ETV Bharat / bharat

Adhir Ranjan Chowdhury: ଆଇନ୍‌ର ଆଶ୍ରୟ ନେବେ ଅଧୀର ! କହିଲେ ବିରୋଧୀଙ୍କ କଣ୍ଠରୋଧ ପାଇଁ ସୁଚିନ୍ତିତ ଯୋଜନା

author img

By

Published : Aug 12, 2023, 5:17 PM IST

ନିଲମ୍ବନକୁ ବିରୋଧୀଙ୍କ କଣ୍ଠରୋଧ ପାଇଁ ସୁଚିନ୍ତିତ ଯୋଜନା ବୋଲି ‘ଇଟିଭି ଭାରତ’କୁ ସ୍ୱତନ୍ତ୍ର ସାକ୍ଷାତକାରରେ କହିଲେ ଅଧୀର ରଞ୍ଜନ ଚୌଧୁରୀ । ଆଇନର ଆଶ୍ରୟ ନେବାକୁ ଦେଲେ ଇସାରା । ଅନାସ୍ଥା ଆଲୋଚନାର ଶେଷ ଦିନରେ ଗୃହରୁ ହୋଇଛନ୍ତି ନିଲମ୍ବିତ । ଅଧିକ ପଢନ୍ତୁ

Adhir Ranjan Chowdhury suspension: କହିଲେ ବିରୋଧୀଙ୍କ କଣ୍ଠରୋଧ ପାଇଁ ସୁଚିନ୍ତିତ ଯୋଜନା, ଆଇନର ଆଶ୍ରୟ ନେବାକୁ ଦେଲେ ଇସାରା

ନୂଆଦିଲ୍ଲୀ: ଲୋକସଭାରେ ଅନାସ୍ଥା ଆଲୋଚନାର ଶେଷ ଦିନରେ ବିଶୃଙ୍ଖଳିତ ଆଚରଣ ଅଭିଯୋଗରେ ଲୋକସଭାରୁ ନିଲମ୍ବିତ ହୋଇଥିବା କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି । ତାଙ୍କ ବିରୋଧରେ ହୋଇଥିବା ସମସ୍ତ ଅଭିଯୋଗକୁ ସେ ସିଧା ଖଣ୍ଡନ କରିବା ସହ ଏହାକୁ ବିରୋଧୀଙ୍କ କଣ୍ଠରୋଧ କରିବା ପାଇଁ ଏକ ସୁଚନ୍ତିତ ଯୋଜନା ବୋଲି କହିଛନ୍ତି । ତାଙ୍କ ସଂସଦୀୟ ରାଜନୈତିକ ଜୀବନରେ ସେ ପୂର୍ବରୁ ଏପରି କାର୍ଯ୍ୟାନୁଷ୍ଠାନ କେବେ ଦେଖି ନାହାନ୍ତି । ଏହା କେବଳ ବିରୋଧୀଙ୍କ ମୁଁହ ବନ୍ଦ କରିବା ପାଇଁ ଏକ ଯୋଜନା ବୋଲି ଅଧୀର ‘ଇଟିଭି ଭାରତ’କୁ ସ୍ୱତନ୍ତ୍ର ସାକ୍ଷାତକାରରେ କହିଛନ୍ତି ।

ଆଜି ଏହି ସମ୍ପର୍କିତ ପ୍ରସଙ୍ଗରେ ପାର୍ଟି କାର୍ଯ୍ୟାଳୟରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ଅଧୀର କହିଛନ୍ତି, ‘‘ସଂସଦରେ ସେପରି କିଛି ଅସଂସଦୀୟ ଶବ୍ଦ ମୁଁ ବ୍ୟବହାର କରିନାହିଁ । ଏହି କାର୍ଯ୍ୟାନୁଷ୍ଠାନ କେବଳ ବିରୋଧୀଙ୍କ କଣ୍ଠରୋଧ କରିବା ପାଇଁ ଏକ ସୁପରିକଳ୍ପିତ ଯୋଜନା । ଏପରି ପୂର୍ବରୁ କେବେ ମୋର ସଂସଦୀୟ ରାଜନୈତିକ ଜୀବନରେ ଏପରି କାର୍ଯ୍ୟାନୁଷ୍ଠାନର ଅନୁଭବ ମଧ୍ୟ ନଥିଲା । ଯାହା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି, ସେ ନେଇ ମୁଁ ବାଚସ୍ପତିଙ୍କ ବିରୋଧରେ କୌଣସି ପ୍ରତିକ୍ରିୟା ଦେବାକୁ ଚାହୁଁନି । ହେଲେ ଏପରି ସମସ୍ୟା ଯଦି ନ୍ୟାୟଳୟ ମାଧ୍ୟମରେ ସମାଧାନ ହୋଇପାରିବ ବୋଲି ମୋର ଅନୁଭବ ହୁଏ, ତେବେ ମୁଁ ତାହା ମଧ୍ୟ ଗ୍ରହଣ କରିପାରେ ।’’

ଲୋକସଭାରେ ଅନାସ୍ଥା ଆଲୋଚନାର ଶେଷ ଦିବସରେ ବରିଷ୍ଠ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କୁ ମଧ୍ୟ ନିଲମ୍ବିତ କରାଯାଇଥିଲା । ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ ଶେଷ ପରେ ମୌଖିକ ଭୋଟିଂ ମାଧ୍ୟମରେ ଏହି ପ୍ରସ୍ତାବ କାଟ ଖାଇଥିଲା । ଏହା ପରେ ସଂସୀଦୟ ବ୍ଯାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଅଧୀର ରଞ୍ଜନ ଚୌଧୁରୀଙ୍କ ନିଲମ୍ବନ ପ୍ରସ୍ତାବ ଆଗତ କରିଥିଲେ । ବାଚସ୍ପତି ଓମ ବିର୍ଲା ଏହାକୁ ଅନୁମୋଦନ କରିବା ପରେ ଅଧୀର ରଞ୍ଜନ ଚୌଧୁରୀ ମଧ୍ୟ ନିଲମ୍ବିତ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ :-ନିଲମ୍ବନ ପରେ ସୋସିଆଲ ମିଡିଆ ବାୟୋ ବଦଳାଇଲେ ରାଘବ ଚଢା

ଅନ୍ୟପଟେ ଅଧିବେଶନ ଶେଷ କାର୍ଯ୍ୟ ଦିବସରେ ନକଲି ହସ୍ତାକ୍ଷର ମାମଲାରେ ଆମ ଆଦମୀ ପାର୍ଟି ସାଂସଦ ରାଘବ ଚଢାଙ୍କୁ ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଗତକାଲି (ଶୁକ୍ରାବାର) ନିଲମ୍ବନ କରିଛନ୍ତି । ଏହି ନିଲମ୍ବିତ ଆଦେଶ ସହ ଚଢାଙ୍କ ବିରୋଧରେ ସ୍ବାଧୀକାର ଭଙ୍ଗ ପ୍ରସ୍ତାବ ମଧ୍ୟ ଆଗତ ହୋଇଛି । ପ୍ରଥମରୁ ହୋହାଲ୍ଲା ମଧ୍ୟରେ ଗତକାଲି ସଂସଦର ମୌସୁମୀ ଅଧିବେଶନ ଶେଷ ହୋଇଛି । ଆରମ୍ଭରୁ ମଣିପୁର ପ୍ରସଙ୍ଗରେ ହଟ୍ଟଗୋଳ କରିବା ସହ ଏହି ପ୍ରସଙ୍ଗରେ ଅନାସ୍ଥା ମଧ୍ୟ ଆଣିଥିଲେ ବିରୋଧୀ ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.