ETV Bharat / bharat

ମଶାଧୂପରୁ ଅଗ୍ନିକାଣ୍ଡ, ଶ୍ବାସରୁଦ୍ଧ ହୋଇ ଗୋଟିଏ ପରିବାରର 6 ମୃତ - ଶ୍ବାସରୁଦ୍ଧ ହୋଇ ଗୋଟିଏ ପରିବାରର 6 ମୃତ

ଦିଲ୍ଲୀର ଶାସ୍ତ୍ରୀ ପାର୍କ ଅଞ୍ଚଳରେ ଅଭାବନୀୟ ଘଟଣା । ବିଷାକ୍ତ ଧୂଆଁରେ ଶ୍ବାସରୁଦ୍ଧ ହୋଇ ଗୋଟିଏ ପରିବାରର 6 ମୃତ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Mar 31, 2023, 1:17 PM IST

ନୂଆଦିଲ୍ଲୀ: ଦିଲ୍ଲୀରେ ଅଭାବନୀୟ ଘଟଣା । ମଶାବତୀ ନେଲା ଗୋଟିଏ ପରିବାରର 6ଜଣଙ୍କ ଜୀବନ । ଉତ୍ତର ପୂର୍ବ ଦିଲ୍ଲୀର ଶାସ୍ତ୍ରୀ ପାର୍କ ଅଞ୍ଚଳରେ ଏପରି ଘଟଣା ଘଟିଥିବା ସୂଚନା ମିଳିଛି । ମଶାଧୂପ ଗଦିରେ ପଡିବା ପରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ମୃତକଙ୍କ ମଧ୍ୟରେ ଚାରିଜଣ ଯୁବକ ରହିଥିବା ବେଳେ ଜଣେ ମହିଳା ଓ ଦେଢ ବର୍ଷର ଶିଶୁ ରହିଛି ।

ଏନେଇ ଉତ୍ତର ପୂର୍ବ ଦିଲ୍ଲୀ ଜିଲ୍ଲା ପୋଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ,'' ଶୁକ୍ରବାର ସକାଳେ ଶାସ୍ତ୍ରୀ ପାର୍କ ପୋଲିସ ଷ୍ଟେସନକୁ କଲ ଆସିଥିଲା । ଶାସ୍ତ୍ରୀ ପାର୍କର ମଜାର ୱାଲା ରୋଡ୍ ମାଚ୍ଛି ମାର୍କେଟରେ ଏକ ଘରେ ନିଆଁ ଲାଗିଥିବା ସୂଚନା ମିଳିଥିଲା । ସୂଚନା ପାଇବା ମାତ୍ରେ ପୋଲିସର ଏକ ଟିମ ଘଟଣାସ୍ଥଳରେ ପହଞ୍ଚିଥିଲା । ଏହାପରେ ଏକ ଘର ମଧ୍ୟରୁ 2ଜଣଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର 6 ଜଣଙ୍କୁ ମୃତ ଘୋଷଣା କରିଥିବା ବେଳେ 3 ଜଣଙ୍କ ଚିକିତ୍ସା ଜାରି ରହିଛି ।

ଏହା ମଧ୍ୟ ପଢନ୍ତୁ-Covid Cases in India: 24 ଘଣ୍ଟାରେ ଚିହ୍ନଟ ହେଲେ 3095 କୋରୋନା ଆକ୍ରାନ୍ତ

ତେବେ ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଶ୍ବାସରୁଦ୍ଧ ଯୋଗୁଁ ଗୋଟିଏ ପରିବାରର 6 ଜଣଙ୍କର ମୃତ୍ୟୁ ହୋଇଛି । ଜଳୁଥିବା ଏକ ମଶା ଧୂପ ଗଦିରେ ପଡିଯିବାରୁ ଘର ସାରା ଧୂଆଁ ବ୍ୟାପିଯାଇଥିଲା । ଏହା ପରେ ଅଗ୍ନିକାଣ୍ଡ ଘଟିଥିଲା । କିନ୍ତୁ ପରିବାର ଲୋକେ ଘର ବାହାରକୁ ବାହାରି ନପାରି ବିଷାକ୍ତ ଧୂଆଁରେ ସମସ୍ତେ ଚେତାଶୂନ୍ୟ ହୋଇପଡିଥିଲେ । ଫଳରେ ଶ୍ବାସରୁଦ୍ଧ ହୋଇ 6 ଜଣଙ୍କର ମୃତ୍ୟୁ ହୋଇଛି । ଏନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

ତେବେ ହସ୍ପିଟାଲରେ ଥିବା 3 ଜଣଙ୍କ ଅବସ୍ଥା ମଧ୍ୟ ଗୁରୁତର ରହିଛି । ବର୍ତ୍ତମାନ ଚିକିତ୍ସା ଜାରି ରହିଥିବା ଡାକ୍ତର ସୂଚନା ଦେଇଛନ୍ତି । ଏନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି । ପରିବାର ଲୋକେ ରାତିରେ ଖାଇପିଇ ଶୋଇଥିବା ସମୟରେ ଏପରି ଅଘଟଣ ଘଟିଥିଲା । ମଶାଧୂପ ଲଗାଇ ଶୋଇଥିବା ବେଳେ ତାହା ବିଳମ୍ବିତ ରାତିରେ ଗଦିରେ ପଡିଯାଇଥିଲା । ଯାହା ପରମୁହୁର୍ତ୍ତର ଅଗ୍ନିକାଣ୍ଡର ରୂପ ନେଇଥିଲା । ବିଷାକ୍ତ ଧୂଆଁ ଯୋଗୁଁ 6 ଜଣଙ୍କର ମୃତ୍ୟୁ ହୋଇଥିବା ପୋଲିସ ପ୍ରାଥମିକ ତଦନ୍ତ ପରେ ଗଣମାଧ୍ୟମକୁ ସୂଚନା ଦେଇଛି ।

ଗତକାଲି ରାମନବମୀରେ ମଧ୍ୟପ୍ରଦେଶର ଇନ୍ଦୋରର ବେଲେଶ୍ବର ମନ୍ଦିରରେ ବଡ ଅଘଟଣ ଘଟିଥିଲା । ମନ୍ଦିରର ଛାତ ଭୁଶୁଡ଼ି ପଡିବା କାରଣରୁ 35 ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିଲା । ଆହତ ଅବସ୍ଥାରେ ପ୍ରାୟ 18 ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ରହିଛି । ମୃତକଙ୍କ ମଧ୍ୟରେ ଏକାଧିକ ମହିଳା ରହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.