ETV Bharat / bharat

798 ଡାକ୍ତରଙ୍କ ଜୀବନ ନେଲାଣି ଦ୍ବିତୀୟ ଲହର, ଦିଲ୍ଲୀରୁ ସର୍ବାଧିକ

କୋରୋନାର ଦ୍ବିତୀୟ ଲହରରେ ସମଗ୍ର ଦେଶରେ 798 ଡାକ୍ତରଙ୍କ ଜୀବନ ଗଲାଣି । ଦିଲ୍ଲୀରୁ ସର୍ବାଧିକ 128 ଜଣ ଡାକ୍ତର ଆଖି ବୁଜିଛନ୍ତି । ଅଧିକ ପଡନ୍ତୁ...

author img

By

Published : Jun 30, 2021, 11:02 AM IST

୍798ଡାକ୍ତରଙ୍କ ଜୀବନ ନେଲାଣି ଦ୍ବିତୀୟ ଲହର
୍798ଡାକ୍ତରଙ୍କ ଜୀବନ ନେଲାଣି ଦ୍ବିତୀୟ ଲହର

ନୂଆଦିଲ୍ଲୀ: ପାଳି କରି ଦେଶରେ କୋରୋନା ତାଣ୍ଡବ ରଚିଛି । ଦିନରାତି ଏକ କରି ଲୋକଙ୍କ ସେବାରେ ଥିବା ଅନେକ ଡାକ୍ତରଙ୍କ ଜୀବନ ନେଲାଣି ମହାମାରୀ । ଦ୍ବିତୀୟ ଲହରରେ ସମଗ୍ର ଦେଶରୁ 798 ଡାକ୍ତରଙ୍କ ଜୀବନ ନେଲାଣି ଅଦୃଶ୍ୟ ଭୂତାଣୁ । ଭାରତୀୟ ମେଡିକାଲ୍ ଆସୋସିଏସନ୍ ପକ୍ଷରୁ ଜାରି ହୋଇଥିବା ରିପୋର୍ଟରୁ ଜଣାପଡିଛି ।

798 ଡାକ୍ତରଙ୍କ ମଧ୍ୟରୁ ଦିଲ୍ଲୀରୁ ସର୍ବାଧିକ 128, ବିହାରରୁ 115ଜଣ ଡାକ୍ତର ଜୀବନ ହରାଇଥିବାବେଳେ ଉତ୍ତରପ୍ରଦେଶରୁ 79ଜଣ ଡାକ୍ତରଙ୍କର ମୃତ୍ୟୁ ହୋଇଛି । ମହାରାଷ୍ଟ୍ରରୁ 23ଜଣ ଡାକ୍ତର ଓ କେରଳରୁ 24ଜଣ ଡାକ୍ତରଙ୍କର ମୃତ୍ୟୁ ହୋଇଛି । ପୁଡୁଚେରୀରେ ଡାକ୍ତରଙ୍କ ସର୍ବନିମ୍ନ ମୃତ୍ୟୁ ରିପୋର୍ଟ ଆସିଛି । ଜୁନ 25ରେ ଭାରତୀୟ ମେଡିକାଲ୍ ଆସୋସିଏସନ୍ 776 ଜଣ ଡାକ୍ତରଙ୍କର ମୃତ୍ୟୁ ହୋଇଥିବା ରିପୋର୍ଟ ଦେଇଥିଲା ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁନିଶ୍ଚିତ କରିଛନ୍ତି ଯେ ଡାକ୍ତରମାନଙ୍କୁ ସମ୍ମାନ, ସୁରକ୍ଷା ଦିଆଯିବ । ସେମାନଙ୍କ ଟୀକାକରଣ ଉପରେ ଗୁରୁତ୍ବ ଦିଆଯିବ ବୋଲି କହିଛନ୍ତି ମୋଦି । ଡା. ବିସି ରୟଙ୍କ ସ୍ମୃତିରେ ଆମେ ଚଳିତ ବର୍ଷର ଜାତୀୟ ଡାକ୍ତର ଦିବସ ପାଳନ କରୁଛୁ ବୋଲି କହିଛନ୍ତି ଆଇଏମଏ ସଭାପତି ।

ରବିବାର ମନ କି ବାତ କାର୍ଯ୍ୟକ୍ରମରେ ମାହାମାରୀରେ ଡାକ୍ତରମାନ ଭୂମିକାକୁ ପ୍ରଧାମମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶଂସା କରିଥିଲେ । ଆଇଏମଏ ସଭାପତି ଡା. ଜେଏ ଜୟଲାଲ କହିଥିଲେ ଡାକ୍ତରଙ୍କୁ ସମ୍ମାନ ଓ ସୁରକ୍ଷା ଦିଆଯିବ । ପ୍ରତିବର୍ଷ ଡାକ୍ତରଙ୍କ ଅବଦାନକୁ ସମ୍ମାନ ଜଣାଇ ଜୁଲାଇ 1ରେ ଜାତୀୟ ଡାକ୍ତର ଦିବସ ପାଳନ କରାଯାଏ । 1991 ଜୁଲାଇ 1 ତାରିଖରେ ପ୍ରଥମ ଜାତୀୟ ଡାକ୍ତର ଦିବସ ପାଳନ କରାଯାଇଥିଲା ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.