଇସ୍ରୋ ମୁଖ୍ୟ । ଅଧିକ ପଢନ୍ତୁ

Mission Aditya-L1: ଆସନ୍ତାମାସରେ ଲଞ୍ଚ ହେବ ସୂର୍ଯ୍ୟ ମିଶନ ଆଦିତ୍ୟ ଏଲ-1 !

author img

By ETV Bharat Odisha Team

Published : Aug 23, 2023, 10:48 PM IST

ବେଙ୍ଗାଲୁରୁ: ବହୁପ୍ରତୀକ୍ଷିତ ଚନ୍ଦ୍ର ଅଭିଯାନ ‘ଚନ୍ଦ୍ରଯାନ-3’ର ସଫଳ ଲ୍ୟାଣ୍ଡିଂର ମାତ୍ର କେଇ ଘଣ୍ଟା ମଧ୍ୟରେ ସୂର୍ଯ୍ୟ ମିଶନ ଆଦିତ୍ୟ ଏଲ-1ର ଲଞ୍ଚ କରାଯିବା ନେଇ ସମ୍ଭାବିତ ସମୟ ଘୋଷଣା କରିଛି ଇସ୍ରୋ । ସୂର୍ଯ୍ୟ ଅଧ୍ୟୟନ ପାଇଁ ଆରମ୍ଭ ହୋଇଥିବା ପ୍ରସ୍ତାବିତ ଆସନ୍ତାମାସ (ସେପ୍ଟେମ୍ବର) ପ୍ରଥମ ସପ୍ତାହରେ ଲଞ୍ଚ ହୋଇପାରେ । ସମ୍ଭବତଃ ଏହା ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଲଞ୍ଚ ହୋଇପାରେ ବୋଲି ସୂଚନା ଦେଇଛନ୍ତି ଇସ୍ରୋ ମୁଖ୍ୟ ଏସ.ସୋମନାଥ ।

ସୌରମଣ୍ଡଳର ସର୍ବାଧିକ ଉତପ୍ତ ନକ୍ଷେତ୍ର ‘ସୂର୍ଯ୍ୟ’କୁ ଅଧ୍ୟୟନ କରିବା ପାଇଁ ଏକ ମିଶନ ଆଦିତ୍ୟ L-1 ର ଲଞ୍ଚ ବିଷୟରେ ସୂଚନା ଦେଇ ISRO ମୁଖ୍ୟ ସୋମନାଥ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି କହିଛନ୍ତି, ଯେ ଯଦି ସବୁକିଛି ଯୋଜନା ଅନୁଯାୟୀ ଶେଷ ହୁଏ, ତେବେ ସମ୍ଭବତଃ ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଏହି ମିଶନ ଆରମ୍ଭ ହେବ । ସୂର୍ଯ୍ୟ ଅଧ୍ୟୟନ ପାଇଁ ଆଦିତ୍ୟ L-1 ର ମିଶନର ପ୍ରକ୍ରିୟା ସବୁକିଛି ଯୋଜନା ଅନୁଯାୟୀ ଚାଲିଛି । ଏହି ଉତକ୍ଷେପଣ ହେବା ପରେ ଏକ ଆଲେପଟିକାଲ୍ କକ୍ଷପଥକୁ ଯିବ । ପରେ ସେଠାରୁ ଏହା ସୂର୍ଯ୍ୟର L-1 ପଏଣ୍ଟକୁ ଯାତ୍ରା କରିବ । ଏହି ଯାତ୍ରା ପ୍ରାୟ 120 ଦିନ ଲାଗିବା ନେଇ ଏସ ସୋମନାଥ କହିଛନ୍ତି । ଏହା L-1 ପଏଣ୍ଟ ସୂର୍ଯ୍ୟକୁ ଅନୁଧ୍ୟାନ କରି ଇସ୍ରୋକୁ ତଥ୍ୟ ଦେବ ।

ଏହା ମଧ୍ୟ ପଢନ୍ତୁ:-Chandrayaan-3: ବିଶ୍ୱ ଦେଖିଲା ଇସ୍ରୋର ଦମ, ଜହ୍ନ ରାଇଜରେ ସଫ୍ଟ ଲ୍ୟାଣ୍ଡିଂ କଲା ଲ୍ୟାଣ୍ଡର

ଆଜି ମହାକାଶ ଗବେଷଣା କ୍ଷେତ୍ରରେ ଭାରତ ଇତିହାସ ସୃଷ୍ଟି କରିଛି । ବହୁପ୍ରତୀକ୍ଷିତ ଚନ୍ଦ୍ରଯାନ-3 ଆଜି ଦୀର୍ଘ 50 ଦିନର ମହାକାଶ ଯାତ୍ରା ଶେଷ କରି ଶେଷରେ ଚନ୍ଦ୍ରପୃଷ୍ଠରେ ସଫଳତାର ଲ୍ୟାଣ୍ଡିଂ କରିଛି । ସଂଧ୍ୟା 5.45 ପ୍ରଥମ ପର୍ଯ୍ୟାୟ ରଫ ବ୍ରେକିଂ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ପୂର୍ବ ନିର୍ଦ୍ଧାରିତ ଭାରତୀୟ ସମୟ ସଂଧ୍ୟା 6 ଟା 4 ମିନିଟରେ ଏହି ଲ୍ୟାଣ୍ଡର ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳତାର ସହ ଅବତରଣ କରିଛି । ଏହି ସମସ୍ତ ପ୍ରକ୍ରିୟା ଇସ୍ରୋର ବେଙ୍ଗାଲୁରୁ ସ୍ଥିତ ମୁଖ୍ୟ ମିଶନ କଣ୍ଟ୍ରୋଲରୁ ନିୟନ୍ତ୍ରିତ କରାଯାଇଥିଲା । ଏହି ଐତିହାସିକ ସଫଳତା ସହ ଭାରତ ମହାକାଶ ଗବେଷଣା କ୍ଷେତ୍ରରେ ଚନ୍ଦ୍ରରେ ଅବତରଣ କରିବାରେ ବିଶ୍ବର 4ର୍ଥ ରାଷ୍ଟ୍ର ଭାବେ ସ୍ଥାନ ପାଇଛି । ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁର ଅବତରଣ କରିବାରେ ପ୍ରଥମ ଦେଶ ହେଉଛି ଭାରତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.