ETV Bharat / bharat

ସିନେମା ନୁହେଁ ସତ, 75 ବର୍ଷ ପରେ ପାକିସ୍ତାନକୁ ଫେରିବେ ରିନା ବର୍ମା - ଭାରତରୁ ପାକିସ୍ତାନ ନିଜ ଘରକୁ ଫେରିବେ ମହିଳା

ବଲିଉଡ ଚଳଚ୍ଚିତ୍ର 'ବଜରଙ୍ଗୀ ଭାଇଜାନ'ରେ ମୁନି ପାକିସ୍ତାନରୁ ଭାରତ ପଳାଇ ଆସିଥିଲେ । ବହୁ ଉଦ୍ୟମ ପରେ ସେ ତାଙ୍କ ଘରକୁ ଫେରିଥିଲେ । ସେ ଥିଲା ମାତ୍ର ସାଢେ 2 ଘଣ୍ଟାର କାହାଣୀ କିନ୍ତୁ ପୁଣେର ରିନା ବର୍ମାଙ୍କ ଜୀବନରେ ଯାହା ଘଟିଛି ତାହା ସତ । ଅଧିକ ପଢନ୍ତୁ

Rina Verma
ସିନେମା ନୁହେଁ ସତ, 75 ବର୍ଷ ପରେ ପାକିସ୍ତାନକୁ ଫେରିବେ ରିନା ବର୍ମା
author img

By

Published : May 19, 2022, 12:18 PM IST

Updated : May 25, 2022, 7:39 AM IST

ପୁଣେ: ପରିସ୍ଥିତିରେ ପଡି ପାକିସ୍ତାନରୁ ଭାରତ ଚାଲିଆସେ କୁନି ଝିଅଟିଏ, ପରେ ସ୍ବଦେଶ ଫେରିବାକୁ ତାକୁ ଅନେକ ସଂଘର୍ଷ କରିବାକୁ ପଡେ । ଶେଷରେ ସେ ସ୍ବଦେଶ ଫେରି ତା'ର ମାଆକୁ ଭେଟି ଖୁସିରେ ଆତ୍ମବିଭୋର ହୋଇଯାଏ । ଏମିତି କିଛି କାହାଣୀ ଥିଲା ଚର୍ଚ୍ଚିତ ସୁପରହିଟ୍‌ ବଲିଉଡ ଚଳଚ୍ଚିତ୍ର 'ବଜରଙ୍ଗୀ ଭାଇଜାନର । ଚଳଚିତ୍ରରେ କୁନି ଝିଅ ଚରିତ୍ରର ନାମ ଥିଲା ମୁନି । ଯାହା ଭାରତ ଓ ପାକିସ୍ତାନ ସମେତ ଅନେକ ପଡୋଶୀ ଦେଶରେ ଚର୍ଚ୍ଚାରେ ରହିଥିଲା । ତେବେ ଏ ତ ଥିଲା ସିନେମାର କାହାଣୀ, ମାତ୍ର ପୁନେର ରିନା ବର୍ମାଙ୍କ ଜୀବନରେ ଘଟିଛି ସମାନ ଘଟଣା ଯାହା ସତ ।

1947ରେ ଏକ ଦଙ୍ଗା ସମୟରେ ରିନା 15 ବର୍ଷର ଥିଲେ ସେତେବେଳେ ପାକିସ୍ତାନ ରାୱଲପିଣ୍ଡିରେ ଥିବା ଘର ଛାଡିଥିଲେ । ତାଙ୍କ ଭାଇଭଉଣୀ ତାଙ୍କୁ ହିମାଚଳ ପ୍ରଦେଶର ସୋଲାନରେ ଛାଡି ଦେଇଥିଲେ । ଦଙ୍ଗା କମିବା ପରେ ସେ ଘରକୁ ଫେରିବେ ବୋଲି ଆଶା ରଖିଥିଲେ ହେଲେ ସେମିତି ହୋଇନଥିଲା । ସେ ଭାରତରେ ହିଁ ରହିଯାଇଥିଲେ । ଆଉ ଆଜି 75 ବର୍ଷ ପରେ ସେ ପାକିସ୍ତାନରେ ଥିବା ନିଜ ଘରକୁ ଫେରିବେ ଯାହାକୁ ନେଇ ତାଙ୍କ ଖୁସି କହିଲେ ନ ସରେ ।

ବର୍ତ୍ତମାନ ରିନାଙ୍କୁ 90 ବର୍ଷରୁ ଅଧିକ ହେଲାଣି । ଏତେ ଦିନ ପରେ ଘରକୁ ଫେରିବା ନେଇ ଜାଣିବା ପରେ ତାଙ୍କ ମୁହଁରେ ଖୁସିର ଲହରୀ ଖେଳି ଉଠିଥିଲା । ଭାରତରୁ ଅଲଗା ହେବାପରେ ତାଙ୍କ ବାପା କରିଥିବା ଘରକୁ ରିନା ଦେଖିପାରିବେ ସେ କଥା ଭାବି ରିନା ଖୁସି ହୋଇଛନ୍ତି । ରିନାଙ୍କ ସହିତ ଘରର ଅନେକ ସ୍ମୃତି ଜଡିତ ରହିଛି । ଗୁରୁଗ୍ରାମରେ ରହୁଥିବା ରିନାଙ୍କ ଝିଅ ସୋନାଲି ଗତବର୍ଷ ତାଙ୍କର ଭିସା ପାଇଁ ଆବେଦନ କରିଥିଲେ ମାତ୍ର ତାହା ପ୍ରତ୍ୟାଖାନ ହୋଇଥିଲା । ନିରାଶ ହୋଇ ରିନା ଜଣେ ପାକିସ୍ତାନୀ ସାମ୍ବାଦିକଙ୍କଠାରୁ ଏକ ଭିଡିଓ ପ୍ରସ୍ତୁତ କରିଥିଲେ । ପରେ ଏହି ଭିଡିଓ ପାକିସ୍ତାନର ବୈଦେଶିକ ବ୍ୟାପାର ମନ୍ତ୍ରୀ ହୀନା ରାବଣି ଖାରଙ୍କ ନଜରକୁ ଆସିଥିଲା । ଏହାପରେ ରିନୀଙ୍କୁ 90 ଦିନିଆ ଭିସା ପ୍ରଦାନ କରାଯାଇଥିଲା ।

ଏକ ସାକ୍ଷାତକାରରେ ରିନା କହିଛନ୍ତି, ବର୍ତ୍ତମାନ ଆମ ଘରେ କିଏ ରହୁଛନ୍ତି ? ମୁଁ ଜାଣିନି କିନ୍ତୁ, ମୁଁ ଆଶା କରେ ସେମାନେ ମୋତେ ସେହି ଘର ଦେଖିବା ପାଇଁ ଚାହାନ୍ତି । ଆସନ୍ତା ଜୁଲାଇରେ ରିନା ରାୱଲପିଣ୍ଡି ଯିବାକୁ ଯୋଜନା କରୁଛନ୍ତି । ସେଠାରେ ସେ ଫେସବୁକ୍ ମାଧ୍ୟମରେ ଯୋଡି ହୋଇଥିବା ସମସ୍ତ ଲୋକଙ୍କୁ ଭେଟିବ । ଫିଲ୍ମ 'ବଜରଙ୍ଗୀ ଭାଇଜାନ' ଚଳଚ୍ଚିତ୍ର ପରି ମୁନିଙ୍କୁ ପାକିସ୍ତାନକୁ ଆସିବାରେ ଯେପରି ଜଣେ ସାମ୍ବାଦିକ ସାହାଯ୍ୟ କରିଥିଲେ ଠିକ୍‌ ସେହିପରି ରିନାଙ୍କୁ ମଧ୍ୟ ଜଣେ ସାମ୍ବାଦିକ ସାହାଯ୍ୟ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 25, 2022, 7:39 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.