ETV Bharat / bharat

ବେଙ୍ଗାଲୁରୁ ଏୟାରପୋର୍ଟରେ ଅଟକ ପୂର୍ବତନ ସାମ୍ବାଦିକ ଆକାର ପଟେଲ

ବିଦେଶ ଯାଉଥିବା ବେଳେ ବେଙ୍ଗାଲୁରୁ ଏୟାରପୋର୍ଟରେ ପୂର୍ବତନ ସାମ୍ବାଦିକ ଆକାର ପଟେଲ ଅଟକ । ଅଧିକ ପଢନ୍ତୁ

author img

By

Published : Apr 6, 2022, 10:10 AM IST

Updated : Apr 6, 2022, 10:30 AM IST

ବେଙ୍ଗାଲୁରୁ ଏୟାରପୋର୍ଟରେ ଅଟକିଲେ ପୂର୍ବତନ ସାମ୍ବାଦିକ ଆକାର ପଟେଲ

ନୂଆଦିଲ୍ଲୀ: ପୂର୍ବତନ ସାମ୍ବାଦିକ ତଥା ମାନବାଧିକାର କାର୍ଯ୍ୟକର୍ତ୍ତା ଆକାର ପଟେଲ ବିଦେଶ ଯାଉଥିବା ବେଳେ ବେଙ୍ଗାଲୁରୁ ବିମାନ ବନ୍ଦରରେ ଅଟକ ରହିଛନ୍ତି । ଏହାକୁ ନେଇ ପଟେଲ୍ ଟ୍ବିଟ୍ କରିଛନ୍ତି, ବେଙ୍ଗାଲୁରୁ ଏୟାରପୋର୍ଟ ଠାରେ ମୋତେ ରୋକା ଯାଇଛି । ଆମେରିକା ଯାତ୍ରା ପାଇଁ ମୋତେ କୋର୍ଟରୁ ବିଶେଷ ରୂପେ ଅନୁମତି ମିଳିଥିଲା । ହେଲେ ସିବିଆଇ ଅଧିକାରୀ କହୁଛନ୍ତି ଯେ, ‘ମୁଁ ଲୁକଆଉଟ ସର୍କୁଲାରରେ ଅଛି ’। କାରଣ ମୋଦି ସରକାର ଆମ୍‌ନେଷ୍ଟି ଇଣ୍ଟରନ୍ୟାସନାଲ୍‌ ଇଣ୍ଡିଆ( Amnesty International India) ବିରୁଦ୍ଧରେ ମାମଲା ରୁଜୁ କରିଛନ୍ତି ।

  • stopped from leaving india at Bangalore airport. am on the exit control list. Got passport back through court order specifically for this trip to the US

    — Aakar Patel (@Aakar__Patel) April 6, 2022 " class="align-text-top noRightClick twitterSection" data=" ">

ଏହାପୂର୍ବରୁ ଭାରତୀୟଙ୍କୁ ଆମେରିକୀୟ ବିରୋଧର ଅନୁକରଣ କରିବା ପାଇଁ ଉସକାଇବା ଘଟଣାରେ ଆମ୍‌ନେଷ୍ଟି ଇଣ୍ଡିଆର ପୂର୍ବତନ ମୁଖ୍ୟ ଆକାର ପଟେଲଙ୍କ ବିରୁଦ୍ଧରେ ଏତଲା ଦାୟର ହୋଇଥିଲା । ଭାରତୀୟ ଦଣ୍ଡବିଧାନର ଧାରା ୧୧୭(ଜନତା ବା ୧୦ରୁ ଅଧିକ ଲୋକଙ୍କୁ କୌଣସି ଅପରାଧି ପାଇଁ ଉସକାଇବା), ଧାରା ୧୫୩( ଜାଣିଶୁଣି ଦଙ୍ଗାକୁ ପ୍ରୋତ୍ସାହିତ କରିବା) ଏବଂ ଧାରା ୫୦୫-୧ ବି ଅଧିନରେ ଏଫଆଇଆର ଦାୟର ହୋଇଥିଲା ।

୨୦୨୦ ଜୁନ ୨ ତାରିଖରେ ରୁଜୁ ମାମଲା ଅନୁଯାୟୀ, ଜର୍ଜ ଫ୍ଲୋଇଡ(George Floyd)ଙ୍କ ମୃତ୍ୟୁରେ ଆମେରିକା ଭଳି ଭାରତରେ ବିରୋଧ ପ୍ରଦର୍ଶନ କରାଯିବାର ଆବଶ୍ୟକତା ରହିଛି ବୋଲି ଆକାର ପଟେଲ ଟ୍ବିଟ୍ କରିଥିଲେ । ଏନେଇ ଥାନାରେ ଏତଲା ଦାୟର ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 6, 2022, 10:30 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.