ETV Bharat / bharat

ରାଜସ୍ଥାନରେ ଭୟଙ୍କର ସଡ଼କ ଦୁର୍ଘଟଣା, ଗୋଟିଏ ପରିବାରର 8 ମୃତ

ରାଜସ୍ଥାନର ଟୋଙ୍କରେ ଭୟଙ୍କର ସଡ଼କ ଦୁର୍ଘଟଣା । ଜିପକୁ ଧକ୍କା ଦେଲା ଟ୍ରଲର । ଗୋଟିଏ ପରିବାରର ଚାଲିଗଲା 8 ଜଣଙ୍କ ଜୀବନ । ଘଟଣାସ୍ଥଳରୁ ଟ୍ରଲର ଡ୍ରାଇଭର ଫେରାର । ଅଧିକ ପଢନ୍ତୁ...

ରାଜସ୍ଥାନର ଟୋଙ୍କରେ ଭୟଙ୍କର ସଡ଼କ ଦୁର୍ଘଟଣା
ରାଜସ୍ଥାନର ଟୋଙ୍କରେ ଭୟଙ୍କର ସଡ଼କ ଦୁର୍ଘଟଣା
author img

By

Published : Jan 27, 2021, 9:29 AM IST

Updated : Jan 27, 2021, 10:21 AM IST

ଜୟପୁର: ରାଜସ୍ଥାନର ଟୋଙ୍କରେ ଭୟଙ୍କର ସଡ଼କ ଦୁର୍ଘଟଣା । ଜିପକୁ ଧକ୍କା ଦେଲା ଟ୍ରଲର । ଗୋଟିଏ ପରିବାରର ଚାଲିଗଲା 8 ଜଣଙ୍କ ଜୀବନ । ସୂଚନାନୁସାରେ, ଜୟପୁରର ରେଫରଖାତୁ ଶ୍ୟାମଙ୍କ ଦର୍ଶନ ପାଇଁ ମଧ୍ୟପ୍ରଦେଶରୁ ଆସିଥିବା ଏକ ପରିବାର ଜିପରେ ଫେରୁଥିବା ବେଳେ, ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରଲର ପଛରୁ ଧକ୍କା ଦେଇଥିଲା । ଏହି ଧକ୍କା ଏତେ ଭୟଙ୍କର ଥିଲା ଯେ, ଜିପରେ ଥିବା 8 ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ 4 ଜଣ ଗୁରୁତର ଆହତ ହୋଇଥିଲେ। ତେବେ ସଦର ପୋଲିସ ଷ୍ଟେସନରେ ଜୟପୁର-କୋଟା ଜାତୀୟ ରାଜପଥ -12 ନିକଟରେ ଏହି ଦୁର୍ଘଟଣା ଘଟିଛି ।

ଜସ୍ଥାନରେ ଭୟଙ୍କର ସଡ଼କ ଦୁର୍ଘଟଣା, ଗୋଟିଏ ପରିବାରର 8 ମୃତ

ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକମାନେ ମଧ୍ୟପ୍ରଦେଶର ବାସିନ୍ଦା ବୋଲି କୁହାଯାଇଛି । 8 ମୃତକଙ୍କ ମଧ୍ୟରେ 4 ଜଣ ପୁରୁଷ, 2 ମହିଳା ଏବଂ 2 ପିଲା ଅଛନ୍ତି । ଏହି ଦୁର୍ଘଟଣାରେ ଆହତଙ୍କୁ ଟୋଙ୍କ ଡାକ୍ତରଖାନା ନିଆଯାଇଥିଲା, ପରେ ସେମାନଙ୍କୁ ଜୟପୁରକୁ ସ୍ଥାନାନ୍ତର କରାଯାଇଛି। ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲା।

ତେବେ ଘଟଣାସ୍ଥଳରୁ ଟ୍ରଲର ଡ୍ରାଇଭର ଫେରାର ଥିବା ବେଳେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 27, 2021, 10:21 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.