ହାଇଦ୍ରାବାଦ ମ୍ୟୁନସିପାଲ ନିର୍ବାଚନ: ବଜେପି ଓ ଟିଆରଏସ କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ - polling for GHMC
ଆଜି ଗ୍ରେଟର ହାଇଦ୍ରାବାଦ ମ୍ୟୁନସିପାଲ କର୍ପୋରେସନ ନିର୍ବାଚନ ଅନୁଷ୍ଠିତ ହୋଇଛି । ମ୍ୟୁନସିପାଲ ନିର୍ବାଚନ ଚାଲିଥିବା ବେଳେ ବିଜେପି ଓ ଟିଆରଏସ କର୍ମୀଙ୍କ ମଧ୍ୟରେ ଜୋରଦାର ଗଣ୍ଡଗୋଳ ହୋଇଛି । ଅଧିକ ପଢନ୍ତୁ:
ହାଇଦ୍ରାବାଦ: ମ୍ୟୁନସିପାଲ କର୍ପୋରେସନ ନିର୍ବାଚନ ଚାଲିଥିବା ବେଳେ ବିଜେପି ଓ ଟିଆରଏସ କର୍ମୀଙ୍କ ମଧ୍ୟରେ ଜୋରଦାର ଗଣ୍ଡଗୋଳ ହୋଇଛି । ଏହି ଘଟଣା ହାଇଦ୍ରାବାଦର କୁକୁଟପଲ୍ଲୀ ଅଞ୍ଚଳରେ ଘଟିଛି ।
ଗତ ଏକ ମାସ ହେଲା ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ରାଜନୈତିକ ବାତାବରଣ ସରଗରମ ହୋଇରହିଛି । ହାଇଦ୍ରାବାଦର ମ୍ୟୁନସିପାଲ ନିର୍ବାଚନକୁ ନେଇ ବିଜେପି, ଟିଆରଏସ ଓ ଏମଆଇଆଉଇଏମ ମଧ୍ୟରେ ଜୋରଦାର ରାଜନୈତିକ ଲଢେଇ ଲାଗି ରହିଛି । ହାଇଦ୍ରାବାଦର କୁକୁଟପଲ୍ଲୀ ଅଞ୍ଚଳରେ ନିର୍ବାଚନ ଚାଲିଥିବା ସମୟରେ ବିଜେପି ଓ ଟିଆରଏସ କର୍ମୀ ମୁହାଁମୁହିଁ ହୋଇଛନ୍ତି । ବିଜେପି ପ୍ରଥମ ଥର ପାଇଁ ହାଇଦ୍ରାବାଦ ନିର୍ବାଚନରେ ଏକ ବଡ ଦଳ ଭାବରେ ବ୍ୟାପକ ପ୍ରଚାର ପ୍ରସାର କରିଛି । ଏହା ନିର୍ବାଚନରେ ବିଜେପି ଓ ଟିଆରଏସ କର୍ମୀ ମାନେ ବିଭିନ୍ନ ସମୟରେ ଦଳୀୟ ପ୍ରଚାର ସମୟରେ ମୁହାଁ ମୁହିଁ ହୋଇଛନ୍ତି ।
ଆଜି ହାଇଦ୍ରାବାଦର 150 ଆସନ ବିଶିଷ୍ଟ ଗ୍ରେଟର ହାଇଦ୍ରାବାଦ ମ୍ୟୁନିସପାଲ କର୍ପୋରେସନ ନିର୍ବାଚନ ଅନୁଷ୍ଟିତ ହୋଇଛି । ସମସ୍ତ ଆସନରେ ଭୋଟ ଦାନ ଗ୍ରହଣ କରାଯାଇଛି । ଚଳିତ ଥର ପ୍ରଥମ ଥର ପାଇଁ ବିଜେପି ଏକ ବଡ ଦଳ ଭାବରେ ଉଭା ହେବାର ସମ୍ଭାବନ ରହିଛି । ଆସନ୍ତା 4 ତାରିଖ ଦିନ ନିର୍ବାଚନ ଫଳାଫଳ ଘୋଷଣା କରାଯିବ ।
@ANI