ETV Bharat / bharat

ଶପଥ ନେଲେ ସୁପ୍ରିମକୋର୍ଟର ୯ ନବନିଯୁକ୍ତ ବିଚାରପତି

author img

By

Published : Aug 31, 2021, 12:02 PM IST

Updated : Aug 31, 2021, 1:08 PM IST

ତିନି ଜଣ ମହିଳାଙ୍କ ସମେତ ମୋଟ ୯ ଜଣ ସୁପ୍ରିମକୋର୍ଟର ବିଚାରପତି ଭାବେ ଶପଥ ନେଲେ । ଆଜି(ମଙ୍ଗଳବାର) ଏକ ସ୍ବତନ୍ତ୍ର ଉତ୍ସବରେ ସମସ୍ତ ବିଚାରପତିଙ୍କୁ ଶପଥ ପାଠ କରାଇଛନ୍ତି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଏନଭି ରମଣା । ଅଧିକ ପଢନ୍ତୁ...

ସୁ୍ପ୍ରିମକୋର୍ଟ ଜଷ୍ଟିସ ଭାବେ ଶପଥ ନେଲେ ନବନିଯୁକ୍ତି ୯ ବିଚାରପତି

ନୂଆଦିଲ୍ଲୀ: ଇତିହାସରେ ପ୍ରଥମ । ତିନି ଜଣ ମହିଳାଙ୍କ ସମେତ ମୋଟ ୯ ଜଣ ସୁପ୍ରିମକୋର୍ଟର ବିଚାରପତି ଭାବେ ଶପଥ ନେଲେ । ସୁପ୍ରିମକୋର୍ଟ ନୂଆ ପ୍ରେକ୍ଷାଳୟରେ ସମସ୍ତେ ଏକା ସମୟରେ ନେଲେ ଶପଥ । ଆଜି(ମଙ୍ଗଳବାର) ଏକ ସ୍ବତନ୍ତ୍ର ଉତ୍ସବରେ ସମସ୍ତ ବିଚାରପତିଙ୍କୁ ଶପଥ ପାଠ କରାଇଛନ୍ତି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଏନଭି ରମଣା ।

ସର୍ବୋଚ୍ଚ ନ୍ୟାୟାଳୟର ଇତିହାସରେ ପ୍ରଥମ ଥର ପାଇଁ ନଅ ଜଣ ବିଚାରପତି ଗୋଟିଏ ଥରରେ ଶପଥ ଗ୍ରହଣ କରିଛନ୍ତି । ସୁପ୍ରିମକୋର୍ଟର ଅତିରିକ୍ତ ବିଲ୍ଡିଂ କମ୍ପ୍ଲେକ୍ସର ପ୍ରେକ୍ଷାଳୟରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଛି । ସମାରୋହରେ କୋଭିଡ ନିୟମ କଡାକଡି ପାଳନ କରାଯାଇଥିଲା । ଶପଥ ନେଇଥିବା ୯ ଜଣ ବିଚାରପତି ହେଲେ, ଜଷ୍ଟିସ ଅଭୟ ଶ୍ରୀନିବାସ ଓକା, ଜଷ୍ଟିସ ବିକ୍ରମ ନାଥ, ଜଷ୍ଟିସ ଜିତେନ୍ଦ୍ର କୁମାର ମହେଶ୍ବରୀ, ଜଷ୍ଟିସ ହିମା କୋହଲି, ଜଷ୍ଟିସ ବି ଭି ନାଗରଥନା, ଜଷ୍ଟିସ ସି.ଟି. ରବିକୁମାର,ଜଷ୍ଟିସ ଏମ.ଏମ ସୁନ୍ଦରଶ, ଜଷ୍ଟିସ ବେଲା ଏମ ତ୍ରିବେଦୀ ଏବଂ ଜଷ୍ଟିସ ପିଏସ ନରସିଂମା ।

ତେବେ ଆଜି ଶପଥ ନେଇଥିବା ମହିଳା ବିଚାରପତି ବିଭି ନାଗରଥନା ଦେଶର ପ୍ରଥମ ମହିଳା ପ୍ରଧାନ ବିଚାରପତି ହୋଇପାରନ୍ତି । ୧୯୬୨ ମସିହା ଅକ୍ଟୋବର ୩୦ରେ ଜନ୍ମ ଗ୍ରହଣ କରିଥିବା ଜଷ୍ଟିସ ନାଗରଥନା ପୂର୍ବତନ ସିଜେଆଇ ଇଏସ ଭେଙ୍କଟରମିୟାଙ୍କ ଝିଅ । ତେବେ ଆଜି ଶପଥ ନେଇଥିବା ୩ ଜଣ ମହିଳା ବିଚାରପତି ଜଷ୍ଟିସ ନାଥ, ଜଷ୍ଟିସ ନାଗରଥନା ଓ ନରସିଂମାଙ୍କ ମଧ୍ୟରୁ କେହି ବି ଆଗାମୀ ୫ ବର୍ଷ ମଧ୍ୟରେ ହୋଇପାରନ୍ତି ଦେଶର ପ୍ରଥମ ସିଜେଆଇ ।

ସୁପ୍ରିମକୋର୍ଟରେ ୯ ଜଣ ବିଚାରପତିଙ୍କୁ ନିଯୁକ୍ତି ପାଇଁ କଲେଜିୟମ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଥିଲା । ଯେଉଁଥିରେ ୩ ଜଣ ମହିଳା ବିଚାରପତି ମଧ୍ୟ ଥିଲେ । ପ୍ରଥମ ଥର କଲେଜିୟମ ଏକା ଥରକେ ୩ ଜଣ ମହିଳା ବିଚାରପତିଙ୍କ ନାଁ ସୁପାରିଶ କରିଥିଲା ।

ସୂଚନାଯୋଗ୍ୟ ଯେ ସୁପ୍ରିମକୋର୍ଟରେ ମୋଟ ମଞ୍ଜୁରି ପ୍ରାପ୍ତ ବିଚାରପତି ସଂଖ୍ୟା ହେଉଛି ୩୪ । ବର୍ତ୍ତମାନ ୨୪ ଜଣ କାର୍ଯ୍ୟରତ ଥିବାବେଳେ, ଆଜିର ୯ ଜଣଙ୍କ ନିଯୁକ୍ତି ପରେ ଏହି ସଂଖ୍ୟା ୩୩ ରେ ପହଞ୍ଚିଛି । ତେବେ ଆଗାମୀ ୨ ମାସ ମଧ୍ୟରେ ପୁଣି ୨ ଜଣ ବିଚାରପତି ଅବସର ଗ୍ରହଣ କରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 31, 2021, 1:08 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.