ETV Bharat / bharat

ବିନା ସର୍ଫ ପାଣିରେ ସଫା ହେବ କପଡା, ଲାଗୁଛି ମାତ୍ର ୮୦ ସେକେଣ୍ଡ !

author img

By

Published : Jul 29, 2022, 9:38 PM IST

ଆପଣ ବିନା ପାଣି ଓ ସର୍ଫରେ କେବେ କପଡ଼ା ସଫା କରିବା ସମ୍ପର୍କରେ ଭାବିଛନ୍ତି ? ଆଜ୍ଞା ହଁ ଏଗୁଡ଼ିକ ବିନା ମଧ୍ୟ ମାତ୍ର ୮୦ ସେକେଣ୍ଡରେ ସଫା ହୋଇପାରିବ ଆପଣଙ୍କ ମଇଳା କପଡ଼ା । ଅଧିକ ପଢନ୍ତୁ

ବିନା ସର୍ଫ ପାଣିରେ ସଫା ହେବ କପଡା, ଲାଗୁଛି ମାତ୍ର ୮୦ ସେକେଣ୍ଡ !
ବିନା ସର୍ଫ ପାଣିରେ ସଫା ହେବ କପଡା, ଲାଗୁଛି ମାତ୍ର ୮୦ ସେକେଣ୍ଡ !

ହାଇଦ୍ରାବାଦ: ବଜାରକୁ ୱାସିଂ ମେସିନ (Washing Machine) ଆସିବା ପରେ ଡ୍ରେସ ସଫା କରିବା ଏକପ୍ରକାର ସହଜ ହୋଇଯାଇଛି । ମାତ୍ର ଏଥିଲାଗି ଅଧିକ ପାଣି ଆବଶ୍ୟକ ହୋଇଥାଏ । ପାଣି ଅଧିକ ହେଲେ ସର୍ଫ ମଧ୍ୟ ଅଧିକ ଆବଶ୍ୟକ ହେବା ସ୍ବାଭାବିକ । ହେଲେ କପଡା ସଫା କରିବା ଲାଗି ଆଉ ରହିବନି ପାଣି କି ଡିଟରଜେଣ୍ଟ ଚିନ୍ତା । ଏଗୁଡ଼ିକ ବିନା ମଧ୍ୟ କପଡ଼ାକୁ ସଫା କରିବାରେ ସକ୍ଷମ ହେଉଛି ଏକ ମେସିନ (Wash clothes without water and Detergent) । ସବୁଠୁ ଖାସ କଥା ହେଉଛି ଏହି ମେସିନ ମାତ୍ର ୮୦ ସେକେଣ୍ଡରେ କପଡ଼ା ସଫା କରିପାରିବ ବୋଲି ଜଣାପଡ଼ିଛି ।

ଅନେକ ପ୍ରକାରର ୱାସିଂ ମେସିନ ବଜାରରେ ଉପଲବ୍ଧ । ମାତ୍ର କେହି ପାଣି କମ ବ୍ୟବହାରର ସମସ୍ୟାକୁ ଦୂରେଇ ପାରିନାହାନ୍ତି । ଫଳରେ ପାଣି ଅଧିକ ଖର୍ଚ୍ଚ ହୁଏ । କପଡ଼ା ସଫା ହେବା ପରେ ଏଗୁଡ଼ିକ ନାଳ ନର୍ଦ୍ଦମାରେ ଜମି ପରିବେଶକୁ ଦୂଷିତ କରୁଛି । ତେବେ ୮୦ ୱାସ (80Wash) ନାମରେ ଏକ କମ୍ପାନୀ ଅତ୍ୟାଧୁନିକ କୌଶଳ ବ୍ୟବହାର କରି ଏହି ମେସିନକୁ ବଜାରରେ ପ୍ରବେଶ କରିଛି । ଯାହାକି ପାଣି ସମସ୍ୟାକୁ ଦୂରେଇ ପାରିବ । ମାତ୍ର ଗୋଟିଏ କପ୍‌ ପାଣିରେ ସଫା ହୋଇପାରିବ ୫ଟି କପଡ଼ା । ଏଥିରେ କୌଣସି ସାବୁନ ବା ସର୍ଫର ଆବଶ୍ୟକ ପଡ଼ିବ ନାହିଁ ।

80Wash କମ୍ପାନୀକୁ ରୁବଲ ଗୁପ୍ତା, ନିତିନ କୁମାର ସାଲୁଜା ଓ ଭରିନ୍ଦର ସିଂ ଆରମ୍ଭ କରିଛନ୍ତି । ଅଯଥା ପାଣି ଅପଚୟ (idea to save water) ସମସ୍ୟାକୁ ଦୂରେଇ ଦେବା ଲାଗି ଓ ପରିବେଶ ପ୍ରଦୂଷଣକୁ ରୋକିବା ଲାଗି ସେମାନେ ଏହି ୱାସିଂ ମେସିନକୁ ତିଆରି କରିଛନ୍ତି । ଏହି ୱାସିଂ ମେସିନ ଷ୍ଟିମ ଟେକ୍ନୋଲୋଜି (Steam technology) ପଦ୍ଧତିକୁ ବ୍ୟବହାର କରି ବ୍ୟାକ୍ଟେରିଆର ବିନାଶ କରି କପଡ଼ାକୁ ସଫା କରୁଛନ୍ତି ।

ତେବେ ଏଥିରେ କେବଳ କପଡ଼ା ନୁହେଁ, PPE କିଟ୍‌ ମଧ୍ୟ ସଫା ହୋଇପାରିବ । ଷ୍ଟିମ ପଦ୍ଧତିକୁ ବ୍ୟବହାର କରି ଏହା ଧୂଳି, ମଇଳା, ରଙ୍ଗକୁ ହଟାଇପାରିବ । ୭ରୁ ୮ କେ.ଜିର ଏହି ମେସିନ ଏକା ବେଳେ ୫ଟି କପଡ଼ା ସଫା କରିପାରିବ । ଯଦି କୌଣସି ଦାଗ ନ ଛାଡ଼େ ତେବେ ଏହାକୁ ଆଉ ଥରେ ସଫା କରାଯାଇପାରିବ । ସେହିପରି ୭୦ରୁ ୮୦ କେ.ଜିର ବଡ ୱାସିିଂ ମେସିନରେ ୫୦ଟି କପଡ଼ା ସଫା କରାଯାଇ ପାରିବା ଏବଂ ଏଥିପାଇଁ ମାତ୍ର ୫ରୁ ୬ ଗ୍ଲାସ ପାଣି ଆବଶ୍ୟକ ହେବ । ଏହି ମେସିନ ଏବେ ପରୀକ୍ଷାମୂଳକ ଭାବେ କିଛି ସ୍ଥାନରେ ଉପଲବ୍ଧ ରହିଛି । ହଷ୍ଟେଲ ଛାତ୍ରଛାତ୍ରୀ ମାସିକ ୨୦୦ ଟଙ୍କା ଦେଇ ଏହି ମେସିନର ବ୍ୟବହାର କରିପାରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.