ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ପକ୍ଷରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ବିମାନର ବିଜନେସ କ୍ଲାସରେ ଥିବା ମହିଳା ଯାତ୍ରୀଙ୍କ ଉପରେ ପରିସ୍ରା କରିଦେଲେ ପୁରୁଷ ଯାତ୍ରୀ(Male Passenger Urinated on a Female Co-Passenger in Air India's Business Class) । ଥାନାରେ ରୁଜୁ ହେଲା ମାମଲା । ନ୍ୟୁୟର୍କରୁ ଦିଲ୍ଲୀ ଉଡାଣ ବେଳେ ପୁରୁଷ ଯାତ୍ରୀ ଜଣକ ଏଭଳି କାଣ୍ଡ ଘଟାଇଥିବା ସୂଚନା ମିଳିଛି ।
-
An inebriated male passenger urinated on a female co-passenger in Air India's business class on Nov 26, 2022
— ANI (@ANI) January 4, 2023 " class="align-text-top noRightClick twitterSection" data="
Air India has lodged a police complaint regarding the incident which took place on Nov 26 when the flight was on its way from JFK (US) to Delhi: Air India official to ANI pic.twitter.com/XE55X6ao0b
">An inebriated male passenger urinated on a female co-passenger in Air India's business class on Nov 26, 2022
— ANI (@ANI) January 4, 2023
Air India has lodged a police complaint regarding the incident which took place on Nov 26 when the flight was on its way from JFK (US) to Delhi: Air India official to ANI pic.twitter.com/XE55X6ao0bAn inebriated male passenger urinated on a female co-passenger in Air India's business class on Nov 26, 2022
— ANI (@ANI) January 4, 2023
Air India has lodged a police complaint regarding the incident which took place on Nov 26 when the flight was on its way from JFK (US) to Delhi: Air India official to ANI pic.twitter.com/XE55X6ao0b
ସୂଚନାଅନୁସାରେ, ଗତ ଡିସେମ୍ବର ୨୬ ତାରିଖରେ ଏୟାର ଇଣ୍ଡିଆର ବିମାନ AI-102 ନ୍ୟୁୟର୍କରୁ ଦିଲ୍ଲୀ ଯାଉଥିବା ବେଳେ ବିମାନର ବିଜନେସ କ୍ଲାସରେ ଥିବା ମହିଳା ଯାତ୍ରୀ ଜଣକ ପୁରୁଷ ଯାତ୍ରୀଙ୍କ ଉପରେ ପରିସ୍ରା କରିଦେଇଥିବା ନେଇ ଅଭିଯୋଗ ହୋଇଛି । ଏନେଇ ଏୟାର ଇଣ୍ଡିଆ ପକ୍ଷରୁ ଥାନାରେ ଏକ ମାମଲା ମଧ୍ୟ ଦିଆଯାଇଛି । ଏହାସହ ଉକ୍ତ ଯାତ୍ରୀଙ୍କୁ ନୋ ଫ୍ଲାଇ ଲିଷ୍ଟରେ ଅନ୍ତର୍ଭୁକ୍ତ କରିବା ପାଇଁ ଆଭ୍ୟନ୍ତରୀଣ କମିଟି ପକ୍ଷରୁ ସୁପାରିସ କରାଯାଇଛି । ଏହି ଘଟଣାକୁ ନେଇ ମହିଳା ଯାତ୍ରୀ ଜଣକ ଟାଟା ଗ୍ରୁପର ଚେୟାରମ୍ୟାନ ଏନ ଚନ୍ଦ୍ରଶେଖରନଙ୍କୁ ଏକ ଚିଠି ଲେଖିଛନ୍ତି । ଏହି ଘଟଣା ପରେ କ୍ରୁ ସଦସ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ନେଇ ଏୟାର ଇଣ୍ଡିଆ ବିରୋଧରେ ଚିଠିରେ ଉଲ୍ଲେଖ କରିଛନ୍ତି ଉକ୍ତ ମହିଳା ଯାତ୍ରୀ ।
ଏହା ମଧ୍ୟ ପଢନ୍ତୁ: Annual Bird census: ଚିଲିକାରେ ପକ୍ଷୀ ଗଣନା ଆରମ୍ଭ, ୨୧ଟି ଟିମ ନିୟୋଜିତ
ମହିଳା ଯାତ୍ରୀ ଜଣକ ଚିଠିରେ ଲେଖିଛନ୍ତି ," ଏଭଳି ସମ୍ବେଦନଶୀଳ ଘଟଣା ବେଳେ କ୍ରୁ ସଦସ୍ୟ ଉପସ୍ଥିତ ନଥିଲେ । ସେମାନଙ୍କ ଠାରୁ ଉତ୍ତର ପାଇବା ପାଇଁ ମୋତେ ଅଧିକ ସମୟ ଅପେକ୍ଷା କରିବାକୁ ପଡିଲା । ମୋତେ ନିଜେ ଓକିଲାତି କରିବାକୁ ପଡିଲା । ଏୟାର ଇଣ୍ଡିଆ ପକ୍ଷରୁ ମୋତେ କୌଣସି ସାହାଯ୍ୟ କରିଲେ ନାହିଁ । ଏଥିପାଇଁ ମୁଁ ଦୁଃଖିତ । "
ଯାତ୍ରୀ ଜଣକ ଆହୁରି ମଧ୍ୟ କହିଛନ୍ତି ଯେ," ମଧ୍ୟାହ୍ନ ଭୋଜନ ପରେ ବିମାନରେ ଲାଇଟ ବନ୍ଦ କରାଯାଇଥିଲା । ଏହି ସମୟରେ ଜଣେ ନିଶାସକ୍ତ ଯାତ୍ରୀ ଅଶୋଭନୀୟ ଆଚରଣ କରିବା ସହ ପରିସ୍ରା କରିଥିଲେ । ଏହାପରେ ମଧ୍ୟ ଉକ୍ତ ଯାତ୍ରୀଜଣକ ମୋ ପାଖରେ ଛିଡା ହୋଇଥିଲେ । ଏହା ପରେ ମୋର ଜଣେ ସହଯୋଗୀ ଯାତ୍ରୀ ପ୍ରଶ୍ନ କରିବାରୁ ଯାତ୍ରୀ ଜଣକ ମୋ ପାଖରୁ ଯାଇଥିଲେ । ପରିସ୍ରା କରିବା ଫଳରେ ମୋର ଡ୍ରେସ, ବ୍ୟାଗ, ଚପଲ ସବୁ ଓଦା ହୋଇଯାଇଥିଲା । ଘଟଣା ଘଟିବାର କିଛି ସମୟ ପରେ କ୍ରୁ ସଦସ୍ୟ ଆସି ମୋତେ ଏକ ଡ୍ରେସ ଦେଇଥିଲେ । ଏହି ଶୌଚାଳୟରୁ ବଦଳାଇ ଆସିବା ପାଇଁ ୨୦ ମିନିଟ ଲାଗିଥିଲେ ମଧ୍ୟ ସେମାନେ ମୋର ସିଟକୁ ଠିକ କରିନଥିଲେ । ମୁଁ କ୍ରୁ ସଦସ୍ୟଙ୍କ ସିଟରେ ବସିବା ପାଇଁ ବାଧ୍ୟ ହୋଇଥିଲି । ଏହାର ଏକ ଘଣ୍ଟା ପରେ ମୋତେ ମୋ ସିଟରେ ବସିବା ପାଇଁ କହିଥିଲେ । "
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ