ETV Bharat / bharat

ମଣିଷତ୍ବ ହରାଉଛି ମଣିଷ, ଅକାରଣରେ ନେଉଛି ପଶୁର ଜୀବନ

author img

By

Published : Jan 29, 2023, 7:12 AM IST

ଦିନକୁ ଦିନ ବଢ଼ି ଚାଲିଛି ପଶୁ ନିର୍ଯାତନ । ନିଜର ମଉଜ ପାଇଁ ନିରୀହ କୁକୁର ଜୀବନ ନେଉଛି ମଣିଷ । ଆଧିକ ପଢ଼ନ୍ତୁ ।

ଦିନକୁ ଦିନ ବଢ଼ି ଚାଲିଛି ପଶୁ ନିର୍ଯାତନ
ଦିନକୁ ଦିନ ବଢ଼ି ଚାଲିଛି ପଶୁ ନିର୍ଯାତନ

ଉଡୁପି: ଦିନକୁ ଦିନ ମଣିଷତ୍ବ ହରାଇବାକୁ ଲାଗୁଛି ମଣିଷ । ପଶୁମାନଙ୍କ ଉପରେ କରିବାରେ ଲାଗିଛି ଅକଥନୀୟ ଅତ୍ୟାଚାର । ତେବେ ଏକ ନିରୀହ କୁକୁର ଛୁଆକୁ ହତ୍ୟା କରିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହି ଘଟଣା କର୍ଣ୍ଣାଟକ ଉଡୁପି ଜିଲ୍ଲା କାଟାପାଡି ଶିରଭା ବଣ୍ଟାକାଲର ମାଧଭା ଭାଦିରାଜା ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ କଲେଜ ନିକଟରେ ଘଟିଥିଲା । ​​ଯାହାକୁ ନେଇ ସୋସିଆଲ ମିଡିଆରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ଭାଦିରାଜା କଲେଜର ହୋଟେଲ ୱାର୍ଡେନ ରାଜେଶ ଏବଂ ନାଗରାଜ ଏପରି ଅଭାବନୀୟ କାଣ୍ଡ ଘଟାଇ ଥିବା ପୋଲିସ ସୂଚନା ଦେଇଛି । ସୋସିଆଲ ମିଡିଆରେ ଏହି ଅଭାବନୀୟ କାଣ୍ଡ ଭିଡିଓ ଭାଇରାଲ ହେବାପରେ ଅଭିଯୁକ୍ତଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା। ଶିର୍ଭା ପୋଲିସ ଷ୍ଟେସନରେ ଜଣେ ପଶୁପ୍ରେମୀ ଏହି ମାମଲା ଦାଖଲ କରିଛନ୍ତି ।

ମାଧାରାଜ ଆନିମଲ କେୟାର ଟ୍ରଷ୍ଟର ମୁଖ୍ୟ ବବିତା ମାଧବରାଜ ଶିର୍ଭା କହିଛନ୍ତି, "ହୋଟେଲ ୱାର୍ଡେନ ନାଗରାଜ ଏବଂ ରାଜେଶ କୁକୁରକୁ ଏକ ଅଖା ଭିତରେ ରଖି ବାଡିରେ ପିଟି ହତ୍ୟା କରିଥିଲେ। ତା’ପରେ ସେମାନେ ଏହାକୁ କଲେଜ ଗାଡିରେ ନେଇ ଫିଙ୍ଗି ଦେଇଥିଲେ । ଏହାକୁ ନେଇ ଜଣେ ମଞ୍ଜୁଲା କରକେରା ନାମକ ମହିଳା ଶିରଭା ଥାନାରେ ଅଭିଯୋଗ କରିଥିଲେ ଏବଂ ସେମାନଙ୍କ ବିରୋଧରେ FIR ଦାଖଲ ହୋଇଥିଲା । ତେବେ ଉଭୟ ଅଭିଯୁକ୍ତଙ୍କ ବିରୁଦ୍ଧରେ IPC ଧାରା 428-429 ଏବଂ PCA ଆକ୍ଟ 11 ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି । ଏହା ଏକ ଅମାନବୀୟ ତଥା ନିଷ୍ଠୁର କାର୍ଯ୍ୟ । ଅଭିଯୁକ୍ତକୁ ଦଣ୍ଡ ଦିଆଯିବା ଉଚିତ୍ । ଏହି କୁକୁରର ମୃତ୍ୟୁ ପାଇଁ ନ୍ୟାୟ ପ୍ରଦାନ କରାଯିବା ଉଚିତ ।"

ଅନ୍ୟପଟେ ଇନ୍ଦୋରରେ ମଧ୍ୟରେ ସମାନ ଧରଣର ଘଟଣା ସାମ୍ନାକୁ ଆସିଛି । ଇନ୍ଦୋରର ଲାସୁଡିଆ ଥାନା ଅଞ୍ଚଳରେ 6 ମହଲାରୁ କୁକୁରକୁ ଫିଙ୍ଗି ହତ୍ୟା କରାଯାଇଥିବା ଘଟଣା ସାମ୍ନାକୁ ଆସିଛି । ପୋଲିସ ଘଟଣା ବିଷୟରେ ଜାଣିବା ପରେ ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ଆନିମଲ କ୍ରୁଏଲଟି ଆକ୍ଟରେ ଏକ ମାମଲା ରୁଜୁ କରିବା ସହିତ ତଦନ୍ତ ଆରମ୍ଭ କରିଛି । ସୂଚନା ମୁତାବକ, ରୟାଲ ଅମର ଗ୍ରୀନ ନାମକ ଏକ ବିଲ୍ଡିଂର 6 ମହଲାରୁ କୁକୁରକୁ ଫିଙ୍ଗି ହତ୍ୟା କରାଯାଇଥିବା ନେଇ ଲାସୁଡିଆ ପୋଲିସକୁ ପିପୁଲ୍‌ସ୍‌ ଫର ଆନିମଲ୍‌ର ପ୍ରିୟାଂଶୁ ଜୈନ୍‌ ଓ ତାଙ୍କ ସହିତ ଅନ୍ୟ ସ୍ଥାନୀୟ ଲୋକ ମିଶି ସୂଚନା ଦେଇଥିଲେ । ପୋଲିସ ପିପୁଲ୍‌ସ୍‌ ଫର ଆନିମଲର ସଦସ୍ୟଙ୍କ ଅଭିଯୋଗ ଅନୁଯାୟୀ ଏକ ମାମଲା ରୁଜୁ କରିବା ସହିତ ତଦନ୍ତ ଆରମ୍ଭ କରିଛି । ବର୍ତ୍ତମାନ ସୁଦ୍ଧା ଅଭିଯୁକ୍ତଙ୍କୁ ଚହ୍ନଟ କରି ପାରିନଥିବାରୁ କାହାରିକୁ ଗିରଫ କରି ପାରିନି ପୋଲିସ । ଦିନକୁ ଦିନ ଏଠାରେ ପଶୁ ନିର୍ଯାତନ ବଢ଼ି ଚାଲିଥିବାରୁ ପିପୁଲ୍‌ସ୍‌ ଫର ଆନିମଲ ପକ୍ଷରୁ ଚିନ୍ତା ବ୍ୟକ୍ତ କରାଯାଇଛି ।

ବ୍ୟୁରେ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.