ETV Bharat / bharat

Missile Attack: ଇସ୍ରାଏଲରେ ଗୁରୁତର ଭାରତୀୟ ନର୍ସ, ସ୍ବାମୀଙ୍କ ସହ ବାର୍ତ୍ତାଳାପ ବେଳେ ହେଲେ ଆକ୍ରମଣର ଶିକାର

author img

By ETV Bharat Odisha Team

Published : Oct 9, 2023, 8:24 PM IST

ଇସ୍ରାଏଲରେ ମିସାଇଲ ମାଡରେ ଗୁରୁତର ଭାରତୀୟ ନର୍ସ । ସ୍ବାମୀଙ୍କ ସହ ଭିଡିଓ କଲ୍‌ରେ କଥା ହେଉଥିବା ବେଳେ ହଠାତ ହୋଇଥିଲେ ଆକ୍ରମଣର ଶିକାର । ଅଧିକ ପଢନ୍ତୁ

Malayali woman nurse injure
Malayali woman nurse injure

ଥିରୁଅନନ୍ତପୁରମ: ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ଜାରି ରହିଛି ସଂଘର୍ଷ । ଉଭୟ ପଟରୁ ବୋମା, ମିସାଇଲ ମାଡ଼ ହେଉଛି । ଏହାରି ମଧ୍ୟରେ ନିରୀହ ଲୋକ ନିଜ ଜୀବନ ବଞ୍ଚାଇ ଘରେ ପଡ଼ି ରହିଛନ୍ତି । ତେବେ ଇସ୍ରାଏଲରେ କାର୍ଯ୍ୟରତ ଜଣେ ଭାରତୀୟ ନର୍ସଙ୍କ ପାଲେଷ୍ଟାଇନ ଆତଙ୍କୀ ଗୋଷ୍ଠୀ ହମାସ ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ଚିକିତ୍ସା ଜାରି ରହିଛି ।

ଏହି ଭାରତୀୟ ନର୍ସ ଜଣକ କେରଳର ଅଧିବାସୀ ଶୀଜା ଅନନ୍ଦ (୪୧) ବୋଲି ଜଣାପଡ଼ିଛି । ସେ ଗତ ୭ ବର୍ଷ ଧରି ଇସ୍ରାଏଲରେ ରହି ଆସୁଛନ୍ତି । ସେ ସ୍ବାମୀଙ୍କ ସହ ଭିଡିଓ କଲ୍‌ରେ କଥା ହେଉଥିବା ବେଳେ ସେ ଆକ୍ରମଣର ଶିକାର ହୋଇଥିଲେ । ସ୍ବାମୀଙ୍କ ସହ କଥା ହେଉଥିବା ବେଳେ ଏକ ଭୟଙ୍କର ଶବ୍ଦ ସହିତ ମୋବାଇଲ ବନ୍ଦ ହୋଇଯାଇଥିଲା । ଗଣମାଧ୍ୟମକୁ ଶୀଜାଙ୍କ ଭଉଣୀ ପ୍ରତିକ୍ରିୟା ଦେଇ କହିଛନ୍ତି, "ବାର୍ତ୍ତାଳାପ ମଝିରେ କଲ କଟି ଯାଇଥିଲା । ଏହାପରେ ଆମେ ଘଣ୍ଟା ଘଣ୍ଟା ଧରି ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ସୁଦ୍ଧା ସଫଳ ହୋଇନଥିଲୁ । ଏହାପରେ ରାତିରେ ଆମକୁ ଖବର ମିଳିଥିଲା ଯେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । "

ଏହା ବି ପଢନ୍ତୁ- Watch: ଇସ୍ରାଏଲ ଏୟାର ଷ୍ଟ୍ରାଇକରେ ଥରିଲା ଗାଜା ଷ୍ଟ୍ରିପ, ଦେଖନ୍ତୁ ଦୃଶ୍ୟ

ରବିବାର ଅପରାହ୍ନରେ ଶୀଜା ହସ୍ପିଟାଲରୁ ବେଡରୁ ଭାରତରେ ଥିବା ନିଜ ପରିବାର ସହିତ କଥା ହୋଇଛନ୍ତି । ସେ ଏବେ ସୁରକ୍ଷିତ ଥିବା ନିଜ ମାଆଙ୍କୁ କହିଛନ୍ତି । ଶୀଜାଙ୍କୁ ଗଭୀର ଆଘାତ ଲାଗିଥିବା ବେଳେ ତାଙ୍କର ଅସ୍ତ୍ରୋପଚାର ଲାଗି ସେ ଅନ୍ୟ ଏକ ହସ୍ପିଟାଲକୁ ସ୍ଥାନାନ୍ତରିତ ହୋଇଛନ୍ତି । ଶୀଜାଙ୍କ ହାତଗୋଡ଼ ସହିତ ତାଙ୍କ ମେରୁଦଣ୍ଡରେ ମଧ୍ୟ ଆଘାତ ଲାଗିଥିବା ଜଣାପଡ଼ିଛି । ସେପଟେ ମହିଳାଙ୍କ ସ୍ବାମୀ ଓ ୨ ସନ୍ତାନ ଭାରତରେ ଅଛନ୍ତି । ତାଙ୍କ ସ୍ବାମୀ ପୁଣେରେ ଚାକିରି କରୁଥିବା ଜଣାପଡ଼ିଛି ।

ଏହା ବି ପଢନ୍ତୁ- Hamas Supernova manslaughter: ମ୍ୟୁଜିକ ଫେଷ୍ଟରେ ଆକ୍ରମଣ, ଆଖି ବୁଜିଲେ 260 ଇସ୍ରାଏଲୀ

ଇସ୍ରାଏଲର ବେଥଲେହେମ ହୋଟେଲରେ କେରଳରୁ ୨୦୦ ଜଣ ଫସି ରହିଛନ୍ତି । ତେବେ ସେମାନେ ସୁରକ୍ଷିତ ଥିବା ଜଣାପଡ଼ିଛି । ଏହି ଗ୍ରୁପ ଆଜି (ସୋମବାର) ଇସ୍ରାଏଲରୁ ଇଜିପ୍ଟକୁ ଯାତ୍ରା କରିବାର ଯୋଜନା ଥିଲା । ହେଲେ ଶନିବାରଠାରୁ ପାଲେଷ୍ଟାଇନ ଇସ୍ରାଏଲ ଉପରେ ଆକ୍ରମଣ କରିବା ପରେ ଏମାନେ ସେଠାରେ ଫସି ରହିଛନ୍ତି । ସେପଟେ ପାଲେଷ୍ଟାଇନର ଏକ ହୋଟେଲରେ କୋଚିର ୪୫ ଜଣ ମଧ୍ୟ ଫସି ରହିଛନ୍ତି । ଇସ୍ରାଏଲରେ ଥିବା ଭାରତୀୟ ରାଷ୍ଟ୍ରଦୂତଙ୍କ ସହ କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ କଥା ହୋଇଥିବା ଜଣାପଡ଼ିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.