ETV Bharat / bharat

ଡରାଉଛି କୋରୋନା: ଦିନକରେ ୮୧ ମୁମ୍ବାଇ ପୋଲିସ ସଂକ୍ରମିତ

author img

By

Published : Jan 16, 2022, 9:39 AM IST

ଗତ ୨୪ ଘଣ୍ଟା ମଧ୍ୟରେ ମୁମ୍ବାଇରେ ୮୧ ଜଣ ପୋଲିସ ପଜିଟିଭ ଚିହ୍ନଟ । ଅଧିକ ପଢନ୍ତୁ

ଡରାଉଛି କୋରୋନା: ଦିନକରେ ୮୧ ମୁମ୍ବାଇ ପୋଲିସ ସଂକ୍ରମିତ
ଡରାଉଛି କୋରୋନା: ଦିନକରେ ୮୧ ମୁମ୍ବାଇ ପୋଲିସ ସଂକ୍ରମିତ

ମୁମ୍ବାଇ: ଦେଶରେ ଦ୍ରୁତଗତିରେ ବଢୁଛି ସଂକ୍ରମଣ । ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ଦିଲ୍ଲୀରେ କୋରୋନା ମାମଲା ଚିନ୍ତଜନକ ରହିଛି । ପ୍ରତିଦିନ ଶହ ଶହ କୋରୋନା ଯୋଦ୍ଧାର ଭୂତାଣୁର ଶିକାର ହେଉଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ୮୧ ଜଣ ମୁମ୍ବାଇ ପୋଲିସ ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହାପରେ ସହରରେ ପୋଲିସ କର୍ମୀ ଆକ୍ରାନ୍ତଙ୍କ ସଂଖ୍ୟା ୧୩୧୨କୁ ବୃଦ୍ଧି ପାଇଛି । ଏହି କ୍ରମରେ ୧୨୬ ଜଣ ପ୍ରାଣ ହରାଇଥିବା ମୁମ୍ବାଇ ପୋଲିସ ଶନିବାର ସୂଚନା ଦେଇଛି ।

ସେହପରି ବହୁସଂଖ୍ୟକ ପୁଣେ ପୋଲିସ ମଧ୍ୟ କୋରୋନାର ଶିକାର ହୋଇଛନ୍ତି । ଦିନକରେ ଏଠାରେ ୩୧ ପଜିଟିଭ ମାମଲା ଚିହ୍ନଟ ହୋଇଛି । ଏଥିସହ ଆକ୍ରାନ୍ତ ହୋଇଥିବା ମୋଟ ପୋଲିସଙ୍କ ସଂଖ୍ୟା ୪୬୫ରେ ପହଞ୍ଚିଛି । ଶନିବାର ମୁମ୍ବାଇରେ ମୋଟ ୧୦,୬୬୧ଟି ପଜିଟିଭ ମାମଲା ପ୍ରକାଶ ପାଇଥିବାବେଳେ ୧୧ ଜଣଙ୍କ ମୃତ୍ୟୁ ହୋଇଛି । ବର୍ତ୍ତମାନ ସୁଦ୍ଧା ବାଣିଜ୍ୟ ନଗରୀରେ ୭୩,୫୧୮ଟି ସକ୍ରିୟ ମାମଲା ରହିଛି । ଯଦି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା କହିବା, ତେବେ ମହାରାଷ୍ଟ୍ରରେ ଏଯାବତ୍ ୧୭୩୦ଟି ମାମଲା ଚିହ୍ନଟ ହୋଇସାରିଲାଣି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.