ETV Bharat / bharat

ବର୍ଷା ଜଳ ସଂରକ୍ଷଣ କରି ସଫଳ ଫୁଲଚାଷୀ ରବି କୁମାର - ରବି କୁମାରଙ୍କ ବର୍ଷାଜଳ ସଂରକ୍ଷଣ

ବିଭିନ୍ନ ସମୟରେ ଚାଷକାର୍ଯ୍ୟ ପାଇଁ ମୁଖ୍ୟତଃ ପାଣି ସମସ୍ୟା ଦେଖାଯାଏ। ବର୍ଷାଜଳ ସଂରକ୍ଷଣ ଦ୍ବାରା ଏହି ସମସ୍ୟାକୁ ଦୁର କରାଯାଇ ପାରିବ। ତେବେ ଏହା ଉପରେ ବିଶେଷ ଚାଷୀ ଧ୍ୟାନ ଦିଅନ୍ତି ନାହିଁ। ବର୍ଷାଜଳ ସଂରକ୍ଷଣ କରି ଜଣେ ସଫଳ ଚାଷୀ ହୋଇ ପାରିଚନ୍ତି ରବି କୁମାର। ଅଧିକ ପଢ଼ନ୍ତୁ...

ବର୍ଷା ଜଳ ସଂରକ୍ଷଣ କରି ସଫଳ ଫୁଲଚାଷୀ ରବି କୁମାର

author img

By

Published : Mar 28, 2021, 5:42 PM IST

ବେଙ୍ଗାଲୁରୁ: ଭଲ ଚାଷ କରିବାକୁ ଚାଷୀଟିଏ କେତେ ଯେ କୌଶଳ ଆପଣାଏ ତାହାର ହିସାବ ନାହିଁ। ଯେମିତି କର୍ଣ୍ଣାଟକ ଏହି ଚାଷୀ ରବି କୁମାର... ଫୁଲଚାଷକୁ ସୁରକ୍ଷିତ ରଖିବାକୁ ରବି 12ଟି ବୋରୱେଲ ଖୋଳିଥିଲେ। ଏଥିପାଇଁ ଖର୍ଚ୍ଚ କରିଥିଲେ ପ୍ରାୟ 40 ଲକ୍ଷ ଟଙ୍କା। କିନ୍ତୁ ସବୁ ବୋରୱେଲ ଖରାପ ହୋଇଗଲା। ଏହାପରେ ବି ସେ ହାର ମାନିନଥିଲେ। ବର୍ଷାଜଳ ସଂରକ୍ଷଣ କରିବାକୁ ପ୍ରାୟ 6 କୋଟି ଲିଟର ପାଣି କ୍ଷମତା ବିଶିଷ୍ଟ ଏକ ପଖୋରୀ ଖୋଳିଥିଲେ।

ବର୍ଷା ଜଳ ସଂରକ୍ଷଣ କରି ସଫଳ ଫୁଲଚାଷୀ ରବି କୁମାର

କର୍ଣ୍ଣାଟକ ଦୋଦ୍ଦାବାଲାପୁରା ଜିଲ୍ଲାର ଦୋଦ୍ଦା ହଜାଜୀ ଗାଁ ଚାଷୀ ରବିକୁମାର 8 ଏକର ଜମିର ପଲି ହାଉସରେ କରିଛନ୍ତି ଗୋଲାପ ଫୁଲ ଚାଷ। ବର୍ତ୍ତମାନ ତାଙ୍କ ଜମିରୁ ଉତ୍ପାଦିତ ଗୋଲାପ ଫୁଲ ବାହାର ଦେଶକୁ ପଠାଯାଉଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଏହାର ଖୁବ ଚାହିଦା ରହିଛି। ଏହି ଫୁଲ ଚାଷରୁ ସେ ବର୍ଷକୁ ଲକ୍ଷଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ଖାଲି ସେତିକି ନୁହେଁ ଏହି ଫୁଲ ଚାଷ ଯୋଗୁଁ ସ୍ଥାନୀୟ ଅଞ୍ଚଳର 150ରୁ ଅଧିକ ଲୋକ ରୋଜଗାର ମଧ୍ୟ ପାଇ ପାରିଛନ୍ତି। ରବିକୁମାରଙ୍କ ପାଖରେ ରହିଛି 20 ଏକର ଚାଷ ଜମି। ସେଥିମଧ୍ୟରୁ 8 ଏକର ଜମିରେ ପଲି ହାଉସ ତିଆରି ହୋଇ ଫୁଲ ଚାଷ କରାଯାଉଛି। ରବିଙ୍କ ପଲି ହାଉସରେ 12 କିସମର ଗୋଲାପ ଫୁଲ ଦେଖିବାକୁ ମିଳେ।

ବର୍ଷା ଦିନେ ପାଣି ନଷ୍ଟ ହୋଇଯାଏ। ଏହା ରବିଙ୍କୁ ଅତ୍ୟନ୍ତ ଦୁଃଖ ଦେଉଥିଲା। ଏଥିପାଇଁ ପୋଖରୀ ନିର୍ମାଣ କରି ପାଣି ବଞ୍ଚାଇବାକୁ ସଂକଳ୍ପ ନେଇଥିଲେ। ପାଣି ବଞ୍ଚାଇବାକୁ ତିଆରି ହେବାକୁ ପୋଖରୀ ପାଇଁ ବଡ଼ ଜମିର ଆବଶ୍ୟକତା ଥିଲା। ସେ ଗୋଟିଏ ପୋଖରୀ ନିର୍ମାଣ କଲି ଯେଉଁଠି 6 କୋଟି ପାଣି ରହି ପାରିବ। ପୂର୍ବରୁ 1400 ଫୁଟ ବୋରୱେଲ ଖୋଳିଥିବା ସତ୍ତ୍ବେ ମୋତେ ପାଣି ମିଳୁନଥିଲା। ବର୍ତ୍ତମାନ ମୋ ଫୁଲ ଚାଷ ପାଇଁ 100 ପ୍ରତିଶତ ବର୍ଷା ଜଳ ମିଳୁଛି।

ବର୍ତ୍ତମାନ ସୁଦ୍ଧା ରବି କୁମାର ନିଜ ଜମିରେ 12ଟି ବୋରୱେଲ ଖୋଳିଛନ୍ତି। ଏଥିପାଇଁ ସେ ଖର୍ଚ୍ଚ କରିଥିଲେ ପ୍ରାୟ 40 ଲକ୍ଷ ଟଙ୍କା। ଫୁଲ ଚାଷକୁ ବଞ୍ଚାଇ ରଖିବା ପାଇଁ ପାଣି ଆବଶ୍ୟକତା ପୂରଣ କରିବାକୁ ସେ ବିକଳ୍ପ କଥା ଚିନ୍ତା କଲେ। ସେତେବେଳେ ବର୍ଷାଜଳ ସଂରକ୍ଷଣ କରିବାକୁ ତାଙ୍କ ମନକୁ ବିଚାର ଆସିଥିଲା। ଦେଢ଼ ମାସର କଠିନ ପରିଶ୍ରମ ପରେ ସେ 32 ଲକ୍ଷ ଟଙ୍କା ବ୍ୟୟରେ ଖୋଳିଲେ 10 ମିଟର ଗଭୀର ଏକ ପୋଖରୀ।

ଜମିରେ ପୋଖରୀ ଖୋଳିବାକୁ ରବି ପ୍ରାୟ ଦେଢ଼ରୁ ଦୁଇ ମାସ ପରିଶ୍ରମ କରିଛନ୍ତି। ଏଥିପାଇଁ ହିଟାଚୀ, 10ଟି ଟ୍ରକ ଓ ଜେସିବି ବ୍ୟବହାର ହୋଇଥିବା ବେଳେ ଖର୍ଚ୍ଚ ହେଲା 32 ଲକ୍ଷ ଟଙ୍କା। 12ଟି ବୋରୱେଲ ଖୋଳିବାକୁ ସେ 35ରୁ 40 ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ। ପ୍ରତ୍ୟେକ ପଲି ହାଉସ ପାଇଁ ପାଣି ବ୍ୟବସ୍ଥା କରାଗଲା। ଏହି ପାଣି ଏହି ଡ୍ରେନେଜ ଦେଇ ପଖୋରୀରେ ଜମା ହେଉଛି।

ପଲି ହାଉସ ଉପରେ ଯେଉଁ ବର୍ଷା ପାଣି ପଡ଼ିବ ତାହା ଏକ ପାଇପ ଯୋଗେ ଡ୍ରେନକୁ ଚାଲିଯିବ। ଡ୍ରେନରୁ ପାଣି ଯାଇ ପଖୋରୀରେ ଏକତ୍ରିତ ହେବ। ଏହି ପୋଖରୀର ଜଳ ଧାରଣ କ୍ଷମତା ହେଉଛି 6 କୋଟି ଲିଟର। ଗୋଟିଏ ଥର ପୋଖରୀରେ ପାଣି ଭର୍ତ୍ତି ହେଲେ ବର୍ଷେ ଯାଏଁ ଚାଷ ପାଇଁ ପାଣି ନିଅଣ୍ଟ ହୁଏନାହିଁ। ରବିକୁମାର ଖୋଳିଥିବା ବୋରୱେଲ ପାଣିରେ ଲୁଣ ଅଂଶ ରହୁଛି, ଯାହା ଚାଷ ପାଇଁ ଉପଯୁକ୍ତ ନୁହେଁ। ସେପଟେ ବର୍ଷାପାଣି ବ୍ୟବହାର କଲେ ଭଲ ଉତ୍ପାଦ ମିଳି ପାରୁଛି। ରବିକୁମାରଙ୍କ ବର୍ଷାଜଳ ସଂରକ୍ଷଣ କୌଶଳ ଉପରେ ଧ୍ୟାନ ଦେଲେ ନିଶ୍ଚିତ ଭାବରେ ପ୍ରତ୍ୟେକ ଚାଷୀ ଲାଭବାନ ହୋଇ ପାରିବେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.