ETV Bharat / bharat

ରୋଜଗାର ଦେଲେନି ରାଜ୍ୟ ସରକାର, ସୁରଟ ଫେରିଗଲେ 1300 ପ୍ରବାସୀ ଶ୍ରମିକ

author img

By

Published : Nov 27, 2020, 10:29 PM IST

ଲକଡାଉନ ସମୟରେ ଓଡିଶା ଆସିଥିବା 1300 ପ୍ରବାସୀ ଶ୍ରମିକ ପୁଣି ସୁରଟ ଫେରିଯାଇଥିବା ଜଣାପଡିଛି । ଅଧିକ ପଢନ୍ତୁ...

ରୋଜଗାର ଦେଲେନାହିଁ ରାଜ୍ୟ ସରକାର, ସୁରଟ ଫେରିଗଲେ 1300 ପ୍ରବାସୀ ଶ୍ରମିକ

ସୁରଟ: ମହାମାରୀ କୋରୋନା ଯୋଗୁଁ ଲକଡାଉନ ଘୋଷଣା କରିଥିଲେ ସରକାର । ବନ୍ଦ ହୋଇଯାଇଥିଲା ରାସ୍ତା ଘାଟ ଠୁ ଆରମ୍ଭ କରି ଦୋକାନ ବଜାର ଓ କଳକାରଖାନା । କୌଣସି ଉପାୟ ନପାଇ ଘର ମୁହାଁ ହୋଇଥିଲେ ସୁରଟରେ ଯାଇ କାମ କରୁଥିବା ଓଡିଶାର ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକ ।

ଭୋକ ବିକଳରେ କିଏ ଟ୍ରେନରେ ତ କିଏ ଚାଲି ଚାଲି ଘରକୁ ପଳାଇ ଆସିଥିଲା । ଆଶା ଥିଲା ଓଡିଶା ଆସିଲେ ରାଜ୍ୟ ସରକାର ଯୋଗାଇ ଦେବେ କାମ ହେଲେ ନିଜ ରାଜ୍ୟର ସରକାରଙ୍କ ଅଣଦେଖା ଯୋଗୁଁ ଏବେ ଏହି ଶ୍ରମିକମାନେ ପୁଣି ବାହୁଡିଯାଉଛନ୍ତି ଅନ୍ୟରାଜ୍ୟକୁ । ଏହି କ୍ରମରେ ଓଡିଶାର ଲକଡାଉନ ପୂର୍ବରୁ ସୁରଟରେ କାମ କରୁଥିବା ଶ୍ରମିକଙ୍କୁ ପୁଣି ଫେରାଇ ନେବାକୁ ବ୍ରହ୍ମପୁର ଆସିଥିଲା ଏକ ଶ୍ରମିକ ସ୍ପେଶାଲ ଟ୍ରେନ । ତେବେ ଏଥିରେ 1300 ପ୍ରବାସୀ ଶ୍ରମିକ ପୁଣି ସୁରଟ ଫେରିଯାଇଥିବା ଜଣାପଡିଛି ।

ଲାଇଭଲିହୁଡ୍ ବ୍ୟୁରୋ ନାମକ ଏକ ସଂସ୍ଥା ଦ୍ବାରା ଏକ ମାଗଣା ଟ୍ରେନ ବ୍ୟବସ୍ଥା କରାଯାଇଥିଲା । ଗରିବ ଶ୍ରମିକମାନେ କିପରି ନିଜ ଜୀବୀକା ନିର୍ବାହ କରିପାରିବେ, ଏନେଇ ଏମାନଙ୍କୁ ସୁରଟ ଫେରାଇ ଅଣାଯାଇଛି ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.